Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ତରଭୁଜ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ତରଭୁଜ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ

ତରଭୁଜ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ତରଭୁଜ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର କରିବାରେ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି । କିନ୍ତୁ ଆପଣ ଜାଣନ୍ତି କି ତରଭୁଜ ରସ ମଧ୍ୟ ଚର୍ମ ପାଇଁ ଅତ୍ୟନ୍ତ ଲାଭଦାୟକ । ଏହାର ରସ ବ୍ୟବହାର କରି ଆପଣ ଉଜ୍ଜ୍ୱଳ ତ୍ୱଚା ପାଇପାରିବେ । ଚର୍ମ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଭିଟାମିନ୍-ଏ, ଭିଟାମିନ୍ ସି, ଭିଟାମିନ୍ ବି ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣରେ ଭରପୂର ଥିବା ତରଭୁଜ ଜୁସ୍କୁ ବ୍ୟବହାର କରିପାରିବେ । ପୁଣି ଆମେ ଆପଣଙ୍କୁ କହିବୁ ଚର୍ମରେ ତରଭୁଜ ରସ ବ୍ୟବହାର କଲେ କ’ଣ ଲାଭ ହୁଏ । ମୁହଁରେ ତରଭୁଜ ରସ ଲଗାଇବାର ୬ ଟି ଫାଇଦା ମିଳିଥାଏ । ଦ୍ଭ କୁଞ୍ଚନ ଦୂର କରେ: ତରଭୁଜ ଜୁସ୍ ତ୍ୱଚାରେ ବାର୍ଦ୍ଧକ୍ୟ ଆସିବାକୁ ଦିଏ ନାହିଁ । ତରଭୁଜରେ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ଅଛି ଯାହା କୁଞ୍ଚନ ଏବଂ ସୂକ୍ଷ୍ମ ରେଖା ଅପସାରଣ କରିଥାଏ । ଦ୍ଭ ମୁହଁ ପିମ୍ପଲ୍ ସମସ୍ୟା ଦୂର କରେ : ତରଭୁଜ ଆଣ୍ଟିଅକ୍ସିଡାଣ୍ଟ ଗୁଣରେ ଭରପୂର ଅଟେ । ଯଦି ଆପଣ ପିମ୍ପଲ୍ ସମସ୍ୟାକୁ ନେଇ ଚିନ୍ତାରେ ଅଛନ୍ତି ତେବେ ନିଶ୍ଚିତ ଭାବରେ ମୁହଁରେ ତରଭୁଜ ରସ ଲଗାନ୍ତୁ । ଦ୍ଭ ଦାଗ ହଟିବାରେ ସାହାଯ୍ୟ କରେ : ଭିଟାମିନ୍ ସିରେ ଭରପୂର ଥିବା ତରଭୁଜ ମୁଖର ଦାଗ ଦୂର କରିବାରେ ସାହାଯ୍ୟ କରିଥାଏ । ତରଭୁଜ ରସକୁ ମୁହଁରେ ଲଗାନ୍ତୁ, ଦାଗ ଚିନ୍ତା ଦୂରେଇଯିବ । ଦ୍ଭ ଉଜ୍ଜ୍ୱଳ ତ୍ୱଚା: ତରଭୁଜ ରସରେ ଅଳ୍ପ କ୍ଷୀର ମିଶାଇ ଏହାକୁ ମୁହଁରେ ଲଗାଇଲେ ଚେହେରା ଉଜ୍ଜ୍ୱଳ ହୋଇଥାଏ । ଏହାକୁ ବ୍ୟବହାର କରିବା ଦ୍ୱାରା ଚେହେରାରେ ପରିବର୍ତ୍ତନ ଘଟିଥାଏ । ଫଳରେ ତ୍ୱଚା ଉଜ୍ଜ୍ୱଳ ଦେଖାଯାଇଥାଏ ।

Leave a Reply