Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଏସୀୟ କ୍ରୀଡ଼ା କ୍ରିକେଟ୍ ଫାଇନାଲରେ ଭାରତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଏସୀୟ କ୍ରୀଡ଼ା କ୍ରିକେଟ୍ ଫାଇନାଲରେ ଭାରତ

ହାଙ୍ଗଝୌ: ଏସୀୟ କ୍ରୀଡ଼ା କ୍ରିକେଟ୍ ଫାଇନାଲରେ ଭାରତ । ସ୍ୱର୍ଣ୍ଣ ପଦକ ମୁହାଁ ହୋଇଛି ଭାରତୀୟ ପୁରୁଷ କ୍ରିକେଟ୍ ଦଳ । ସେମି ଫାଇନାଲରେ ବାଂଲାଦେଶକୁ ୯ ୱିକେଟରେ ପରାସ୍ତ କରି ଫାଇନାଲକୁ ପ୍ରବେଶ କରିବା ସହିତ ପଦକ ପକ୍କା କରିଛି ଟିମ୍ ଇଣ୍ଡିଆ । ହାଙ୍ଗଝୋରେ ଚାଲିଥିବା ଏସିଆନ୍ ଗେମ୍ସରେ ଶୁକ୍ରବାର ଭାରତ ଓ ବାଂଲାଦେଶ ପୁରୁଷ କ୍ରିକେଟ୍ ଟିମ୍ ମଧ୍ୟରେ ସେମି ଫାଇନାଲ୍ ମ୍ୟାଚ ଖେଳାଯାଇଥିଲା । ବାଂଲାଦେଶପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ଟି ୱିକେଟ୍ ହରାଇ ମାତ୍ର ୯୬ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ୱିକେଟ୍ କିପର ଯାକର ଅଲ୍ଲି ସର୍ବାଧିକ ୨୪ ରନ୍ ସଂଗ୍ରହ କରିଥିଲେ । ସେହିପରି ପର୍ଭେଜ୍ ଓ ରକିବୁଲ୍ ହାସନଙ୍କୁ ଛାଡି ଦେଲେ ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ସଂଖ୍ୟା ଛୁଇଁ ପାରିନଥିଲେ । ସେପଟେ ଟିମ୍ ଇଣ୍ଡିଆ ପକ୍ଷରୁ ସାଇ କିଶୋର ସର୍ବାଧିକ ୩ଟି ୱିକେଟ୍ ଅକ୍ତିଆର୍ କରିଥିଲେ । ୱାସିଂଟନ ସୁନ୍ଦର ୨ଟି ୱିକେଟ୍ ନେଇଛନ୍ତି । ତିଲକ୍ ବର୍ମା, ଅଶର୍ଦୀପ ସିଂହ, ରବି ବିଷ୍ଣୋୟୀ ଓ ଶହବାଜଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଛି । ତେବେ ୯୭ ରନ୍‌?ର ଲକ୍ଷ୍ୟକୁ ପିଛା କରି ପଡ଼ିଆକୁ ଓହ୍ଲାଇ ଥିଲା ରୁତୁରାଜ ବାହିନୀ । ସେମି ଫାଇନାଲରେ ଯଶସ୍ରୀ ଜୟଶୱାଲ କୌଣସି ରନ୍ ନକରି ଆଉଟ୍ ହୋଇଥିଲା । ପରେ ତିଲକ୍ ବର୍ମାଙ୍କ ସହିତ ଅଧିନାୟକ ରୁତୁରାଜ ମାତ୍ର ୯.୨ ଓଭରରେ ମ୍ୟାଚକୁ ଜିତି ନେଇଥିଲେ । ଗାଏକ୍ୱାଡ୍ ୨୬ ବଲରେ ୪୦ ରନ୍ ଓ ତିଲକ୍ ବର୍ମା ୨୬ ବଲ୍‌ରୁ ଧୁଆଁଦାର ୫୫ ରନ୍‌ର ଦର୍ଶନୀୟ ଅର୍ଦ୍ଧଶତକୀୟ ପାଳି ଖେଳିଥିଲା । ୯୭ ରନ୍‌ର କୁ ଦଳ ଅତି ସହଜରେ ଜିତି ନେଇଛି । ଏହା ସହିତ ଟିମ୍ ଇଣ଼୍ଡିଆ ଫାଇନାଲକୁ ପ୍ରବେଶ କରିବା ସହିତ ଗୋଲ୍ଡ ମେଡାଲ ଜିତିବା ଆଶା ବଢ଼ାଇଛି ।

Leave a Reply