Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆଠମଲ୍ଲିକ ଶିଶୁ ବିଦ୍ୟା ମନ୍ଦିରରେ ପିତୃମାତୃ ପୂଜନ ଦିବସ ପାଳିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆଠମଲ୍ଲିକ ଶିଶୁ ବିଦ୍ୟା ମନ୍ଦିରରେ ପିତୃମାତୃ ପୂଜନ ଦିବସ ପାଳିତ

ଆଠମଲ୍ଲିକ : ଆଠମଲ୍ଲିକ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପିତୃମାତୃ ପୂଜନ ଦିବସ ଓ ଘର ହିଁ ବିଦ୍ୟାଳୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାଧପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟନ୍ତ କୁମାର ମାହାର ଯୋଗଦେଇ ପିତୃମାତୃ ପୂଜନର ମାହାତ୍ମ୍ୟ ଉପରେ ବକ୍ତବ୍ୟ ରଖିଥିଲେ ଏବଂ ମୁଖ୍ୟ ବକ୍ତା ଭାବରେ ଦେବଗଡ଼ ଯୋଗ ବେଦାନ୍ତ ଗୁରୁକୁଳ ମଠକ୍ଷଧିଶ ସ୍ୱାମୀ ଅଭୟ ଚୈତନ୍ୟ ଜୀ ବ୍ରହ୍ମଚାରୀ ଯୋଗଦେଇଥିଲେ । ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ରୁଦ୍ରମୋହନ ହୋତା କାର୍ଯ୍ୟକ୍ରମ ସମ୍ବନ୍ଧୀୟ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଭାଇ ଭଉଣୀ ମାନେ ସ୍ୱୟୀ ପିତା ମାତାଙ୍କର ବୈଦିକ ଭାରତୀୟ ପରମ୍ପରର ଆଧାରରେ ପିତୃଦେବ ମାତୃଦେବ ନୀତିରେ ପୂଜନ କରିଥିଲେ । ଅନୁଷ୍ଠାନର ବିଦ୍ୟୁତ ପରିଷଦ ପକ୍ଷରୁ ଆଇନଜୀବୀ ଭବାନୀ ଜ୍ୟୋତିଷରାୟ ଓ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ଅଭିଭାବକ ଅଭିଭାବିକା ଯୋଗ ଦେଇଥିଲେ ।

Leave a Reply