Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପାର୍ବଣ ଋତୁରେ ରେକର୍ଡ ଜିଏସଟି ଆଦାୟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାର୍ବଣ ଋତୁରେ ରେକର୍ଡ ଜିଏସଟି ଆଦାୟ

ନୂଆଦିଲ୍ଲୀ: ଅକ୍ଟୋବରରେ ପାର୍ବଣ ଋତୁରେ ମଧ୍ୟ ଉତ୍ସାହଜନକ ରହିଛି ଜିଏସଟି ସଂଗ୍ରହୟ ଅକ୍ଟୋବର ୨୦୨୩ରେ ସମୁଦାୟ ଜିଏସଟି ସଂଗ୍ରହ ୧.୭୨ ଲକ୍ଷ କୋଟି ଟଙ୍କା ରହିଛି । ଜୁଲାଇ ୨୦୧୭ରେ ଜିଏସଟି ଲାଗୁ ହେବା ପରଠାରୁ ଅକ୍ଟୋବର ୨୦୨୩ରେ ଜିଏସଟି ସଂଗ୍ରହ ଦ୍ୱିତୀୟ ସବୁଠୁ ଉଚ୍ଚ ସ୍ତରୟ ସେହିଭଳି ୨୦୨୨ ଅକ୍ଟୋବର ତୁଳନାରେ ଜିଏସଟି ସଂଗ୍ରହରେ ୧୩ ପ୍ରତିଶତ ବୃଦ୍ଧି ହୋଇଛି । ବୁଧବାର ଅର୍ଥ ମନ୍ତ୍ରାଳୟ ଅକ୍ଟୋବର ୨୦୨୩ ପାଇଁ ଜିଏସଟି କଲେକ୍ସନ ଡାଟା ଜାରି କରିଛି । ଏହା ଅନୁଯାୟୀ, ଅକ୍ଟୋବରରେ ୧,୭୨,୦୦୩ କୋଟି ଟଙ୍କା ଜିଏସଟି ସଂଗ୍ରହ ହୋଇଛି । ଏଥିରେ ୩୦,୦୬୨ କୋଟି ଟଙ୍କା ସିଜିଏସଟି, ୩୮,୧୭୧ କୋଟି ଟଙ୍କା ଏସଜିଏସଟି, ୯୧,୩୧୫ କୋଟି ଟଙ୍କା ଆଇଜିଏସଟି ଏବଂ ୧୨,୪୫୬ କୋଟି ଟଙ୍କା ସେସ ଜରିଆରେ ଆଦାୟ ହୋଇଛି ।

Leave a Reply