Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଶିକ୍ଷାବିତ୍ ଭିକାରି ଚରଣ ସାହୁଙ୍କ ବିୟୋଗରେ ଶୋକସଭା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶିକ୍ଷାବିତ୍ ଭିକାରି ଚରଣ ସାହୁଙ୍କ ବିୟୋଗରେ ଶୋକସଭା

ତାଳଚେର : ବରିଷ୍ଠ ଶିକ୍ଷାବିତ୍ ତଥା ଶିକ୍ଷା ବିକାଶ ସମିତି ଓଡିଶାଙ୍କ ଭୀଷ୍ମ ପିତାମହ ଭିକାରି ଚରଣ ସାହୁଙ୍କର ଗତ ଅକ୍ଟୋବର ମାସ ୩୦ ତାରିଖ ଦିନ ଦେହାନ୍ତ ହୋଇଥିଲା । ଏହି ଅବସରରେ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଦ୍ୟାଳୟ ପରିଚାଳନା ସମିତିର ଉପସଭାପତି ତପନ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ । ବିଦ୍ୟାଳୟର ଗୁରୁଜୀ, ଗୁରୁମାମାନଙ୍କ ସମେତ ଛାତ୍ରଛାତ୍ରୀମାନେ ସ୍ୱର୍ଗତ ସାହୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ ସ୍ୱର୍ଗତ ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ । ସ୍ୱର୍ଗତ ସାହୁ ଜଣେ ବର୍ଷିୟାନ୍ ଶିକ୍ଷକ, ଶିକ୍ଷା ବିକାଶ ସମିତି, ଓଡିଶାଙ୍କ ପୂର୍ବତନ ପ୍ରାନ୍ତ ନିରୀକ୍ଷକ ତଥା ମାର୍ଗଦର୍ଶକ ଭାବରେ କାର୍ଯ୍ୟ କରୁଥିଲେ । ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ତାଙ୍କର ଅନନ୍ୟ ଅବଦାନ ପାଇଁ ସେ ସଦା ସର୍ବଦା ସ୍ମରଣୀୟ ହୋଇ ରହିବେ ବୋଲି ବିଦ୍ୟାଳୟର ସଂପାଦକ ବିଭୂତି ଭୂଷଣ ସ୍ୱାଇଁ ପ୍ରକାଶ କରିଥିଲେ । ଆଚାର୍ଯ୍ୟ ମଳୟ କୁମାର ଦାସ ଓ ପ୍ରିୟଙ୍କା ବେହେରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସମସ୍ତ ଗୁରୁଜୀ,ଗୁରୁମା ସହଯୋଗ କରିଥିଲେ ।

Leave a Reply