Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅମ୍ବାଦଳା ଛତ୍ରପତି ଶିବାଜି ପ୍ରଭାତ ଶାଖା ଆନୁକୂଲ୍ୟରେ ପାଳିତ ହୋଇଛି ପବିତ୍ର ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅମ୍ବାଦଳା ଛତ୍ରପତି ଶିବାଜି ପ୍ରଭାତ ଶାଖା ଆନୁକୂଲ୍ୟରେ ପାଳିତ ହୋଇଛି ପବିତ୍ର ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ

ଅମ୍ବାଦଳାରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳିତ

ଅମ୍ବାଦଳା: ଅମ୍ବାଦଳା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରତ୍ୟକ୍ଷ ତତ୍ୱାବଧାନରେ ଛତ୍ରପତି ଶିବାଜି ପ୍ରଭାତ ଶାଖା ଆନୁକୂଲ୍ୟରେ ପାଳିତ ହୋଇଛି ପବିତ୍ର ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ । ଏହି କାର୍ଯ୍ୟକ୍ରମରେ ପଚାଶରୁ ଅଧିକ ସ୍ୱୟଂ ସେବକ ଯୋଗଦେଇଥିବା ବେଳେ ଧିରେନ୍ଦ୍ର ପାଣିଗ୍ରାହୀ ନେତୃତ୍ୱ ନେଇଥିଲେ । ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଗୁରୁଜୀ ବୌଦ୍ଧିକ ମର୍ମ ପ୍ରଦାନ କରିଥିବାବେଳେ ବିଦ୍ୟାଧର ସାହୁ , ଉତ୍ତମ ଛତର, ସୋନି ଶର୍ମା, ରାଜା ଯଦୁ ଓ ସରୋଜ ପଟ୍ଟନାୟକ ପ୍ରମୁକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ହିନ୍ଦୁ ନବବର୍ଷ ପାଳନ ଅବସରରେ ପୁଣ୍ୟ ତିଥି ଚୈତ୍ରଶୁକ୍ଲ ପ୍ରତିପଦାକୁ ସୃଷ୍ଟି ସର୍ଜନାରା ଆଦ୍ୟ ଦିବସଭାବେ ସ୍ମୃତିଚାରଣ କରାଯାଇଥିଲା । ଏହି ଦିନ ପ୍ରଜାପତି ବ୍ରାମହ ସୃଷ୍ଟି ସଂରଚନା ଆରମ୍ଭ କରିଥିଲେ ବୋଲି ବକ୍ତାମାନେ କହିଥିଲେ । ଏହି ଦିବସକୁ ମଧ୍ୟ ପ୍ରଭୁ ରାମଚନ୍ଦ୍ରଙ୍କ ରାଜ୍ୟାଭିଷେକ ଦିବସ ଭାବେ ଉପସ୍ଥାପନା କରାଯାଇ ଶ୍ରୀରାମଙ୍କୁ ସ୍ମରଣ କରାଯାଇଥିଲା । ହିନ୍ଦୁନବବର୍ଷ ଚୈତ୍ର ନବରାତ୍ରର ପ୍ରଥା ଦିବସ ହୋଇଥିବାବେଳେ ଏହି ଦିବସରେ ଐତିହାସିକ ତଥା ପୌରାଣିକ ମହତ୍ୱ ଗୁଡିକ ଆଲୋଚିତ ହୋଇଥିଲା । ରାଷ୍ଟ୍ରୀୟ ନବବର୍ଷ ପାଳନ ଅବସରରେ ସେବକ ମାନେ ଭାରତମାତାକୁ ପ୍ରଣିପାତ ଜଣାଇବା ସହ ଦେଶର ଗରିମାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଶପଥ ନେଇଥିଲେ ।

Leave a Reply