Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପିକଅପ୍ ଜବତ, ୨୭ ଗୋରୁ ଉଦ୍ଧାର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପିକଅପ୍ ଜବତ, ୨୭ ଗୋରୁ ଉଦ୍ଧାର

ବୋଲଗଡ଼- ବେଆଇନ ଭାବେ ଗୋ-ଚାଲାଣ ବେଳେ ପିକପ୍ ଭ୍‌ଯାନକୁ ଜବତ କରିଛି ବେଗୁନିଆ ପୁଲିସ । ଅତି ଦୟନୀୟ ଅବସ୍ଥାରେ ଏକ ପିକପ୍ ଭ୍‌ଯାନ ଯୋଗେ ବାହାର ରାଜ୍ୟକୁ ଗୋ-ଚାଲାଣ ହେଉଥିବା ସମୟରେ ବୋଲଗଡ଼ ବ୍ଲକ ଦକ୍ଷିଣପରୀକ୍ଷେତା ନିକଟ ରାସ୍ତାରୁ ପିକପ୍ ଭ୍‌ଯାନକୁ ଜବତ କରିଛି ପୁଲିସ । ରବିବାର ଭୋର ସମୟରେ ଖବର ପାଇ ପୁଲିସ ବୋଲଗଡ଼ ବ୍ଲକ ଜାମୁସାହିରୁ ଦକ୍ଷିଣପରୀକ୍ଷେତା ଦେଇ ଯାଉଥିବା ଏହି ଗୋରୁ ବୋଝେଇ ଗାଡିକୁ ଅଟକାଇଥିଲେ । ଅଟକାଇବା ବେଳେ ଗୋ ମାଫିଆ ପୋଲିସକୁ ଦେଖି ଫେରାର ହୋଇଯାଇଥିବା ବେଳେ ଗାଡିରୁ ୨୭ଟି ଗୋରୁ ଚାଲାଣ ହେଉଥିବା ଜଣାପଡିଥିଲା । ତୁରନ୍ତ ପୋଲିସ ଗୋରୁଗୁଡିକୁ ନିୟମ ଅନୁଯାୟୀ ଗୋଶାଳାକୁ ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି । ପ୍ରକାଶ ଥାଉକି ଦିନକୁ ଦିନ ରାଜ୍ୟରେ ସକ୍ରିୟ ହୋଇପଡିଛନ୍ତି ଗୋ ମାଫିଆ । ଦିନ ଦିହିପ୍ରହରରେ ପୋଲିସକୁ ଚାଲେଞ୍ଜ କରି ଗୋ ମାଫିଆ ମାନେ ଗୋ ଚାଲଣ ସହ ଗୋ ମାସଂ ଚାଲଣ କରୁଥିବା ନଜରକୁ ଆସିଛି । ବାରମ୍ବାର ଗାଡି ଜବତ ସହ ଗୋ ଚାଲଣକାରୀ ଜେଲ ଯାଉଥିଲେ ବି ସେଥିରେ ତାଙ୍କ ଉପରେ କିଛି ଫରକ୍ ପଡୁନି । ଏନେଇ ଅଞ୍ଚଳରେ ଅସନ୍ତୋଷ ସୃଷ୍ଟି ହୋଇଛି ।

Leave a Reply