Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ୟୁଏଇରେ ବଢ଼ିଲା ଭାରତୀୟ ବାସୁମତି ଚାଉଳର ଡିମାଣ୍ଡ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ୟୁଏଇରେ ବଢ଼ିଲା ଭାରତୀୟ ବାସୁମତି ଚାଉଳର ଡିମାଣ୍ଡ

ନୂଆଦିଲ୍ଲୀ: ଭାରତ ରପ୍ତାନୀ ଉପରେ କଟକଣା ଲଗାଇବା ପରେ ଆରବ ଦେଶଗୁଡ଼ିକରେ ଏକପ୍ରକାର ଖାଦ୍ୟ ସଂକଟ ଦେଖା ଦେଇଛି । ବର୍ତ୍ତମାନ ସେଠାରେ ଭାରତୀୟ ଚିକେନ, କ୍ଷୀର, ବାସୁମତି ଚାଉଳ, ଶୀତଳ ସାମୁଦ୍ରିକ ଖାଦ୍ୟ(ବରଫଦିଆ ମାଛ ଆଦି) ଏବଂ ଗହମଜାତ ଖାଦ୍ୟର ଡିମାଣ୍ଡ ବଢ଼ିଯାଇଛି । ଏନେଇ ୟୁନାଇଟେଡ୍ ଆରବ ଏମିରାଟ ଖାଦ୍ୟ ଶିଳ୍ପ ସୂଚନା ଦେବା ସହ ଭାରତୀୟ ରପ୍ତାନୀକୁ ଚାହିଁ ରହିଛନ୍ତି । ତେଣୁ ୟୁଏଇ ଖାଦ୍ୟ ଶିଳ୍ପ ଭାରତ ସରକାରଙ୍କ ଠାରୁ ସହଯୋଗ ଲୋଡ଼ିଛି । ସୁଚାରୁ ପ୍ରାମାଣନ ପ୍ରକ୍ରିୟା, କୃଷି ଏବଂ ପ୍ରୋସେସିଂ ଫୁଡ୍ ଉତ୍ପାଦନ ରପ୍ତାନୀ ବିକାଶ ପ୍ରାଧିକରଣ (ଇଚଋଊଇ) ସହିତ ଅଧିକ ସମନ୍ୱୟ ଏବଂ ଖାଦ୍ୟ ମାନରେ ସମନ୍ୱୟରେ ରକ୍ଷା କରିବାକୁ ୟୁଏଇ ଶିଳ୍ପ ଭାରତ ସରକାରଙ୍କ ସମର୍ଥନ ଲୋଡିଛି । ସେମାନେ ଆହୁରି କହିଛନ୍ତି ଯେ ଭାରତୀୟ ଉତ୍ପାଦନର ଉଚ୍ଚମାନର ପ୍ୟାକେଜିଂ ବାହାରିନ, କୁଏତ, ଦି ସଲତନତ ଅଫ ଓମାନ, କତର, ସାଉଦି ଆରବ ଏବଂ ୟୁନାଇଟେଡ୍ ଆରବ ଏମିରେଟ୍‌ରେ ନିଜର ଖାଦ୍ୟ ଓ ଖାଦ୍ୟସାମଗ୍ରୀର ରପ୍ତାନୀ ବଢ଼ାଇ ପାରିବ । ସୂଚନା ଥାଉକି ଗତ ସପ୍ତାହରେ ୟୁଇଏ ଗସ୍ତରେ ଯାଇଥିଲେ ବାଣିଜ୍ୟ ମନ୍ତ୍ରୀ ପିୟୂଷ ଗୋୟଲ । କିଭଳି ରପ୍ତାନୀ ବଢ଼ାଯାଇପାରିବ ସେ ବିଷୟରେ ଆଲୋଚନା ରପ୍ତାନୀକାରୀଙ୍କ ସହ ଆଲୋଚନା କରିଥିଲେ । ଏହିସବୁ ଦେଶଗୁଡ଼ିକରେ ବରଫଦିଆ ସାମଗ୍ରୀ ରପ୍ତାନୀ କରିବା ପାଇଁ ଭାରତ ପାଖରେ ଏକ ବଡ଼ ସୁଯୋଗ ରହିଛି ହୋଲି ଗ୍ଲୋବାଲ ଫୁଡ୍ ଇଣ୍ଡଷ୍ଟ୍ରୀଜ୍ ଏଲ୍‌ଏଲ୍‌ସିର ୟୁଏଇର ବିକ୍ରିୟ ମୁଖ୍ୟ (ବରଫଦିଆ ଖାଦ୍ୟ ଓ ପାନୀୟ ସାମଗ୍ରୀ) ନିସାର ଥାଲାଙ୍ଗାରା କହିଛନ୍ତି । ଓମାନ ସ୍ଥିତ ଏକ ପ୍ରତିନିଧି ଖିମଜୀ ରାମଦାସ ଗ୍ରୁପ୍ କହିଛି ଯେ ଭାରତୀୟ ବାସୁମତି ରାଇସ୍‌ର ଚାହିଦା ଅଧିକ ରହିଛି । ଏହି ଚାଉଳ ନିମ୍ନତମ ରପ୍ତାନୀ ମୂଲ୍ୟ (ଏମ୍‌ଇପି) ହ୍ରାସ କଲେ ଭାରତର ରପ୍ତାନୀ ବଢ଼ାଇବ ବୋଲି ଖିମଜୀ ରାମଦାସ ଗ୍ରୁପ୍ କହିଛି । ସରକାର ପ୍ରତି ଟନ ପିଛା ୧୨୦୦ ଆମେରିକିୟ ଡଲାରରୁ ୮୫୦ ଆମେରିକା ଡଲାର ଏମ୍‌ଇପି ହ୍ରାସ କରିବାକୁ କୁହାଯାଇଛି । ସେହିପରି ଅନ୍ୟ ଜଣେ ରପ୍ତାନୀକାରୀ ଜିସିସି(ଗଲ୍ପ କୋପରେସନ କାଉନସିଲ) ହଲାଲ ପ୍ରାମାଣନ କଥା ଉଠାଇଛନ୍ତି । ଭାରତ ପାଖରୁ ସଠିକ୍ ହଲାଲ ପ୍ରାମାଣନ ସାମଗ୍ରୀ ମିଳୁଛି ବୋଲି ଜସିସି କହିଛି ।

Leave a Reply