Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆମ୍ବ ଚାଷ କରି ସ୍ୱାବଲମ୍ବୀ ହେଲେ ମହିଳା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆମ୍ବ ଚାଷ କରି ସ୍ୱାବଲମ୍ବୀ ହେଲେ ମହିଳା

ମାଲକାନଗିରି : ନିଜ ବାଡ଼ିରେ ବିଭିନ୍ନ କିସମର ଆମ୍ବ ଚାଷ କରି ମାଲକାନଗିରି ବ୍ଳକ ବି.ଏଲ୍‌.ପୁର ପଞ୍ଚାୟତ ସଦର ଗାଁର ସୁବାଇ ଶ୍ରୀଗାମ ସବଲମ୍ବୀ ହେବା ସହିତ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ପାହାଡିଆ ଜମିରେ ଦଶରୀ, ଆମ୍ରପଲ୍ଲୀ, ଆଖୁରସ, କଲମୀ, ବାଇଗଣପଲ୍ଲୀ ଓ ଠୁରୀ ଆଦି ଆମ୍ବର ଗଛ ଲଗାଇଛନ୍ତି । ପ୍ରାୟ ଦେଢ ଏକର ଜମିରେ ଆମ୍ବ ସହ ପଣସ ଓ ଅନ୍ୟ ଫଳଗଛ ଲଗାଇ ବର୍ଷକୁ ୭୦ରୁ ୮୦ହଜାର ଟଙ୍କା ରୋଜଗାର କରୁଛନ୍ତି । ପଡୋଶୀ ଛତିଶଗଡ଼ ସୁକୁମାରୁ ବେପାରୀମାନେ ଆସି ଆମ୍ବ କିଣି ନେଉଥିବା କହିଛନ୍ତି । ବିଏଲପୁର ଗାଁର ଉପକଣ୍ଠରେ ରହୁଥିବା ସୁବାଇ ତାଙ୍କ ଚାଷ ସମ୍ପର୍କରେ କହିଛନ୍ତି, ସେ ଓ ତାଙ୍କ ସ୍ୱାମୀ ଜଗଦୀଶ ପୂର୍ବରୁ କୁଲି ମଜୁରି କରି ଚଳୁଥିଲେ । ଦିନେ ବ୍ଲକ କାର୍ଯ୍ୟାଳୟର ଜଣେ ବାବୁ ସେମାନଙ୍କ ଗାଁକୁ ଆସି ନିଜ ବାଡିବଗିଚାରେ ପନିପରିବା ଓ ଫଳଚାଷ କରି ସରକାରଙ୍କ ନିକଟରୁ ପ୍ରୋତ୍ସାହନ ପାଇ ଦୁଇପଇସା ରୋଜଗାର କରିବାକୁ ମହିଳାମାନଙ୍କୁ ପରାମର୍ଶ ଦେଇଥିଲେ । ତାଙ୍କ କଥା ମନକୁ ପାଇବା ପରେ ସ୍ୱାମୀଙ୍କୁ କହି ବଜାରରୁ ବିଭିନ୍ନ କିସମର ଆମ୍ବ ଚାରା ଆଣି ନିଜ ବାଡ଼ିରେ ଲଗାଇଥିଲେ । ପାହାଡିଆ ଜମିରେ ସବୁଜ ଖତ, ସାର, ପାଣି ଦେଇ ଗଛର ଯନ୍ତ୍ର ନେଲେ । ପ୍ରାୟ ୨ବର୍ଷ ପରେ ଗଛ ଭଲ ହେବା ସହ ଫଳ ବି ଧରିଲା । ଏହା ପରେ ସେ ପଣସ, ପିଜୁଳି, ସପେଟା ଆଦି ଫଳ ଗଛ ଲଗାଇଥିଲେ । ଏବେ ସମସ୍ତ ଗଛରେ ଫଳ ଆସିଛି । ଚଳିତବର୍ଷ ଜିଲ୍ଲାରେ କମ୍ ପରିମାଣରେ ଆମ୍ବ ଉତ୍ପାଦନ ହୋଇଥିଲେ ମଧ୍ୟ ତାଙ୍କ ବଗିଚାରେ ଭଲ ଉତ୍ପାଦନ ହୋଇଥିବା ସେ କହିଛନ୍ତି । ପୂର୍ବରୁ କୁଲି ମଜୁରି କରି ଚଳୁଥିଲେ । ଏବେ କାହାରି ପାଖରେ ହାତ ପତାଇବାକୁ ପଡୁନାହିଁ ବରଂ ତାଙ୍କ ଚାଷର ଉନ୍ନତି ଦେଖି ଗାଁର ମହିଳାମାନେ ତାଙ୍କ ଠାରୁ ଫଳଚାଷ ସମ୍ପର୍କରେ ପରାମର୍ଶ ନେଉଥିବା ସେ କହିଛନ୍ତି । ନିଜ ବଗିଚାରେ ସେ ୬ କିସମର ଆମ୍ବ ଫଳାଉଛନ୍ତି । ପାଚଲା ଆମ୍ବ ଧରି ସୁବାଇ ନିଜେ ବଜାରକୁ ବିକ୍ରି କରିବାକୁ ଆସୁଛନ୍ତି । ଏଥିସହ ତାଙ୍କ ବଗିଚାରୁ ଗାଁର ଅନ୍ୟ ମହିଳାମାନେ ମଧ୍ୟ ଆମ୍ବ ନେଇ ବିକ୍ରି କରି ବେଶ୍ ଦୁଇପଇସା ରୋଜଗାର କରୁଛନ୍ତି । ତାଙ୍କ ପାଖରୁ ଅନ୍ୟ ବ୍ୟବସାୟୀମାନେ ଆମ୍ବ କିଣି ଅଧିକ ମୂଲ୍ୟରେ ବିକ୍ରି କରୁଛନ୍ତି । ସୁବାଇ କହିଛନ୍ତି ବାଇଗଣପଲ୍ଲୀ, ଆମ୍ରପଲ୍ଲୀ, ଆଖୁରସ ଆଦି ଆମ୍ବକୁ କେଜି ୩୦ ଟଙ୍କାରେ ବିକ୍ରି କରୁଛନ୍ତି । ଦିନକୁ ୧୫ଶହରୁ ୨ହଜାର ଓ କେବେ କେବେ ୩ ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି କରୁଥିବା କହିଛନ୍ତି । ବିନା ରାସାୟନିକ ଦ୍ରବ୍ୟରେ ଗଛର ପାଚିଲା ଆମ୍ବ ବିକ୍ରି କରୁଥିବାରୁ ଗ୍ରାହକ ଓ ବେପାରୀମାନେ ତାଙ୍କ ନିକଟରୁ ଆମ୍ବ କିଣୁଛନ୍ତି । ପଡୋଶୀ ସୁକୁମା ଜିଲ୍ଲାର ବେପାରୀମାନେ ଆସି ଅଗ୍ରୀମ ଦେଇ ଆମ୍ବ କିଣି ନେଉଥିବା ସୁବାଇ କହିଛନ୍ତି । ଅନ୍ୟପକ୍ଷେ ତାଙ୍କ ଉନ୍ନତମାନର ଆମ୍ବଚାଷ ଦେଖି ଗାଁର ଅନ୍ୟ ମହିଳାମାନେ ମଧ୍ୟ ନିଜ ବାଡି ବଗିଚାରେ ବିଭିନ୍ନ ପ୍ରକାର ଫଳ ଗଛ ଲଗାଇବା ଆରମ୍ଭ କରିଛନ୍ତି । କୌଣସି ସରକାରୀ ପ୍ରୋସାହନ ନପାଇ ମଧ୍ୟ ନିଜ ଉଦ୍ୟମରେ ବିଭିନ୍ନ କିସମର ଫଳ ଚାଷ କରି ସ୍ୱାବଲମ୍ବୀ ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ସୁବାଇ

Leave a Reply