Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବିକ୍ଷୋଭ ସହ ହମାସର ପ୍ରତ୍ୟକ୍ଷ ସମ୍ପର୍କ ଦେଶର ନିରାପତ୍ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିକ୍ଷୋଭ ସହ ହମାସର ପ୍ରତ୍ୟକ୍ଷ ସମ୍ପର୍କ ଦେଶର ନିରାପତ୍ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି

ଅକ୍ଟୋବର ୭ ଦିନ ଇସ୍ରାଏଲ ଉପରେ ହମାସର ବର୍ବରୋଚିତ ଆକ୍ରମଣକୁ ନେଇ ସମଗ୍ର ବିଶ ସ୍ତମ୍ଭୀଭୂତ ହୋଇଯାଇଥିଲା । ବିଶ୍ୱର ଅଧିକାଂଶ ଗଣତାନ୍ତ୍ରିକ ଦେଶ ଏହାକୁ କଡା ନିନ୍ଦା କରିବା ସହ ଇସ୍ରାଏଲ ପ୍ରତି ସମବେଦନା ପ୍ରକଟ କରୁଥିବା ବେଳେ ଏପରି କିଛି ଦେଶ ମଧ୍ୟ ଥିଲେ ଯେଉଁମାନେ ଉତ୍ସବ ପାଳନ କରୁଥିଲେ । ମୁଖ୍ୟତଃ ଇରାନ, କତର, ସିରିଆ, ଲେବାନନ, ଏହାକୁ ଇସଲାମର ବିଜୟ ଭାବେ ପାଳନ କରୁଥିବାବେଳେ ଅଧିକାଂଶ ମୌଳବାଦୀ ଓ ଆତଙ୍କବାଦୀ ମୁସଲିମ ସଂଗଠନ ଅସ୍ତ୍ରଶସ୍ତ୍ର ସହ ରାସ୍ତା ଉପରକୁ ଓହ୍ଲାଇ ଆସିଥିଲେ । ଏହାର ଗୋଟିଏ ଦିନ ପରେ ଇସ୍ରାଏଲ ଯେତେବେଳେ ଗାଜା ପଟି ଉପରେ ଆଖିବୁଜା ବୋମାବର୍ଷଣ କଲା ସେତେବେଳେ ତା’ର ନିନ୍ଦା କରିବାକୁ ଆଉ କିଛି ମୁସଲିମ ଦେଶ ସ୍ୱର ଉତ୍ତୋଳନ କଲେ । କୁଏତ, ପାକିସ୍ତାନ, ଭଳି ଦେଶ ଇସ୍ରାଏଲର ଆକ୍ରମଣକୁ ଅମାନୁଷିକ ବୋଲି ଦର୍ଶାଇଲେ । କିନ୍ତୁ ବିଶ୍ୱର ଯେଉଁ ଯେଉଁ ଦେଶରେ ମୁସଲମାନ ଅଛନ୍ତି ସେଭଳି ଅଧିକାଂଶ ଦେଶରେ ଗାଜା ଉପରେ ଇସ୍ରାଏଲର ବୋମାମାଡ ଦ୍ୱାରା ହଜାର ହଜାର ଲୋକ ନିହତ ହେବା ସେମାନଙ୍କ ମଧ୍ୟରେ ଶିଶୁ , ମହିଳା ଓ ବୃଦ୍ଧ ବୃଦ୍ଧାଙ୍କ ମୃତ୍ୟୁକୁ ନେଇ ଇସ୍ରାଏଲର ତୀବ୍ର ନିନ୍ଦା କରିବା ସହ ଉତ୍ତରଗାଜାରୁ ଖାଦ୍ୟ,ପାନୀୟ , ଇନ୍ଧନ ଓ ବିଜୁଳି ସଂଯୋଗ ବିଚ୍ଛିନ୍ନ କରିବାକୁ ନେଇ ଛାତିଫଟା କ୍ରନ୍ଦନ କରୁଥିବା ଦେଖାଗଲା । ଏମାନଙ୍କ ଭିତରୁ କେହି ଯଦି ଇସ୍ରାଏଲ ଉପରେ ବିଭତ୍ସ ଆକ୍ରମଣ କଲାବେଳେ ଶିଶୁ, ମହିଳା ଓ ବୃଦ୍ଧଙ୍କୁ ଅତି ବିଭତ୍ସଭାବେ ହତ୍ୟା କରିବା , ମହିଳାମାନଙ୍କୁ ଦୁଷ୍କର୍ମ କରିବା ଏବଂ ୨୦୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ପଣବନ୍ଦୀ କରିନେବାକୁ ନେଇ ପାଟି ଖୋଲିଥାନ୍ତେ ତାହେଲେ ଜଣାପଡିଥାନ୍ତା ଯେ, ଏମାନଙ୍କ ଭିତରେ ମାନବିକତା ରହିଛି ଏବଂ ଏମାନେ ଯେକୌଣସି ହିଂସାକାଣ୍ଡକୁ ନିନ୍ଦା କରନ୍ତି । କିନ୍ତୁ ଘଟଣା ତାହା ନଥିଲା ଏମାନଙ୍କ ମନ ଭିତରେ ଇହୁଦୀମାନଙ୍କ ପ୍ରତି ଯାବତୀୟ ଘୃଣା ଥିବାରୁ ଇହୁଦୀମାନଙ୍କ ମୃତ୍ୟୁ ପାଇଁ ଏମାନେ ଖୁସି ମନାଉଥିଲା ବେଳେ ପାଲେଷ୍ଟିନୀୟଙ୍କ ମୃତ୍ୟୁ ପାଇଁ ଏମାନଙ୍କୁ ମାନବିକତା ଦେଖାଗଲା । ଏ ବିକ୍ଷୋଭ, ଯୁକ୍ତରାଷ୍ଟ୍ର ଆମେରିକା, କାନାଡା ଏପରିକି ଋଷରେ ମଧ୍ୟ ହୋଇଥିବାର ଦେଖିବାକୁ ମିଳିଛି । ଆମ ଦେଶରେ ମଧ୍ୟ ଅନେକ ସ୍ଥାନରେ ଇସ୍ରାଏଲ ବିରୋଧରେ ଏବଂ ପାଲେଷ୍ଟାଇନ ସପକ୍ଷରେ ଅନେକ ବିକ୍ଷୋଭ ହୋଇଛି । କିନ୍ତୁ ପ୍ରଥମଥର ପାଇଁ କେରଳରେ ହଜାର ହଜାର ଲୋକଙ୍କ ବିକ୍ଷୋଭ ସମୟରେ ଏହି ବିକ୍ଷୋଭ ସହ ହମାସର ପ୍ରତ୍ୟକ୍ଷ ସମ୍ପର୍କ ଦେଶର ନିରାପତ୍ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave a Reply