Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅନୁଗୁଳଠାରେ ଏବିଭିପିର ୪୭ତମ ରାଜ୍ୟ ଅଧିବେଶନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅନୁଗୁଳଠାରେ ଏବିଭିପିର ୪୭ତମ ରାଜ୍ୟ ଅଧିବେଶନ


ଅନୁଗୁଳ: ଏବିଭିପି ଓଡିଶାର ୪୭ତମ ରାଜ୍ୟ ଅଧିବେଶନ ଚଳିତ ୨୩,୨୪,୨୫ଡିସେମ୍ବର ଅନୁଗୁଳ ଶିଶୁ ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ଛାତ୍ରନେତାମାନେ ଯୋଗଦେଇଥିଲେ । ଓଡିଶା ରୁ୧୭୭ ମହାବିଦ୍ୟାଳୟର ୨୫୭ ଜଣଛାତ୍ରୀ, ୪୩୬ଛାତ୍ର ୨୧ଜଣ ଅଧ୍ୟାପକ ଉପସ୍ଥିତଥିଲେ ଓ ଆନ୍ତର୍ଜାତୀୟ ଖ୍ୟାତନାମା କ୍ରିୟାଯୋଗୀ ପରମ ପୂଜ୍ୟ ପରମହଂସ ପ୍ରଜ୍ଞା ନାନନ୍ଦଜୀ ମହାରାଜ ମୁଖ୍ୟଅତିଥି ରୂପେ କୋରାପୁଟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଯୋଗ ଦେଇଥିଲେ । ସେହିଭଳି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ, ମାନନୀୟ ଯାଜ୍ଞବଳ୍କ ଶୁକ୍ଳଜୀ, ରାଷ୍ଟ୍ରୀୟ ସମ୍ପାଦକ ଶ୍ରୀ ବିରାଜ ବିଶ୍ୱାସଜୀ, ଉପସ୍ଥିତ ଥିଲେ । ବିଦ୍ୟାର୍ଥୀ ପରିଷଦର ୭୫ବର୍ଷର ଯାତ୍ରାଉପରେ ରାଷ୍ଟ୍ରୀୟ ସହ ସଙ୍ଗଠନ ମନ୍ତ୍ରୀ ଶ୍ରୀେ ଗାବିନ୍ଦ ନାୟକଜି ଅଭିଭାଷଣ ରଖିଥିଲେ । ସେହିଭଳି ସ୍ୱାବଲମ୍ବୀ ଭାରତ୍ୱିଷୟରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଓଡିଶାପୂର୍ବର ପ୍ରାନ୍ତକାର୍ଯ୍ୟବାହ ଶ୍ରୀଅନିଲ ମିଶ୍ରଅ ଭିଭାଷଣ ରଖିଥିଲେ । ଅଧିବେଶନରେ ରାଜ୍ୟର ଶିକ୍ଷାବ୍ୟବସ୍ଥାର ଦୟନୀୟ ସ୍ଥିତି ଉପରେ ଆଲୋଚନା ହେବା ସହ ରାଜ୍ୟରେ ରାଷ୍ଟ୍ରୀୟ ଶିକ୍ଷାନୀତିକୁ ପ୍ରଣୟନ କରିବା ନିମିତ୍ତ ଶିକ୍ଷାର ଭିତ୍ତିଭୂମିକୁ ସୁଦୃଢ କରନ୍ତୁ ଏଥିପାଇଁ ଏକ ପ୍ରସ୍ତାବ ଓ ରାଜ୍ୟର ସାମାଜିକ ସ୍ଥିତି ଉପରେ ଆଲୋଚନା ହୋଇ ରାଜ୍ୟର ଆର୍ଥିକ ସମୃଦ୍ଧି ପାଇଁ ଖଣିଜ ସମ୍ପଦର ସୁବିନିଯୋଗ କରିବା ପାଇଁ ଏକ ପ୍ରସ୍ତାବ ସର୍ବସମ୍ମତିକ୍ରମେ ପାରିତ ହୋଇଥିଲା ।

Leave a Reply