Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାଜ୍ୟପାଳ ଭାବେ ଶପଥ ନେଲେ ରଘୁବର ଦାସ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାଜ୍ୟପାଳ ଭାବେ ଶପଥ ନେଲେ ରଘୁବର ଦାସ

ଭୁବନେଶ୍ୱର: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ମଙ୍ଗଳବାର ଦିନ ଓଡିଶାର ରାଜ୍ୟର ୨୬ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି । ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍ ବିଦ୍ୟୁତରଞ୍ଜନ ଷଡ଼ଙ୍ଗୀ ତାଙ୍କୁ ରାଜଭବନର ନୂଆ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ଶପଥ ପାଠ କରାଇଛନ୍ତି । ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବାଚସ୍ପତି ପ୍ରମିଳା ମଲ୍ଲିକ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ମନ୍ତ୍ରିମଣ୍ଡଳର କେତେକ ସଦସ୍ୟ, ବିଧାୟକ ଓ କେତେକ ବିଚାରପତି ଉପସ୍ଥିତ ଥିଲେ । ଶପଥ ଗ୍ରହଣ କରିବା ପରେ ରାଜ୍ୟପାଳ ରଘୁବର ଦାସଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଛି । ଓଡିଶାର ୨୬ ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବା ପୂର୍ବରୁ ମଙ୍ଗଳବାର ଦିନ ସକାଳୁ ଲିଙ୍ଗରାଜ ମନ୍ଦିରରେ ପହଞ୍ôଚିଥିଲେ ରଘୁବର ଦାସ । ସେ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିବା ସହ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଥିଲେ । ଲିଙ୍ଗରାଜ ମନ୍ଦିରରେପହଞ୍ôଚବା ପରେ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ କେତେକ ନେତା ମନ୍ଦିର ନିକଟରେ ସ୍ୱାଗତ ଜଣାଇଥିଲେ । ରଘୁବର ଦାସଙ୍କ ଲିଙ୍ଗରାଜ ମନ୍ଦିର ପରିଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ସେ ପ୍ରାୟ ୪୦ ମିନିଟ୍ କାଳ ପୂଜାର୍ଚ୍ଚନା କରିବା ପରେ ରାଜଭବନ ଅଭିମୁଖେ ବାହାରିଥିଲେ । ମନ୍ଦିରରେ ପୂଜା ଅର୍ଚନା କରିବା ପରେ ରାଜ୍ୟପାଳ ରଘୁବର ଦାସ କହିଛନ୍ତି ଯେ ସେ ଦେଶ ଏବଂ ଓଡ଼ିଶାବାସୀଙ୍କ ବିକାଶ ଓ ସମୃଦ୍ଧି ଲାଗି ଲିଙ୍ଗରାଜଙ୍କ ନିକଟରେ ପ୍ରାର୍ଥନା କଲି । ରାଜ୍ୟପାଳ ରଘୁବର ଦାସ ୧୯୫୪ ମସିହାରେ ଜାମସେଦପୁରରେ ଶ୍ରମିକ ପରିବାରରେ ଜନ୍ମ ଗ୍ରହରଣ କରିଥିଲେ । ଜାମସେଦପୁର କୋ-ଅପରେଟିଭ କଲେଜରେ ପଢିବା ବେଳେ ସେ ରାଜନୀତି ପ୍ରତି ଆକୃଷ୍ଟ ଥିଲେ । ଜୟପ୍ରକାଶ ନାରାୟଣଙ୍କ ଛାତ୍ର ଆନ୍ଦୋଳନରେ ଶ୍ରୀ ଦାସ ସାମିଲ ହୋଇଥିଲେ । ୧୯୭୭ରେ ପ୍ରଥମେ ଜନତା ଦଳ ସାମିଲ ହୋଇଥିଲେ । ପରେ ଶ୍ରୀ ଦାସ ୧୯୮୦ରେ ବିଜେପିରେ ଯୋଗ ଦେଇଥିଲେ । ଶ୍ରୀ ଦାସ ବୁଥସ୍ତରର କାର୍ଯ୍ୟକର୍ତ୍ତା, ମଣ୍ଡଳସ୍ତରୀୟ ଅଧ୍ୟକ୍ଷ, ଦୁଇ ଦୁଇ ଥର ଝାଡ଼ଖଣ୍ଡ ପ୍ରଦେଶ ବିଜେପିର ଅଧ୍ୟକ୍ଷ ଓ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହୋଇଥିଲେ । ୧୯୯୫ରେ ପ୍ରଥମ ଥର ଅବିଭାଜିତ ବିହାର ବିଧାନସଭା ନିର୍ବାଚନରେ ଅଂଶଗ୍ରହଣ କରିଥିଲେ । ଜାମସେଦପୁର ଇଷ୍ଟ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଥିଲେ । ୧୯୯୫, ୨୦୦୦, ୨୦୦୫, ୨୦୦୯ଓ ୨୦୧୪ରେ ଲଗାତର ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଝାଡଖଣ୍ଡ ଗଠନ ପରେ ବାବୁଲାଲ ମାରାଣ୍ଡି ସରକାରରେ ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଥିଲେ ଶ୍ରୀ ଦାସ । ପରବର୍ତ୍ତୀ ସମୟରେ ଦୁଇ ଦୁଇ ଥର ଅର୍ଜୁନ ମୁଣ୍ଡା ସରକାରରେ ଅର୍ଥ, ଶ୍ରମ ଓ ସହରାଞ୍ଚଳ ବିକାଶ ଭଳି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ଶ୍ରୀ ଦାସ । ପରେ ଝାଡ଼ଖଣ୍ଡର ଉପମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇଥିଲେ । ୨୦୧୪ରୁ ୧୯ ଯାଏ ଶ୍ରୀ ଦାସ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିଲେ । ରାଜନୀତିରେ ପାଦ ଥାପିବା ପୂର୍ବରୁ ଶ୍ରୀ ଦାସ ଜାମସେଦପୁର ଟାଟା କମ୍ପାନିରେ ଚାକିରି କରିଥିଲେ ।

Leave a Reply