ଗୁଆହାଟୀ,: ଆସାମରେ ବାଲ୍ୟ ବିବାହ ବିରୋଧରେ ସରକାର ଆକ୍ସନ ମୋଡରେ ଅଛନ୍ତି । ଟୁଇଟ କରି ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଏହା ବିରୋଧରେ ଆସାମ ପୋଲିସର ଅଭିଯାନ ଜାରି ରହିଛି । ଆଜି ସକାଳେ ଏକ ଅପରେଶନ କରି ଆମେ ୮୦୦ରୁ ଅଧିକ ଲୋକଙ୍କୁ ଗିରଫ କରିଛୁ । ଭବିଷ୍ୟତରେ ମଧ୍ୟ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ଆସାମ ମୁଖ୍ୟମନ୍ତ୍ରୀ ଟୁଇଟ କରିଛନ୍ତି । ଶର୍ମା ଆସାମ ବିଧାନସଭାକୁ ୧୧ ସେପ୍େଟମ୍ବରରେ କହିଥିଲେ ଯେ, ଗତ ପାଞ୍ଚ ବର୍ଷ ମଧ୍ୟରେ ବାଲ୍ୟ ବିବାହ ସହ ଜଡିତ ମୋଟ ୩,୯୦୭ ଜଣଙ୍କୁ ଗିରଫ କରାଯାଇଛି, ସେଥିମଧ୍ୟରୁ ୩,୩୧୯ ଜଣଙ୍କୁ ପୋସ୍କୋ ଅଧିନିୟମ ୨୦୧୨ ଅନୁଯାୟୀ ଅଭିଯୋଗ ହୋଇଛି ।