Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମାନବିକତା ଦେଖାଇଲେ ତିନି ଯୁବକ, ବଞ୍ଚିଗଲା ବୁଢ଼ୀ ମାଉସୀର ଜୀବନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମାନବିକତା ଦେଖାଇଲେ ତିନି ଯୁବକ, ବଞ୍ଚିଗଲା ବୁଢ଼ୀ ମାଉସୀର ଜୀବନ

ଏରସମା : ସକାଳୁ ସକାଳୁ ବୁଢ଼ୀ ମାଉସୀଟିଏ ଚାଲି ଚାଲି ଆସୁଥାଏ । ହଠାତ୍ କଣ ହେଲା କେଜାଣି, ଜିରାଇଲୋ ପଞ୍ଚାୟତ ସରବା ଛକ ନିକଟରେ ତଳେ ପଡ଼ିଗଲେ । ଆଉ ଠିକ୍ ସେହି ସମୟରେ ସେହି ବାଟଦେଇ ଆସୁଥିଲେ ତିନି ଜଣ ଯୁବକ ବିକ୍ରମ ଦଳାଇ, କିଶୋର ବାରିକ୍‌, ଆଶିଷ ପରିଡ଼ା । ନିସ୍ତବ୍ଧ ଅବସ୍ଥାରେ ପଡ଼ିରହିଥିବା ବୁଢୀ ମାଉସୀଟିକୁ ଦେଖିବା କ୍ଷଣି ଲାଗିପଡିଥିଲେ ବୁଢ଼ୀ ମାଉସୀଟିର ସେବାରେ । କିଏ ପାଣି ଟୋପେ ମାଉସୀ ପାଟିରେ ଦେଉଥାଏ ତ କିଏ କିଛି ଖାଦ୍ୟ ନେଇ ଦେଉଥାଏ, ଆଉ କିଏ ମୁଣ୍ଡକୁ ଥାପି ଦେଉଥାଏ ସତେ ଯେମିତି ନିଜର କେହି ଜଣେ ଆତ୍ମୀୟ ପରିବାରର ସଦସ୍ୟ ଭଳି । ଏହି ତିନି ବନ୍ଧୁ ପାଇଁ ବୁଢ଼ୀ ମାଉସୀମାର ଜୀବନଟି ବଞ୍ଚି ଯାଇଛି । ଆଉ ସମାଜକୁ ମଧ୍ୟ ବାର୍ତ୍ତା ଦେଇଛନ୍ତି ସେବା ହିଁ ଜୀବନ, ଆଉ ସେବାରେ ପ୍ରକୃତ ଶାନ୍ତି ରହିଛି ବୋଲି ଏକ ବାର୍ତ୍ତା ଦେଇଛନ୍ତି ଏହି ତିନି ଯୁବ ବନ୍ଧୁ । ଯାହାକୁ ଶୁଣି ସାଧାରଣରେ ଚର୍ଚ୍ଚା ହେଉଛି ଏବେବି ମାନବିକତା ବଞ୍ଚି ରହିଛି ।

Leave a Reply