Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କାନାଡାର ଦମ୍ଭ ଏକାଥରକେ ଭାଙ୍ଗିଗଲା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କାନାଡାର ଦମ୍ଭ ଏକାଥରକେ ଭାଙ୍ଗିଗଲା

ନୂଆଦିଲ୍ଲୀ: ଭାରତ ଏବଂ କାନାଡା ମଧ୍ୟରେ ଖଲିସ୍ତାନୀ ସମର୍ଥକଙ୍କ ହରଦୀ ସିଂହ ନିଜ୍ଜର ହତ୍ୟାକୁ ନେଇ ବିବାଦ ଜାରି ରହିଛି । ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜର ହତ୍ୟାକାଣ୍ଡରେ ଭାରତ ସରକାରଙ୍କ ହାତ ଥିବା ନେଇ ଟ୍ରୁଡୋ ଅଭିଯୋଗ କରିବା ପରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ବିବାଦ ଉଗ୍ର ରୂପ ଧାରଣ କରିଥିଲା । ଏହାରି ମଧ୍ୟରେ ମଙ୍ଗଳବାର କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁହୋ କହିଛନ୍ତି ‘‘ଆମେ ବିବାଦକୁ ଆଗକୁ ବଢ଼ାଇବାକୁ ଚାହୁନାହୁଁ ।’’ ଆଉ ଟ୍ରୁଡୋଙ୍କ ଏଭଳି ପ୍ରତିକ୍ରିୟାକୁ ଭାରତର ଚାପ ଆଗରେ ମୁଣ୍ଡ ନୁଆଁଇଥିବା କୁହାଯାଉଛି । ପ୍ରକୃତରେ ଏଭଳି ଟ୍ରୁଡୋ ଏଭଳି କହିବାର କାରଣ ହେଉଛି । ଆଉ ଏବେ କାନାଡାକୁ ନିଜର ୪୦ ଜଣ କୂଟନୈତିଜ୍ଞଙ୍କୁ ଫେରାଇ ନେବା ପାଇଁ ଭାରତ ସରକାର ଡେଡଲାଇନ୍ ଦେବା ପରେ ସ୍ୱର ବଦଳାଇବାକୁ ବାଧ୍ୟ ହୋଇଛନ୍ତି ଜଷ୍ଟିନ ଟ୍ରୁଡୋ । ଅକ୍ଟୋବର ୧୦ ସୁଦ୍ଧା ଡିପ୍ଲେମାଟଙ୍କୁ ଫେରାଇ ନେବା ପାଇଁ କାନାଡା ସରକାରଙ୍କୁ ଶୁଣାଇ ଦେଇଥିଲେ ଭାରତ ସରକାର । ଏହା ପରେ ନୂଆଦିଲ୍ଲୀ ସହ ଭଲ ସଂପର୍କ ସ୍ଥାପନ କରିବାକୁ ଚାହୁଥିବା କହିବା ସହ ବିବାଦ ଆଗକୁ ବଢ଼ାଇବେ ନାହିଁ ବୋଲି କହିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ । ଏହା ସହ କାନାଡାରେ ରହୁଥିବା ଭାରତୀୟ ବଂଶୋଦ୍ଭବ ପରିବାରଙ୍କୁ ସୁରକ୍ଷା ଦେବେ ବୋଲି ସେ କହିଛନ୍ତି । ଏହା ପୂର୍ବରୁ ଭାରତ ସରକାରଙ୍କ ବିରୋଧରେ ଅଭିଯୋଗ ଆଣିବା ପରେ ମଧ୍ୟ ନୂଆଦିଲ୍ଲୀ ସହ ସଂପର୍କ ଭଲ କରିବାକୁ ଚାହିଁଥିଲେ ଟ୍ରୁଡୋ । ବିଶ୍ୱ ଅର୍ଥନୀତିରେ ଭାରତର ଗୁରୁତ୍ୱ ବଢ଼ୁଥିବା ବେଳେ କାନାଡା କୌଣସି ପ୍ରକାର ଅସୁବିଧା ସୃଷ୍ଟି କରିବାକୁ ଇଚ୍ଛୁକ ନୁହେଁ ବୋଲି ସେ କହିଥିଲେ । ହେଲେ ଭାରତ ସରକାର ଟ୍ରୁଡୋଙ୍କୁ କଡ଼ା ଜବାବ ଦେଇଥିଲେ । ଆତଙ୍କବାଦୀଙ୍କ ଲାଗି କାନାଡା ସରକାର ସୁରକ୍ଷିତ ସ୍ୱର୍ଗ ତିଆରି କରୁଥିବା ନେଇ ଅଭିଯୋଗ କରିଥିଲା ଭାରତ । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ କହିଥିଲେ ଯେ, କାନାଡା ସରକାର ଆତଙ୍କବାଦୀଙ୍କ ପ୍ରତି ନରମ ଭାବାମୂର୍ତ୍ତି ପୋଷଣ କରୁଛନ୍ତି । ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ସହ ଏଭଳି ମାନସିକତାର ଲୋକଙ୍କ ଲାଗି ସୁରକ୍ଷିତ ସ୍ଥାନ ତିଆରି କରାଯାଉଥିବା ନେଇ ମଧ୍ୟ ସେ ଅଭିଯୋଗ କରିଥିଲେ ।

Leave a Reply