Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତୀୟ ବାୟୁସେନା ଉତ୍ତର ପୂର୍ବ ଭାରତରେ ସମରାଭ୍ୟାସ ‘ପ୍ରଳୟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତୀୟ ବାୟୁସେନା ଉତ୍ତର ପୂର୍ବ ଭାରତରେ ସମରାଭ୍ୟାସ ‘ପ୍ରଳୟ

ନୂଆଦିଲ୍ଲୀ: ଚାଇନା ସହିତ ଏଲଏସିରେ ଚାଲିଥିବା ବିବାଦ ମଧ୍ୟରେ ଭାରତୀୟ ବାୟୁସେନା ଉତ୍ତର ପୂର୍ବ ଭାରତରେ ଏକ ପ୍ରମୁଖ ସମରାଭ୍ୟାସ କରିବାକୁ ଯାଉଛି । ଏହାର ନାମ ‘ପ୍ରଳୟ’ ରଖାଯାଇଛି । ବାୟୁସେନା ସୂତ୍ରରୁ ଜଣାପଡିଛି ଯେ ସମସ୍ତ ପ୍ରମୁଖ ଏୟାରବେସର ସହଯୋଗରେ ଏହା କରାଯିବ । ନିକଟରେ ନିୟୋଜିତ ହୋଇଥିବା ଡ୍ରୋନସ୍କ୍ୱାଡ୍ରନ ମଧ୍ୟ ଏଥିରେ ଅଂଶ ଗ୍ରହଣ କରିବ । ଭାରତୀୟ ବାୟୁସେନା ପୂର୍ବ ସେକ୍ଟରରେ ଏସ୍-୪୦୦ ଏୟାର ଡିଫେନ୍ସ ପ୍ରଣାଳୀ ନିୟୋଜିତ ଏବଂ ସକ୍ରିୟ କରିଛି, ଯାହା ୪୦୦ କିଲୋମିଟର ମଧ୍ୟରେ କୌଣସି ଶତ୍ରୁ ବିମାନ କିମ୍ବା କ୍ଷେପଣାସ୍ତ୍ରକୁ ଦୂରରୁ ନଷ୍ଟ କରିବାକୁ ସକ୍ଷମ । ଦୁନିଆର ବହୁତ କମ ଦେଶରେ ଏହି ପ୍ରକାରର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଅଛି । ରୁଷିଆ ସହିତ ଶହେ କୋଟି ଡଲାରରେ ଭାରତ ଏହି ଚୁକ୍ତି କରିଛି । ଅଧିକାରୀଙ୍କ କହିବାନୁସାରେ, ଭାରତୀୟ ବାୟୁସେନାର ପ୍ରଳୟ ସମରାଭ୍ୟାସରେ ପରିବହନ ଏବଂ ଅନ୍ୟାନ୍ୟ ବିମାନ ସହିତ ରାଫେଲ ଓ ସୁଖୋଇ-୩୦ ଯୁଦ୍ଧ ବିମାନ ଯୋଗଦେବେ । ଗତ କିଛି ମାସ ମଧ୍ୟରେ ଭାରତୀୟ ବାୟୁସେନା ଦ୍ୱାରା ଏହା ହେଉଛି ଦ୍ୱିତୀୟ କମାଣ୍ଡ ସ୍ତରୀୟ ସମରାଭ୍ୟାସ । ନିକଟରେ ଭାରତୀୟ ବାୟୁସେନା ସିକ୍କିମ ଏବଂ ସିଲିଗୁଡି କରିଡୋର ସେକ୍ଟରରେ ଶତ୍ରୁ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ଏହାର କ୍ଷମତା ବଢ଼ାଇବା ପାଇଁ ଅନ୍ୟ ବେସରୁ ଡ୍ରୋନର ଏକ ସ୍କ୍ୱାଡ୍ରନ ଉତ୍ତର-ପୂର୍ବକୁ ସ୍ଥାନାନ୍ତର କରିଥିଲ ।

Leave a Reply