Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତ ଆର୍ମେନିଆକୁ ଦେଲା ‘ପିନାକା’ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତ ଆର୍ମେନିଆକୁ ଦେଲା ‘ପିନାକା’

ନୂଆଦିଲ୍ଲୀ : ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର୍ ଆଜାରବୈଜାନ ଗସ୍ତରେ ଯାଇଛନ୍ତି । ଜେନେରାଲ ମୁନିରଙ୍କ ଏହି ଗସ୍ତ ଏପରି ଏକ ସମୟରେ ଘଟିଛି ଯେତେବେଳେ ଭାରତ ଆଜାରବୈଜାନର ଶତ୍ରୁ ଆର୍ମେନିଆକୁ ପିନାକା ରକେଟ୍ ଯୋଗାଇ ଦେଇଛି । ପାକିସ୍ତାନ ଆଜେରବାଇଜାନକୁ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର ଯୋଗାଇଥାଏ । ଏହା ତାଙ୍କୁ ନଗର୍ନୋ କରାବାକରେ ଯୁଦ୍ଧରେ ବିଜୟ ପ୍ରଦାନ କରିଥିଲା । ଭାରତ ଏବଂ ଆର୍ମେନିଆ ମଧ୍ୟରେ ବୃଦ୍ଧି ପାଉଥିବା ବନ୍ଧୁତା ଯୋଗୁଁ ଉଭୟ ପାକିସ୍ତାନ ଏବଂ ଆଜାରବୈଜାନ ଟେନସନରେ ଅଛନ୍ତି । ଭାରତ ଆର୍ମେନିଆକୁ ପିନାକା ରକେଟ୍ ସମେତ ମାରାତ୍ମକ ଅସ୍ତ୍ର ଯୋଗାଇବା ପରେ ବର୍ତ୍ତମାନ ପାକିସ୍ତାନର ସେନା ମୁଖ୍ୟ ହଠାତ୍ ଆଜାରବୈଜାନ ଗସ୍ତରେ ଯାଇଛନ୍ତି । ଆଜାରବୈଜାନ ସହ ସାମରିକ ତଥା ପ୍ରତିରକ୍ଷା ସମ୍ପର୍କ ବୃଦ୍ଧି କରିବାକୁ ପାକିସ୍ତାନୀ ସେନା ମୁଖ୍ୟ ଘୋଷଣା କରିଛନ୍ତି । ପାକିସ୍ତାନୀ ସେନା ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଜେନେରାଲ ମୁନିରଙ୍କ ଏହି ଗସ୍ତ ପାକିସ୍ତାନ ଏବଂ ଆଜାରବୈଜାନ ମଧ୍ୟରେ ରଣନୀତିକ ଭାଗିଦାରୀ ବୃଦ୍ଧି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ପାକିସ୍ତାନୀ ସେନା କହିଛି ଯେ ଏହି ଗସ୍ତ ସମୟରେ ଜେନେରାଲ ଅସୀମ ମୁନିର ଆଜାରବୈଜାନ ର ରାଷ୍ଟ୍ରପତି ଇଲହାମ ଆଲିଭ, ପ୍ରତିରକ୍ଷା ମନ୍ତ୍ରୀ ତଥା ସେନା ମୁଖ୍ୟଙ୍କୁ ଭେଟିଛନ୍ତି । ଏହି ବୈଠକରେ ପ୍ରତିରକ୍ଷା ଏବଂ ପ୍ରଶିକ୍ଷଣ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି ଉପରେ ଆଲୋଚନା ହୋଇଥିଲା । ନାଗର୍ନୋ କରାବାକ୍ ଯୁଦ୍ଧ ସମୟରେ ପାକିସ୍ତାନ ଆଜାରବୈଜାନକୁ ଅସ୍ତ୍ରଶସ୍ତ୍ରରେ ସାହାଯ୍ୟ କରିଥିଲା । ପାକିସ୍ତାନୀ ସେନା ଆଜାରବୈଜାନକୁ ରକେଟ୍ ଏବଂ ଅନ୍ୟାନ୍ୟ ମାରାତ୍ମକ ଅସ୍ତ୍ର ଯୋଗାଇଥାଏ । ତୁର୍କୀ, ଇସ୍ରାଏଲ ଏବଂ ପାକିସ୍ତାନର ଅସ୍ତ୍ରଶସ୍ତ୍ରରେ ଆଜାରବୈଜାନ ଆର୍ମେନିଆରୁ ନାଗର୍ନୋ କରାବାକ୍ ଛଡ଼ାଇ ନେଇଥିଲା ।ଭାରତ ଆର୍ମେନିଆକୁ ପଠାଇଛି ପିନାକା ରକେଟ ପାକିସ୍ତାନୀ ସେନା ମୁଖ୍ୟ ମଧ୍ୟ ଆଜାରବୈଜାନର ସୈନିକମାନଙ୍କୁ ଭେଟି ସେମାନଙ୍କୁ ପ୍ରଶଂସା କରିଥିଲେ । ସେ କହିଛନ୍ତି ଯେ ଆଜାରବୈଜାନ ସାମରିକ କ୍ଷେତ୍ରରେ ବହୁତ ଅଗ୍ରଗତି କରିଛି ଏବଂ ଭବିଷ୍ୟତରେ ପାକିସ୍ତାନ ମଧ୍ୟ ଏହାକୁ ସମର୍ଥନ କରିବ । ପାକିସ୍ତାନ ଏବଂ ଆଜାରବୈଜାନ ଉଭୟ କହିଛନ୍ତି ଯେ ସେମାନେ ଏହି ଅଞ୍ଚଳରେ ସ୍ଥିରତା ଚାହୁଁଛନ୍ତି । ପାକିସ୍ତାନୀ ସେନା ମୁଖ୍ୟ ଏପରି ଏକ ସମୟରେ ଏହି ଗସ୍ତରେ ଆସିଛନ୍ତି ଯେଉଁ ସମୟରେ ଭାରତ ଆଜାରବୈଜାନର ଦାଦାଗିରିର ଶିକାର ହୋଇଥିବା ଆର୍ମେନିଆକୁ ପିନାକା ମଲ୍ଟି ବ୍ୟାରେଲ ରକେଟ୍ ଲଞ୍ଚର୍ ଯୋଗାଇ ଦେଇଛି । ଭାରତୀୟ ପିନାକା ସିଷ୍ଟମର ପ୍ରଥମ କ୍ଷେପ ୫ ଅକ୍ଟୋବରରେ ଆର୍ମେନିଆକୁ ପଠାଯାଇଥିଲା । ଭାରତ ଖୋଲାଖୋଲି ଭାବେ ଦେଶର ନାମ ପ୍ରକାଶ କରିନାହିଁ କିନ୍ତୁ ବିଶ୍ଳେଷକମାନେ କହିଛନ୍ତି ଯେ ଏହା ଆର୍ମେନିଆକୁ ଯୋଗାଇ ଦିଆଯାଇଛି । ଗତ ବର୍ଷ ଆର୍ମେନିଆ ପିନାକା ରକେଟ୍ ସିଷ୍ଟମ କିଣିବା ପାଇଁ ଭାରତର ଊଜଊଙ କୁ ଅର୍ଡର ଦେଇଥିଲା । ଏହି ପୁରା ଡିଲର ମୂଲ୍ୟ ୨୦୦୦ କୋଟି ଟଙ୍କା ଥିଲା । ପିନାକା ଗଳ-୧ ଋଜ ରକେଟ୍ ସିଷ୍ଟମ୍ ୪୫ କିଲୋମିଟର ଦୂର ପର୍ଯ୍ୟନ୍ତ ଏହାର ଲକ୍ଷ୍ୟକୁ ଶିକାର କରିପାରିବ । ଯେତେବେଳେ କି ପିନାକା ଗଳ-୨ ରକେଟ୍ ସିଷ୍ଟମ୍ ୭୫ କିଲୋମିଟର ଦୂରତାକୁ ମାରିବାରେ ସକ୍ଷମ ।

Leave a Reply