Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଙ୍ଗନବାଡ଼ି କର୍ମୀଙ୍କ ଆନେ୍ଦାଳନ ସାମୟିକ ସ୍ଥଗିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଙ୍ଗନବାଡ଼ି କର୍ମୀଙ୍କ ଆନେ୍ଦାଳନ ସାମୟିକ ସ୍ଥଗିତ


ଭୁବନେଶ୍ୱର : ପ୍ରାୟ ଦେଢ଼ ମାସ ଧରି ଲୋୟର ପିଏମ୍ଜିରେ ଚାଲିଥିବା ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କ ଆନେ୍ଦାଳନ ସାମୟିକ ପାଇଁ ସ୍ଥଗିତ ରହିଛି । ସରକାରଙ୍କ ସହିତ ଆଲୋଚନା ପରେ ଅଙ୍ଗନବାଡ଼ି କର୍ମୀଙ୍କ ଆନେ୍ଦାଳନ ଫେବ୍ରୁଆରୀ ୨ୟ ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ବୋଲି କହିଛନ୍ତି ଅଙ୍ଗନବାଡ଼ି କର୍ମୀ ସଂଘ ସଭାନେତ୍ରୀ ସୁମିତ୍ରା ମହାପାତ୍ର । ସୂଚନା ଅନୁସାରେ ୮ ଦଫା ଦାବି ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ଅଙ୍ଗନବାଡ଼ି କର୍ମୀମାନେ ଆଜି ଆଲୋଚନା କରିଥିଲେ । ଅଙ୍ଗନବାଡ଼ି କର୍ମୀଙ୍କ ଦାବି ସଂପର୍କରେ ଆସନ୍ତା ଫେବ୍ରୁଆରି ୨ୟ ସପ୍ତାହରେ ଆଲୋଚନା ହେବ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଛନ୍ତି । ଆଶା କରାଯାଉଛି ଯେ ମୁଖ୍ୟ ସଚିବ ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧି ନେଇ ଆଲୋଚନା କରିବେ । ଏନେଇ ସେ ଅଙ୍ଗନବାଡ଼ି କର୍ମୀଙ୍କୁ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି । ତେଣୁ ଫେବ୍ରୁଆରି ୨ୟ ସପ୍ତାହ ପର୍ଯ୍ୟନ୍ତ ଆନେ୍ଦାଳନକୁ ସ୍ଥଗିତ ରଖାଯାଇଛି ବୋଲି ସଭାନେତ୍ରୀ କହିଛନ୍ତି ।

Leave a Reply