Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅନ୍ତନଳୀରେ ମଇଳା ଜମିଲେ ବୃଦ୍ଧି ପାଏ ପେଟ ରୋଗ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅନ୍ତନଳୀରେ ମଇଳା ଜମିଲେ ବୃଦ୍ଧି ପାଏ ପେଟ ରୋଗ

ଶରୀରର ଅଧାରୁ ଅଧିକ ରୋଗ ପେଟ ସହିତ ଜଡିତ । ପେଟ ସମ୍ବନ୍ଧୀୟ ରୋଗର ଆଶଙ୍କା କମାଇବା ପାଇଁ ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବା ଅତ୍ୟନ୍ତ ଜରୁରୀ ବୋଲି ଡାକ୍ତରମାନେ କହିଛନ୍ତି । ହଜମ ପ୍ରକ୍ରିୟା ଠିକ ସେତେବେଳେ ରହିଥାଏ ଯେତେବେଳେ କୋଲନ ଅର୍ଥାତ ବଡ଼ ଅନ୍ତନଳୀ ସୁସ୍ଥ ରହିଥାଏ । ବଡ଼ ଅନ୍ତନଳୀରେ ମଇଳା ଜମା ହେବା କାରଣରୁ ପେଟ ରୋଗ ହୁଏ । ପେଟକୁ ସଫା ରଖିବା ଦ୍ୱାରା ମେଟାବୋଲିକ ସିଷ୍ଟମ ବୃଦ୍ଧି ପାଇଥାଏ । ଅନେକ ରୋଗରୁ ରକ୍ଷା ମିଳିଥାଏ । ପ୍ରାକୃତିକ ଉପାୟରେ ଅନ୍ତନଳୀକୁ ସଫା ତଥା ସୁସ୍ଥ ରଖିବାର ଚାରୋଟି ଟିପ୍ସ ବିଷୟରେ ଆସନ୍ତୁ କଥା ହେବା:- ପନିପରିବା ରସ:- ଅନ୍ତନଳୀକୁ ସଫା କରିବା ପାଇଁ ପ୍ରତିଦିନ ପନିପରିବା ରସ ପିଅନ୍ତୁ । ଆପଣ ଲାଉ, ଟମାଟୋ, ପାଳଙ୍ଗ, ବିଲାତି ବାଇଗଣ, କଲରା, ଅଦା ଆଦି ଜିନିଷରୁ ପ୍ରସ୍ତୁତ ରସ ପିଇପାରିବେ । ଏହି ରସ ଅନ୍ତନଳୀରୁ ମଇଳା ବାହାର କରିବା ପାଇଁ କାମ କରେ ଏବଂ ପେଟ ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ । ହାଇ ଫାଇବର ଡାଏଟ:- ଯଦି ଆପଣ ଅନ୍ତନଳୀକୁ ସଫା କରିବାକୁ ଚାହାଁନ୍ତି ତେବେ ଉଚ୍ଚ ଫାଇବର ଡାଏଟ ନେବା ଆରମ୍ଭ କରନ୍ତୁ । ଉଚ୍ଚ ଫାଇବର ଖାଦ୍ୟରେ ପ୍ରାକୃତିକ କ୍ଲିନ୍‌?ଜିଂ ଗୁଣ ଅନ୍ତର୍ଭୁକ୍ତ । ଏଥିପାଇଁ ଆପଣ ଖାଦ୍ୟରେ ସେଓ, କମଳା, କାକୁଡି କିମ୍ବା ଆଲୋ ଭେରା ଭଳି ଜିନିଷ ସାମିଲ କରିପାରିବେ । ଉଷୁମ ପାଣି:- ଅନ୍ତନଳୀ ସଫା କରିବାରେ ଉଷୁମ ଜଳ ମଧ୍ୟ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ । ସକାଳୁ ଉଠିବା ମାତ୍ରେ ଖାଲି ପେଟରେ ୨-୩ ଗ୍ଲାସ ଉଷୁମ ପାଣି ପିଅନ୍ତ । ଏହାକୁ ପିଇବା ପରେ, ଯେତେବେଳେ ଆପଣ ଶୌଚାଳୟକୁ ଯିବେ ସେତେବେଳେ ଆପଣ ଆରାମ ଅନୁଭବ କରିବେ । ଅନ୍ତନଳୀ ସଫା କରିବା ପାଇଁ ଏହା ଏକ ଉତ୍ତମ ଉପାୟ ଭାବରେ ବିବେଚନା କରାଯାଏ । କ୍ଷୀର:- କ୍ଷୀରରେ କ୍ୟାଲସିୟମ, ଫ୍ୟାଟ ଏବଂ କାର୍ବୋହାଇଡ୍ରେଟ ଭଳି ଅନେକ ଉପକାରୀ ଉପାଦାନ ମିଳିଥାଏ । ଡାକ୍ତରମାନେ କହିଛନ୍ତି ଯେ ଯଦି ଆପଣ ସକାଳେ ଜଳଖିଆ ସହିତ ଏକ ଗ୍ଲାସ କ୍ଷୀର ପିଅନ୍ତି, ତେବେ ଏହା ଅନ୍ତନଳୀକୁ ସଫା କରିବା ଭଳି କାର୍ଯ୍ୟ କରିଥାଏ । କ୍ଷୀର ପିଇବା ଆମ ସ୍ୱାସ୍ଥ୍ୟ ପାଇଁ ଅନେକ ବଡ଼ ଉପକାର କରିଥାଏ ।

Leave a Reply