Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତୀୟ ସେନାର ବଡ଼ ସଫଳତା: ଶତ୍ରୁଙ୍କ ନିଦ ହଜାଇବ ‘ପ୍ରଚଣ୍ଡ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତୀୟ ସେନାର ବଡ଼ ସଫଳତା: ଶତ୍ରୁଙ୍କ ନିଦ ହଜାଇବ ‘ପ୍ରଚଣ୍ଡ

ଦିଶପୁରା: ବଡ଼ ସଫଳତା ହାସଲ କରିଛି ଭାରତୀୟ ସେନାର ଲାଇଟ୍ କମ୍ବାଟ୍ ହେଲିକପ୍ଟର (ଖଉଐ) ‘ପ୍ରଚଣ୍ଡ’ । ଏହା ଉଭୟ ଦିନରାତି ଯେକୌଣସି ପରିସ୍ଥିତିରେ ୭୦ ମିଲିମିଟର ରକେଟ୍ ଫିଙ୍ଗିବା କାର୍ଯ୍ୟକୁ ସଫଳତାର ସହ କରିଛି । ଆସାମର ଲିକାବାଲି ନିକଟରେ ଏକ ଫାୟାରିଂ ରେଞ୍ଜରେ ଏହି ପରୀକ୍ଷଣ କରାଯାଇଥିଲା । ଯାହାର ସଫଳତାକୁ ନେଇ ଅଧିକାରୀମାନେ ଏହି ସୂଚନା ପ୍ରଦାନ କରିଛନ୍ତି । ଏଗୁଡ଼ିକ ହେଉଛି ମଲ୍ଟି ରୋଲ୍ କମ୍ବାଟ୍ ହେଲିକପ୍ଟର । ସ୍ୱଦେଶୀ ଟେକ୍ନୋଲୋଜିରେ ନିର୍ମିତ ଏହି ହେଲିକପ୍ଟରଗୁଡ଼ିକ ଶକ୍ତି ଇଞ୍ଜିନ ଖଞ୍ଜାଯାଇଛି । ଏଗୁଡିକ ଐଇଖ ଦ୍ୱାରା ବିକଶିତ ହୋଇଛି । ସେନା ଏବଂ ବାୟୁସେନା ଏହି ହେଲିକପ୍ଟରଗୁଡ଼ିକୁ ଚୀନ୍ ସୀମାରେ ନିୟୋଜିତ କରିବାକୁ ଚିନ୍ତା କରୁଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସେନା ଏହାର ଫଟୋ ପୋଷ୍ଟ କରିବା ସହ ଲାଇଟ୍ କମ୍ବାଟ୍ ହେଲିକପ୍ଟରର ୭୦ ମିଲିମିଟର ରକେଟ୍ ଏବଂ ୨୦ ମିଲିମିଟର ବନ୍ଧୁକର ପ୍ରଥମ ଫାୟାରିଂ ଉଭୟ ଦିନରାତି ସଫଳତାର ସହ ଲକ୍ଷ୍ୟଭେଦ କରିଥିଲା । ଏଥିରେ କୁହାଯାଇଛି ଯେ ମିଲିଟାରୀ ଆଭିଏସନର ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ଏ.କେ ସୁରୀ ଖଉଐ ସ୍ୱାର୍ଡନ୍‌ରୁ ତିନିଟି ଯୁଦ୍ଧ ହେଲିକପ୍ଟରର ନିଜର ଅସ୍ତ୍ରଶସ୍ତ୍ର କ୍ଷମତାର ଯାଞ୍ଚ ଦେଖିଥିଲେ

Leave a Reply