Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଏସିଆନ୍ ଗେମ୍ସ: ୨୧ ସ୍ୱର୍ଣ୍ଣ ସହ ଭାରତକୁ ୮୬ ପଦକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଏସିଆନ୍ ଗେମ୍ସ: ୨୧ ସ୍ୱର୍ଣ୍ଣ ସହ ଭାରତକୁ ୮୬ ପଦକ

ହାଙ୍ଗଝୋୟୁ: ଏସିଆନ ଗେମ୍େସର ଭାରତୀୟ ତୀରନ୍ଦାଜି ଟିମକୁ ଆଜି ମିଳିଛି ଅପୂର୍ବ ସଫଳତା । ଓଜାସ ପ୍ରଭିନ ଦେଓତେଲେ, ଅଭିଶେକ ବର୍ମା ଓ ପ୍ରଥମେଶ ସମାଧାନ ଜାକରଙ୍କୁ ନେଇ ଗଠିତ ଭାରତୀୟ ତୀରନ୍ଦାଜି ଟିମ ଗୁରୁବାର ଅନୁଷ୍ଠିତ କମ୍ପାଉଣ୍ଡ ପୁରୁଷ ଟିମ ଇଭେଣ୍ଟ ଫାଇନାଲ ମୁକାବିଲାରେ ଦକ୍ଷିଣ କୋରିଆ ଟିମ୍ ଜେହୁନ ଜୁ, ଜେୱନ ୟାଙ୍ଗ ଓ ଜୋଙ୍ଗୋ କିମଙ୍କୁ ୨୩୫-୨୩୦ରେ ପରାସ୍ତ କରିଛନ୍ତି । ସେମିଫାଇନାଲରେ ଚାଇନିଜ ତାଇପେଇକୁ ୨୩୫-୨୨୪ରେ ପରାସ୍ତ କରିଥିବା ଭାରତୀୟ ଟିମ ଫାଇନାଲରେ ଅନୁରୂପ ସଫଳତା ଦୋହରାଇବା ଫଳରେ ସ୍ୱର୍ଣ୍ଣ ପଦକ ଅକ୍ତିଆର କରି ପାରିଥିଲା । ଆଜି ଭାରତ ମଧ୍ୟ ମହିଳା କମ୍ପାଉଣ୍ଟ ଟିମ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଛି । ଜ୍ୟୋତି ସୁରେଖା ଭେନମ , ଅଦିତି ଗୋପୀଚାନ୍ଦ ଓ ପ୍ରଣିତ କୌରଙ୍କୁ ନେଇ ଗଠିତ ଭାରତୀୟ ମହିଳା ଦଳ ଫାଇନାଲରେ ଚାଇନିଜ ତାଇପେଇ ଟିମ୍ ୟି-ହୁଆନ ଚେନ, ଜୋୟୁ ହୁଆଙ୍ଗ ଓ ଲୁ-ୟୁନ୍ ୱାଙ୍ଗଙ୍କୁ ୨୩୦-୨୨୯ରେ ହରାଇ ସ୍ୱର୍ଣ୍ଣ ପଦକ ପାଇଛି । ଭାରତୀୟ ଭେଟେରାନ ତାରକା ସୌରଭ ଘୋଷଲ ଚଳିତ ଏସିଆନ ଗେମ୍ସର ପୁରୁଷ ସ୍କ୍ୱାଶ ସିଙ୍ଗଲ୍ସ ଇଭେଣ୍ଟ ଫାଇନାଲରେ ପରାଜିତ ହୋଇ ସ୍ୱର୍ଣ୍ଣ ପଦକରୁ ବଞ୍ôଚତ ହୋଇଛନ୍ତି । ଟାଇଟଲ ଲଢ଼େଇରେ ମାଲେସିୟାର ଇଏନ ୟୋ ଏନଜିଙ୍କ ବିପକ୍ଷରେ ଜୋରଦାର ମୁକାବିଲା କରି ଥିଲେ ହେଁ ଶେଷରେ ଠାରୁ ୧୧-୯, ୯-୧୧,୫- ୧. ୭-୧୧ରେ ହାରିଗଲେ । ତେବେ ଘୋଷଲଙ୍କ ପରାଜୟ ସତ୍ତ୍ୱେ ଭାରତ ଚଳିତ ଏସିଆନ ଗେମ୍ସର ଏହି ଇଭେଣ୍ଟରେ ପ୍ରଶଂସନୀୟ ସଫଳତା ପାଇଛି । ଦକ୍ଷିଣ କୋରିଆର ଇଞ୍ଚେନରେ ଅନୁଷ୍ଠିତ ୨୦୧୪ ଏସିଆଡରେ ଭାରତ ସ୍କ୍ୱାଶ ଇଭେଣ୍ଟରେ ଭାରତ ଐତିହାସିକ ସ୍ୱର୍ଣ୍ଣ ପଦକ ସହିତ ୨ ରୌପ୍ୟ ଓ ୧ କାଂସ୍ୟ ପଦକ ପାଇଥିଲା । ମାତ୍ର ଚଳିତ ଏସିଆନ ଗେମ୍ସରେ ଭାରତ ୨ ସ୍ୱର୍ଣ୍ଣ ସହିତ ଗୋଟିଏ ଲେଖାଏଁ ରୌପ୍ୟ ଓ କାଂସ୍ୟ ପଦକ ପାଇଛି ।

Leave a Reply