Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଏହାକୁ ଖାଇବା ପରେ ପାଣି ପିଇବା ଆଦୌ ଉଚିତ୍ ନୁହେଁ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଏହାକୁ ଖାଇବା ପରେ ପାଣି ପିଇବା ଆଦୌ ଉଚିତ୍ ନୁହେଁ


ଖାଦ୍ୟ ଖାଇବା ପରେ ଏକ ଗ୍ଲାସ ପାଣି ପିଇବା ପରେ ଅନେକ ଖୁବ ଶାନ୍ତି ଅନୁଭବ କରିଥାଆନ୍ତି । ମାତ୍ର ଖାଦ୍ୟ ଖାଇବା ପରେ ତୁରନ୍ତ ପାଣି ପିଇବା ଦ୍ୱାରା ପାଚନ ପ୍ରକ୍ରିୟା ଉପରେ କୁପ୍ରଭାବ ପଡିଥାଏ । ଭୋଜନ ପରେ ତୁରନ୍ତ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ବିଶେଷଜ୍ଞ ମଧ୍ୟ ଖାଦ୍ୟ ଖାଇବାର ୩୦ ମିନିଟ୍ ପରେ ପାଣି ପିଇବାକୁ ପରାମର୍ଶ ଦେଇଥାଆନ୍ତି । ସେହିପରି ଅତି ଆବଶ୍ୟକ ନହେଲେ ଭୋଜନ ମଝିରେ ପାଣି ପିଇବାର ଅଭ୍ୟାସ ଥିଲେ, ଏଥିରୁ ଦୂରେଇ ରୁହନ୍ତୁ । ଭୋଜନ ସମୟରେ ପାଣି ପିଇବା ଦ୍ୱାରା ଗ୍ୟାଷ୍ଟ୍ରିକ, ଛାତି ଓ ଗଳାରେ ଜଳାପୋଡା ଆଦି ସମସ୍ୟା ସୃଷ୍ଟି ହୋଇଥାଏ । ଏହାସହ ଖାଦ୍ୟରେ ଥିବା ପୋଷକ ତତ୍ୱ ପାଣି ସହ ମିଶି ପରିଶ୍ରା ସହ ବାହାରି ଆସିଥାଏ । ଶରୀରକୁ ସଠିକ ପୋଷକ ତତ୍ୱ ମିଳିପାରିନଥାଏ । ଫଳରେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଥାଏ । ମାତ୍ର ଏପରି କେତେକ ଜିନିଷ ରହିଛି, ଯାହାକୁ ଖାଇବା ପରେ ପାଣି ପିଇବା ଆଦୌ ଉଚିତ୍ ନୁହେଁ । ଏହା ହୁଏତ ସଭିଏଁ ଜାଣିନଥିବେ । ଜାଣନ୍ତୁ.. କାକୁଡି, ତରଭୂଜ ,ପାଣି ସିଙ୍ଗଡା ଆଦି ଖାଇବା ପରେ ଆଦୌ ପାଣି ପିଅନ୍ତୁ ନାହିଁ । ଏଥିରେ ପ୍ରାକୃତିକ ଭାବେ ପାଣି ରହିଥାଏ । ଏହାକୁ ଖାଇବା ପରେ ପାଣି ପିଇବା ଦ୍ୱାରା ପେଟ ଫୁଲିବା ଭଳି ସମସ୍ୟା ହୋଇଥାଏ । କ୍ଷୀର ପିଇବା ପରେ ତୁରନ୍ତ ପାଣି ପିଅନ୍ତୁ ନାହିଁ । ଫଳରେ ଏଥିରେ ଥିବା ପୋଷକ ତତ୍ୱ ପେଟରେ ଜମା ହୋଇ ପରିଶ୍ରା ଆକାରରେ ବାହାରକୁ ଆସିଥାଏ । ଏହାସହ ମେଟାବୋଲିଜିୟମ ମଧ୍ୟ ଧିମା ହୋଇ ଯାଇଥାଏ । ଏହାସହ ଏସିଡିଟି ଓ ବଦହଜମି ସମସ୍ୟା ହୋଇଥାଏ । ଖରାଦିନେ କିମ୍ବା ଶୀତଦିନେ ତଥା ଋତୁ ଜାତୀୟ ଫଳ ସେବନ ପରେ ଆଦୌ ପାଣି ପିଇବା ଉଚିତ ନୁହେଁ । ଏସବୁ ଫଳ ସେବନ ପରେ ପାଣି ପିଇବା ପରେ ଏଥିରେ ଥିବା ପୋଷକ ତତ୍ୱ ସିଧାସଳଖ ପେଟକୁ ପଳାଇଥାଏ । ଫଳରେ ଏହା ସଠିକ ଭାବେ ଶରୀରକୁ ମିଳିପାରିନଥାଏ । ଯେପରି କଦଳୀ ସହ କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ସେଭଳି କଦଳୀ ଖାଇବା ପରେ ପାଣି ପିଇବା ମଧ୍ୟ ହାନୀକାରକ । ଏହା ପେଟ ଭିତରେ ବିଷ ଭଳି କାର୍ଯ୍ୟ କରିଥାଏ । ପେଟ ଜନିତ ସମସ୍ୟା ହେବା ସହ ବାନ୍ତି ମଧ୍ୟ ହୋଇଥାଏ ।

Leave a Reply