Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଏର୍ନାକୁଲମ୍ ବିସ୍ଫୋରଣ ମାମଲାରେ ଡୋମିନିକ୍ ମାର୍ଟିନ ଗିରଫ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଏର୍ନାକୁଲମ୍ ବିସ୍ଫୋରଣ ମାମଲାରେ ଡୋମିନିକ୍ ମାର୍ଟିନ ଗିରଫ

କୋଚି: କେରଳ ସିରିଜ୍ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ଡୋମିନିକ୍ ମାର୍ଟିନ ଗିରଫ । କେରଳର ଏର୍ନାକୁଲମ୍‌, କାଲାମାସେରିରେ ହୋଇଥିବା ବିସ୍ଫୋରଣର ସେ ହିଁ ଘଟାଇଛି । ତାଙ୍କୁ ଟଇଚଇ, ବିସ୍ଫୋରକ ଅଧିନିୟମ ଏବଂ ହତ୍ୟା ଅଭିଯୋଗ ଅନୁଯାୟୀ ତାକୁ ଗିରଫ କରାଯାଇଛି । କେରଳ ବିସ୍ଫୋରଣର କିଛି ଘଣ୍ଟା ପରେ ସେ ଥ୍ରୀସୁର ଜିଲ୍ଲାର କୋଡାକରା ପୋଲିସ ଷ୍ଟେସନରେ ଆତ୍ମସମର୍ପଣ କରିଥିଲା ଅଭିଯୁକ୍ତ । ସେ ହିଁ ବିସ୍ଫୋରଣ ଘଟାଇଥିବା ପୋଲିସ ଆଗରେ କହିଥିଲା । ଏହାପୂର୍ବରୁ ସେ ଫେସବୁକ୍ ଲାଇଭ୍ କରି ବିସ୍ଫୋରଣ ପଛର କାରଣ କହିଥିଲା । ସେ ଦାବି କରିଛନ୍ତି ଯେ ସେ ଖ୍ରୀଷ୍ଟିଆନ ଧର୍ମର ଯିହୋବାଙ୍କ ସାକ୍ଷୀ ଗୋଷ୍ଠୀର ମଧ୍ୟ ଅଟନ୍ତି । କିନ୍ତୁ ସେ ତାଙ୍କର ଆଦର୍ଶକୁ ପସନ୍ଦ କରନ୍ତି ନାହିଁ । ସେ ସେମାନଙ୍କୁ ଦେଶ ପାଇଁ ବିପଦ ବୋଲି ବିବେଚନା କରିଛନ୍ତି । କାରଣ ସେହି ଲୋକମାନେ ଦେଶର ଯୁବକଙ୍କ ମନରେ ବିଷ ଭରୁଛନ୍ତି । ସେଥିପାଇଁ ସେ ସେମାନଙ୍କର ପ୍ରାର୍ଥନା ସଭା ସମୟରେ ବୋମା ବିସ୍ଫୋରଣ କରିଥିବା ନେଇ ଅଭିଯୁକ୍ତ କହିଛି । ଅକ୍ଟୋବର ୨୯ରେ କଲାମାସେରୀରେ ହୋଇଥିବା ସିରିୟଲ ବ୍ଲାଷ୍ଟରେ ଏବେ ସୁଦ୍ଧା ୧୨ ବର୍ଷର ଏକ ନାବାଳିକାଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ବ୍ଲାଷ୍ଟ ମାମଲାରେ ମାର୍ଟିନ ସରେଣ୍ଡର କରିବା ପରେ ମଧ୍ୟ ପୋଲିସ ଅନ୍ୟ ଦିଗ ଉପରେ ତଦନ୍ତ କରିଥିଲା । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ କହିଥିଲେ, ତଦନ୍ତ ସଠିକ ଢ଼ଙ୍ଗରେ ଚାଲିଛି । ସୋମବାର ସିଏମ ବିଜୟନ ହସ୍ପିଟାଲରେ ଆହତମାନଙ୍କୁ ଭେଟି ହାଲଚାଲ ପଚାରି ବୁଝିଛନ୍ତି ।

Leave a Reply