Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆର୍ଥିକ ଅଭିବୃଦ୍ଧିରେ ଚଳିତବର୍ଷ ଭାରତ ହେବ ନମ୍ବର-୧ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆର୍ଥିକ ଅଭିବୃଦ୍ଧିରେ ଚଳିତବର୍ଷ ଭାରତ ହେବ ନମ୍ବର-୧

ନୂଆଦିଲ୍ଲୀ : ଭାରତ ଲଗାତାର ବିଶ୍ୱରେ ତୀବ୍ର ଅଭିବୃଦ୍ଧି ହାସଲ କରୁଥିବା ଅର୍ଥବ୍ୟବସ୍ଥାରେ ପରିଣତ ହେଉଛି । ଚଳିତବର୍ଷ ଦେଶର ଆର୍ଥିକ ସ୍ଥିତି ଆହୁରି ମଧ୍ୟ ମଜଭୁତ ହେବ । ଏହି କଥାକୁ ଏବେ ଜାତି ସଂଘ (ୟୁଏନ)ଙ୍କ ଟ୍ରେଡ ବଡି ୟୁଅନ କନଫରେନ୍ସ ଅନ ଟ୍ରେଡ ଆଣ୍ଡ ଡେଭଲପେମେ (ୟୁଏନସିଟିଏଡି) ମଧ୍ୟ ସ୍‌ୱୀକାର କରିଛନ୍ତି । ୟୁଏନସିଟିଏଡି ୨୦୨୩ ନିମନ୍ତେ ଭାରତର ଆର୍ଥିକ ବୃଦ୍ଧି ହାର ଅନୁମାନକୁ ବଢାଇ ଦେଇଛନ୍ତି । ତେବେ ବିଶ୍ୱସ୍ତରରେ ବୃଦ୍ଧି ହାରରେ ମାନ୍ଦାବସ୍ଥା ଉପୁଜିବାର ୟୁଏନସିଟିଏଡି ଆଶଙ୍କା କରିଛନ୍ତି । ୟୁଏନସିଟିଏଡି ବ୍ୟାପାର ଓ ବିକାଶ ଉପରେ ତାଙ୍କ ରିପୋର୍ଟର ତାଜା ସଂସ୍କରଣ ଜାରି କରିଛନ୍ତିୟ ଏଥିରେ ଭାରତ ନିମନ୍ତେ ଆର୍ଥିକ ଅଭିବୃଦ୍ଧି ହାର ଅନୁମାନକୁ ବଢାଇ ଦେଇଛନ୍ତିୟ ତଥ୍ୟ ଅନୁସାରେ ୨୦୨୩ ଆର୍ଥିକ ବର୍ଷରେ ଭାରତର ଅର୍ଥ ବ୍ୟବସ୍ଥା ୬.୬ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିବ ବୋଲି ଅନୁମାନ କରିଛନ୍ତି । ଏହା ପୂର୍ବରୁ ୟୁଏନସିଟିଏଡି ୨୦୨୩ରେ ଭାରତର ଅଭିବୃଦ୍ଧି ହାର ୬ ପ୍ରତିଶତରେ ସୀମିତ ରହିପାରେ ବୋଲି ଅନୁମାନ କରିଥିଲେୟ ତେବେ ଆଗାମୀ ବର୍ଷ ଅର୍ଥାତ ୨୦୨୪ରେ ଏହି ଅଭିବୃଦ୍ଧି ସାମାନ୍ୟ ଧିମେଇପାରେ ବୋଲି ଅନୁମାନ କରିଛନ୍ତି । ଅନ୍ୟପଟେ ୟୁଏନସିଟିଏଡି ବୈଶ୍ୱିକ ଅର୍ଥ ବ୍ୟବସ୍ଥା ନିମନ୍ତେ ୨୦୨୩ ଏକ ସୁସ୍ତିଆ ବର୍ଷ ହୋଇପାରେ ବୋଲି ଅନୁମାନ କରିଛନ୍ତି । ୟୁଏନସିଟିଏଡି ୨୦୨୩ରେ ବିଶ୍ୱର ଆର୍ଥିକ ଅଭିବୃଦ୍ଧି ହାର ହ୍ରାସ ହୋଇ ୨.୪ପ୍ରତିଶତକୁ ଖସି ପାରେ ବୋଲି ଅନୁମାନ କରିଛନ୍ତି । ତେବେ ଆଗାମୀ ବର୍ଷ ଅର୍ଥାତ ୨୦୨୪ରେ ଏହି ଅଭିବୃଦ୍ଧିରେ ସାମାନ୍ୟ ବୃଦ୍ଧି ହୋଇ ଏହା ୨.୫ ପ୍ରତିଶତକୁ ପହି ପାରେ ବୋଲି କହିଛନ୍ତି । ତେବେ ୟୁଏନସିଟିଏଡିଙ୍କ ପୂର୍ବରୁ ବିଶ୍ୱ ବ୍ୟାଙ୍କ (ଡବ୍ଲୁବି) ଭାରତର ଆର୍ଥିକ ବୃଦ୍ଧି ଅନୁମାନ କରିଥିଲେ । ୱାର୍ଲଡବ୍ୟାଙ୍କ ଅନୁମାନ ଅନୁସାରେ ଆର୍ଥିକ ବର୍ଷ ୨୦୨୩-୨୪ଅର୍ଥାତ ଏପ୍ରିଲ ୨୦୨୩ରୁ ମାର୍ଟ୍ଟ ୨୦୨୪ କାଳରେ ଭାରତର ଆର୍ଥିକ ଅଭିବୃଦ୍ଧି ୬.୩ ପ୍ରତିଶତ ରହିପାରେ ବୋଲି ଅନୁମାନ କରିଛନ୍ତି । ତେବେ ଆର୍ଥିକବର୍ଷ ୨୦୨୨-୨୩ରେ ଭାରତର ଆର୍ଥିକ ଅଭିବୃଦ୍ଧି ୭.୨ ପ୍ରତିଶତ ଥିଲା । ତେବେ ୟୁଏନସିଟିଏଡି ଆଶଙ୍କା କରିଛନ୍ତି ଯେ ବୈଶ୍ୱିକ ଆର୍ଥିକ ବ୍ୟବସ୍ଥା ମାନ୍ଦାବସ୍ଥାର ଶିକାର ହୋଇପାରେ । ତେବେ କୋଭିଡ ପରେ ୟୁଏନସିଟିଏଡି ବ୍ରାଜିଲ, ଚୀନ, ଭାରତ, ଜାପାନ, ମେକ୍ସିକୋ, ଋଷିଆ ଓ ଆମେରିକା ଭଳି ଅର୍ଥବ୍ୟବସ୍ଥାମାନେ ମଜଭୁତି ଦେଖାଇଛନ୍ତି । ତେବେ ବାକି ଦେଶମାନଙ୍କୁ ଅହ୍‌ୱାନର ସମ୍ମୁଖୀନ ହୋଇଛନ୍ତି । ୨୦୨୨ ପରେ ପୂର୍ବ ଓ ମଧ୍ୟ ଏସିଆକୁ ବାଦ ଦେଲେ ବାକି ବିଶ୍ୱର ଅର୍ଥ ବ୍ୟବସ୍ଥା ମାନ୍ଦା ଥିଲା । ଭାରତ ସମ୍ପର୍କରେ ୟୁଏନସିଟିଏଡି କହିଛନ୍ତି ଯେ ଆର୍ଥିକ ବୃଦ୍ଧିରେ ଏକ୍ସଟର୍ଣ୍ଣାଲ ସେକ୍ଟର ସହିତ ପ୍ରାଇଭେଟ ଓ ସରକାରୀ ସେକ୍ଟରମାନେ ଯୋଗାଦନ କରିଛନ୍ତି । ଋଷିଆ ସହିତ ବ୍ୟବସାୟରୁ ମଧ୍ୟ ଭାରତକୁ ସହାୟତା ମିଳିଛି । ତେବେ ଭାରତ ନିମନ୍ତେ ବେକାରୀ ଓ ଅସମାନତା ଏବେବି ଅହ୍‌ୱାନ ହୋଇ ରହିଛି ବୋଲି ୟୁଏନସିଟିଏଡି କହିଛନ୍ତି । ଦେଶର ମୋଟ ରପ୍ତାନୀରେ ୧୦ ବଡ଼ କମ୍ପାନୀଙ୍କ ଯୋଗଦାନ ପାଖାପାଖି ୮ ପ୍ରତିଶତ ରହୁଛି । ୨୦୨୧ରେ ଦେଶର ରପ୍ତାନୀକାରୀ କମ୍ପାନୀଙ୍କ ସଂଖ୍ୟା ବୃଦ୍ଧି ହୋଇ ୧.୨୩ ଲକ୍ଷକୁ ପହଞ୍ଚି ଯାଇଛି ।

Leave a Reply