Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତ ମହାସାଗରରେ ଚାଲବାଜ ଚୀନ୍‌କୁ ମିଳିବ କଡ଼ା ଜବାବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତ ମହାସାଗରରେ ଚାଲବାଜ ଚୀନ୍‌କୁ ମିଳିବ କଡ଼ା ଜବାବ


ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଜାରି ରହିଛି । ଏଲଏସିରେ ଦୁଇ ଦେଶର ସେନା ଅନେକ ଥର ମୁହାଁମୁହଁ ହୋଇ ସାରିଛନ୍ତି । ଚୀନ୍‌ର ବିବାଦ କେବଳ ଭାରତ ସହ ନୁହେଁ ବରଂ ଦୁନିଆର ଅନେକ ଦେଶ ସହ ରହିଛି । ଏହାରି ଭିତରେ ଚୀନକୁ ଘେରିବା ପାଇଁ ଭାରତ ନୂଆ ରଣନୀତି ପ୍ରସ୍ତୁତ କରିଛି । ଭାରତ ମହାସାଗର କ୍ଷେତ୍ରରେ ଚୀନ୍ ବିରୋଧରେ ରଣନୀତିକ ଶକ୍ତି ବଢାଇବା ପାଇଁ ମରିସସ୍ର ଗୋଟିଏ ଦ୍ୱୀପରେ ଭାରତ ନିର୍ମାଣ କରୁଥିବା ମିଲିଟାରୀ ବେସ୍ ଏବେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି । ନୂଆଦିଲ୍ଲୀ ଏବେ ମରିସସ୍ ପାଇଁ ଉପଗ୍ରହଣ ପ୍ରେରଣ, ମିଳିତ ବିକାଶ ପାଇଁ ପୋର୍ଟ ଲୁଇସ୍ ସହ ଏକ ଏମଓୟୁ ଉପରେ ହସ୍ତାକ୍ଷର କରିବାକୁ ଯାଉଛି । ଡେକ୍କାନ ହେରାଲ୍ଡର ରିପୋର୍ଟ ଅନୁସାରେ, ଭାରତୀୟ ନୌସେନାର ଏକ ଯୁଦ୍ଧପୋତ, ଆଇଏନଏସ ଶାରଦା ମଙ୍ଗଳବାର ପୋର୍ଟ ଲୁଇସରେ ଅଟକିଥିଲା । ପୋର୍ଟ ଲୁଇସ୍ରେ ଜାହାଜର ରହଣି ସମୟରେ ଭାରତୀୟ ନୌସେନା ଓ ମରିସସ୍ ରାଷ୍ଟ୍ରୀୟ ତଟ ରକ୍ଷକ କର୍ମୀ ଆସନ୍ତା ତିନି ଦିନରେ ସମୁଦ୍ର ଅଭ୍ୟାସ ସହ ଆର୍ôଥକ କ୍ଷେତ୍ରର ନୀରିକ୍ଷଣ ପାଇଁ ଏକ ମିଳିତ ଅଭ୍ୟାସରେ ସାମିଲ ହେବେ । ଏହି ଅବସରରେ ବିଦେଶ ରାଜ୍ୟ ମନ୍ତ୍ରୀ ଭି.ମୁରଲୀଧରନ ଭାରତରୁ ମରିସସ୍କୁ ଗିରମିଟିଆ ଶ୍ରମିକଙ୍କ ଆଗମନର ୧୮୯ତମ ବର୍ଷପୂର୍ତ୍ତି ଉପଲକ୍ଷେ ବୁଧବାର ଓ ଗୁରୁବାର ପୋର୍ଟ ଲୁଇସର ସରକାରୀ ଯାତ୍ରରେ ରହିବେ । ବିଦେଶ ମନ୍ତ୍ରାଳୟ କିମ୍ୱା ନୂଆଦିଲ୍ଲୀର କୂଟନୀତିଜ୍ଞ ମରିସସର ଅଗାଲୋଗା ଦ୍ୱୀପରେ ସୈନ୍ୟ ଆଧାର ବିକଶିତ କରିବାରେ ଭାରତର ଭୂମିକା ଉପରେ କୌଣସି ଟିପ୍ପଣୀ କରିବାକୁ ମନା କରିଛନ୍ତି । ତେବେ ସୂତ୍ର ଅନୁସାରେ ଓଗାଲେଗା ଦ୍ୱୀପରେ ବିମାନଗୁଡିକ ପାଇଁ ଜେଟୀ, ରନୱେ ଓ ହ୍ୟାଙ୍ଗର ନିର୍ମାଣ ପୂର୍ବରୁ ଶେଷ ହୋଇଛି । ମରିସସର ରାଜନୀତିକ ସ୍ଥିତିକୁ ଦେଖି, ଭାରତ ନିଜ କିଛି ବୋଇଙ୍ଗ ପୋସିଡନ ୮ଆଇ ଓ ଟୋହି ବିମାନକୁ ନିବନିର୍ମିତ ସ୍ଥାନରେ ନିୟୋଜିକ କରିବା ଉପରେ ବିଚାର କରିପାରେ । ଉଲ୍ଲେଖଯୋଗ୍ୟ ଯେ ଭାରତ ୨୦୧୫ ମାର୍ଚ୍ଚରେ ଓଗାଲେଗା ଦ୍ୱୀପରେ ସମୁଦ୍ର ଓ ଆକାଶ ମାର୍ଗରେ ପରିବହନ ସୁବିଧାରେ ସୁଧାର ପାଇଁ ମିରସସ୍ ସହ ଏକ ଏମଓୟୁ ଉପରେ ହସ୍ତାକ୍ଷର କରିବା ପରେ ନିର୍ମାଣ ଆରମ୍ଭ କରିଥିଲା ।

Leave a Reply