Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସବୁ ରେସନକାର୍ଡଧାରୀ ପାଇବେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ଲାଭ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସବୁ ରେସନକାର୍ଡଧାରୀ ପାଇବେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ଲାଭ


ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ପରିସର ବ୍ୟାପ୍ତ ହେବାରେ ଲାଗିଛି । ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ଗୃହସ୍ଥି କାର୍ଡଧାରୀ ମଧ୍ୟ ସହଜରେ ମାଗଣାଗ୍ୟାସ୍ କନେକ୍ସନ ନେଇପାରିବେ । ପ୍ରଥମେ ଏହି ଯୋଜନାରେ ମାଗଣା ରୋଷେଇ ଗ୍ୟାସ୍ କନେକ୍ସନ କେବଳ ବିପିଏଲ ଓ ଅନ୍ତ୍ୟୋଦୟ କାର୍ଡ ଧାରି ପାଇପାରୁଥିଲେ । ତେବେ ସରକାର ଏ ନେଇ ଥିବା ବାଧ୍ୟ ବାଧକତାକୁ ସମାପ୍ତ କରିଦେଇଛନ୍ତି । ଏବେ ପାତ୍ର ଗୃହସ୍ଥ କାର୍ଡଧାରୀଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯାଇଛି । ତେବେ ଏଥି ପାଇଁ ଏକ ସର୍ତ୍ତ ମଧ୍ୟ ରହିଛି, ଏହି ସର୍ତ୍ତ ହେଉଛି ପରିବାରର କୌଣସି ସଦସ୍ୟଙ୍କ ନାମରେ ଯେପରି ରୋଷେଇ ଗ୍ୟାସ୍ କନେକ୍ସନ ନଥାଏ । ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସୂଚନା ଅନୁସାରେ ପାତ୍ର ଗୃହସ୍ଥ କାର୍ଡଧାରୀ ପରିବାରର ଜଣେ ବୟଷ୍କା ମହିଳା ଯାହାଙ୍କ ଘରେ ଏଲପିଜି କନେକ୍ସନ ନାହିଁ ଉଜ୍ଜ୍ୱଳା ଯୋଜନାରେ ତାଙ୍କୁ ପାତ୍ର ମନେ କରାଯିବ । ଏହି ଯୋଜନାର ହିତାଧିକାରୀଙ୍କ ମଧ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ପରିବାର ସମ୍ପର୍କିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଅନ୍ତ୍ୟୋଦୟ ଅନ୍ନ ଯୋଜନା ଅଧିକାଂଶ ପଛୁଆ ବର୍ଗରେ ରହୁଥିବା ଲୋକେ ସାମିଲ ଅଛନ୍ତି । ଯଦି କୌଣସି ମହିଳା ଉପରୋକ୍ତ ଦୁଇ ଶ୍ରେଣୀରେ ଆସୁ ନଥାନ୍ତି ତେବେ ସେ ୧୪ ସୂତ୍ରୀ ଘୋଷଣାପତ୍ର ଦେଇ ହିତାଧିକାରୀ ହେବାର ସୁବିଧା ପାଇପାରିବେ । ରୋଷେଇ ଗ୍ୟାସ୍ କନେକ୍ସନ ନେବା ଲାଗି ସମ୍ପର୍କିତ ଗ୍ୟାସ୍ ଏଜେନ୍ସୀଙ୍କ ସହିତ ସମ୍ପର୍କ କରିବାକୁ ହେବ । ସେଠାରେ ଉପଭୋକ୍ତାଙ୍କୁ କେୱାଇସି ଫର୍ମ ଦିଆଯିବ । ଏହା ଛଡା ପିଏମୟୁ ଡଟ୍ ଜିଓଭି ଡଟ୍ ଇନ୍ ସ୍ଲାସ୍ ଉଜ୍ଜ୍ୱଳା ଟୁ ଡଟ୍ ଏଚଟିଏମଏଲରେ ଅଲାଇନ ଆବେଦନ ମଧ୍ୟ କରାଯାଇ ପାରିବ ।

Leave a Reply