Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସର୍ଦ୍ଦାର ପଟେଲ ନଥିଲେ ଭାରତର ଏହି ମାନଚିତ୍ର ହୋଇନଥାନ୍ତା: ଶାହା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସର୍ଦ୍ଦାର ପଟେଲ ନଥିଲେ ଭାରତର ଏହି ମାନଚିତ୍ର ହୋଇନଥାନ୍ତା: ଶାହା

ନୂଆଦିଲ୍ଲୀ: ୩୧ ଅକ୍ଟୋବର ହେଉଛି ଦେଶର ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ବାର୍ଷିକୀ । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମରେ ଏକତା ଦୌଡ଼ର ଉଦଘାଟନ କରିଥିଲେ । ଏହି ଅବସରରେ ସେ ଲୋକମାନଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ସମସ୍ତଙ୍କୁ ଏକ ସଂକଳ୍ପ ନେବାକୁ ପଡିବ ଯେ ଭାରତ ବିଶ୍ୱରେ ଆଗରେ ରହିବ । ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମରେ ସେ କହିଛନ୍ତି, “ଯଦି ସର୍ଦ୍ଦାର ନଥାନ୍ତେ, ତେବେ ଆମେ ଆଜି ଏଠାରେ ଛିଡ଼ା ହୋଇ ନ ଥା’ନ୍ତୁ କିମ୍ବା ଭାରତର ମାନଚିତ୍ର ଏଭଳି ହୋଇନଥାନ୍ତା । ସ୍ୱାଧୀନତା ପରେ ବ୍ରିଟିଶମାନେ ଏହି ଦେଶକୁ ଖଣ୍ଡ ଖଣ୍ଡ କରି ଛାଡ଼ିଦେଲେ । ଯଦି ସର୍ଦ୍ଦାର ପଟେଲ ସେତେବେଳେ ନଥାନ୍ତେ, ତେବେ ଏହି ଦିନ ହୋଇ ନଥାନ୍ତା । ସ୍ୱାଧୀନତାର ଅମୃତ ମହୋତ୍ସବର ଆଜି ପ୍ରଥମ ଦିନ । ଆମକୁ ଏକ ସଂକଳ୍ପ ନେବାକୁ ପଡିବ ଯେ ଯେତେବେଳେ ଦେଶ ସ୍ୱାଧୀନତାର ଶତବାର୍ଷିକୀ ପାଳନ କରିବ, ସେତେବେଳେ ଭାରତ ସମଗ୍ର ବିଶ୍ୱରେ ପ୍ରଥମ ହେବ । ”ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୀବନର ଏକମାତ୍ର ଲକ୍ଷ୍ୟ ଥିଲା ଭାରତର ଏକତା ଏବଂ ସମୃଦ୍ଧତା । ତାଙ୍କର ଦୃଢ ଇଚ୍ଛାଶକ୍ତି, ରାଜନୈତିକ ଜ୍ଞାନ ଏବଂ କଠିନ ପରିଶ୍ରମ ସହିତ ସେ ଖଣ୍ଡବିଖଣ୍ଡିତ ଭାରତକୁ ସଂଗଠିତ ରାଷ୍ଟ୍ର କରିବା ପାଇଁ କାର୍ଯ୍ୟ କରିଥିଲେ । ଦେଶ ପାଇଁ ସର୍ଦ୍ଦାର ସାହେବଙ୍କ ଉତ୍ସର୍ଗୀକୃତ ଜୀବନ ଏବଂ ଦେଶର ପ୍ରଥମ ଗୃହମନ୍ତ୍ରୀ ଭାବରେ ତାଙ୍କର ରାଷ୍ଟ୍ର ନିର୍ମାଣ କାର୍ଯ୍ୟ ସର୍ବଦା ଆମକୁ ପ୍ରେରଣା ଯୋଗାଇବ ।

Leave a Reply