Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବର୍ଷକୁ ଥରେ ରକ୍ତଦାନ କରିବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବର୍ଷକୁ ଥରେ ରକ୍ତଦାନ କରିବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ

କଥାରେ ଅଛି ରକ୍ତଦାନ ମହତଦାନ । ରକ୍ତଦାନ କରି ଜଣକ ଜୀବନ ବଞ୍ଚାଇ ପରିବା । ପ୍ରତି ସେକେଣ୍ଡରେ କାହାକୁ ନା କାହାକୁ ରକ୍ତ ଆବଶ୍ୟକ ପଡିଥାଏ । ଆବଶ୍ୟକ ଥିବା ରୋଗୀଙ୍କୁ ନିଜ ରକ୍ତ ଦାନ କରି ଆପଣ ଜଣକ ଜୀବନ ରକ୍ଷା କରିପାରିବେ । ରକ୍ତ ତିଆରି କରାଯାଇ ପାରେନାହିଁ । ସେଥିପାଇଁ ରକ୍ତଦାନ କରି ହିଁ ଜଣକ ଜୀବନ ରକ୍ଷା କରାଯାଇପାରିବ । ତେବେ ରକ୍ତ ଦାନ କରୁଥିବା ବ୍ୟକ୍ତିଙ୍କର ମଧ୍ୟ ସ୍ୱାସ୍ଥ୍ୟକୁ ନେଇ ଫାଇଦା ରହିଛି । ରକ୍ତଦାତାଙ୍କୁ ମଧ୍ୟ ସ୍ୱାସ୍ଥ୍ୟଗତ ଲାଭ ମିଳିଥାଏ । କିଛି ଲୋକଙ୍କ ଧାରଣା ଯେ ରକ୍ତଦାନ କଲେ ରୋଗ ହୋଇଥାଏ କିନ୍ତୁ ଏହି ଧାରଣା ସମ୍ପୂର୍ଣ ଭୁଲ । ବର୍ଷକୁ ଥରେ ରକ୍ତଦାନ କରିବା ସ୍ୱାସ୍ଥ୍ୟ ପାଇଁ ଉତ୍ତମ । ଯଦି ବର୍ଷକୁ ଥରେ ରକ୍ତଦାନ କରିଛନ୍ତି ତାହେଲେ ଆଉଥରେ ମଧ୍ୟ କରିପାରିବେ । ରକ୍ତଦାନ ମଧ୍ୟରେ ଅତିକମରେ ୩ ମାସର ଅନ୍ତର ରହିବା ଦରକାର । ୧୮ ରୁ ୬୫ ବର୍ଷ ବୟସ ଓ ଓଜନ ୪୫ କିଲୋରୁ ଅଧିକ ଥିଲେ ରକ୍ତଦାନ କରିପାରିବେ । ଏଥିପାଇଁ ହିମୋଗ୍ଲୋବିନ ପ୍ରତି ଡେସିଲିଟର ୧୨.୫ ଗ୍ରାମରୁ ଅଧିକ ରହିବା କଥା ନୁହେଁ । ରକ୍ତଦାନ କରିବାର କଣ କଣ ଫାଇଦା ରହିଛି ଜାଣନ୍ତୁ: ୧. ନୂଆ କୋଷ ସୃଷ୍ଟି ହୋଇଥାଏ – ରକ୍ତଦାନ କରିବା ପରେ ଶରୀରରେ ବ୍ଲଡ଼ ସେଲ କାଉଣ୍ଟ ପୁଣି ଭରିବାକୁ ରକ୍ତ କୋଷ ଉତ୍ପାଦନ ଆରମ୍ଭ କରିଥାଏ । ଯେତେବେଳେ ଶରୀରରେ ଆରବିସି କିମ୍ବା ରକ୍ତ କୋଷ ଅଭାବ ହୋଇଥାଏ, ସେତେବେଳେ ବୋନ ମେରୋ ଅର୍ଥାତ ରକ୍ତ ଉତ୍ପନ୍ନ କରୁଥିବା ଅଙ୍ଗକୁ ଏକ ସଂକେତ ମିଳିଥାଏ । ଏହାପରେ ରକ୍ତ କୋଷ ଉତ୍ପାଦନ ଆରମ୍ଭ କରିଥାଏ । ୨. ସ୍ୱାସ୍ଥ୍ୟ ସୂଚନା – ରକ୍ତଦାନ ପାଇଁ ଗଲେ ମେଡିକାଲ କର୍ମଚାରୀ ଅନେକ ଟେଷ୍ଟ କରିଥାନ୍ତି । କାରଣ ସୁସ୍ଥ ବ୍ୟକ୍ତିଙ୍କ ରକ୍ତ ହିଁ ଦାନ କରାଯାଇଥାଏ । ଯଦି ବ୍ୟକ୍ତି କୌଣସି ରୋଗରେ ପୀଡିତ ଥାଆନ୍ତି ତାହେଲେ ରକ୍ତଦାନ ପାଇଁ ବ୍ୟକ୍ତି ଯୋଗ୍ୟ ନଥାନ୍ତି । ଏହି ପ୍ରକ୍ରିୟା ପାଇଁ ରକ୍ତର ଯାଞ୍ଚ କରାଯାଇଥାଏ । ଏହି ଯାଞ୍ଚରୁ ସ୍ପଷ୍ଟ ହୋଇଯାଇନ ବ୍ୟକ୍ତି ସୁସ୍ଥ ନା କୌଣସି ରୋଗରେ ପୀଡିତ । ୩. ଓଜନ ହ୍ରାସ କରିଥାଏ – ରକ୍ତଦାନ କରିବା ଦ୍ୱାରା ଓଜନ ମଧ୍ୟ କମ କରିବାରେ ସହାୟକ ହୋଇଥାଏ । ଥରେ ରକ୍ତଦାନ କଲେ ୬୫୦-୭୦୦ କ୍ୟାଲୋରୀ ହ୍ରାସ ପାଇଥାଏ. ତେବେ ଓଜନ କମ କରିବାରେ ଏହା ଏକମାତ୍ର ତରିକା ନୁହେଁ । ୪. ମନୋବୈଜ୍ଞାନିକ ଲାଭ – ରକ୍ତଦାନ ପରେ ଯେଉଁ ସନ୍ତୋଷ ଭାବନା ଆସିଥାଏ ତାକୁ ନଜର ଅନ୍ଦାଜ କରାଯାଇ ପାରିବନାହିଁ । ଏହି ମନୋବୈଜ୍ଞାନିକ ସ୍ୱାସ୍ଥ୍ୟ ପାଇଁ ସକାରାତ୍ମକ ପଦକ୍ଷେପ ପ୍ରମାଣିତ ହୋଇଥାଏ । ନିୟମିତ ଏହିଭଳି କଲେ ଅବସାଦ, ଚିନ୍ତା ମଧ୍ୟ ହ୍ରାସ ପାଇଥାଏ । ୫. ଲିଭରକୁ ସୁସ୍ଥ ରଖେ – ରକ୍ତରେ ଲୌହର ସାନ୍ଦ୍ରତା ବୃଦ୍ଧି ପାଇଲେ ଲିଭରକୁ ଅସୁସ୍ଥ କରିଦେଇଥାଏ । ଏହା ଲିଭର ପାଇଁ ବିପଦ ସୃଷ୍ଟି କରିଥାଏ । ରକ୍ତଦାନ ଦ୍ୱାରା ଏହି ସମ୍ଭାବନା କମ ହୋଇଥାଏ । ରକ୍ତଦାନ ଲିଭରକୁ ସୁସ୍ଥ ରଖିବାର ସରଳ ଉପାୟ । ଅତିରିକ୍ତ ଆଇରନ ସ୍ଥର ଯୋଗୁଁ ଲିଭର କ୍ୟାନସର, ହେପାଟାଇଟିସ ସି ଓ ଅନ୍ୟ ଲିଭର ସଂକ୍ରମଣ ହେବାର ଆଶଙ୍କା ଥାଏ । ୬. ହୃଦୟ ପାଇଁ ହିତକର – ରକ୍ତଦାନ ହୃଦୟର ସ୍ୱାସ୍ଥ୍ୟ ପାଇଁ ଉତ୍ତମ । ଆମେରିକାନ ଜର୍ଣ୍ଣାଲ ଏପିଡେମିୟୋଲୋଜି ଅନୁସାରେ ଯେଉଁମାନେ ରକ୍ତଦାନ କରନ୍ତି ସେମାନଙ୍କୁ ହୃଦଘାତ ହେବାର ଆଶଙ୍କା କମ ଥାଏ । ରକ୍ତଦାନ କରୁନଥିବା ଲୋକଙ୍କ ତୁଳନାରେ ରକ୍ତଦାନ କରୁଥିବା ଲୋକଙ୍କୁ ହୃଦଘାତ ଆଶଙ୍କା ୮୮ ପ୍ରତିଶତ କମିଯାଇଥାଏ ।

Leave a Reply