Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଉଜ୍ଜ୍ୱଳା ଗ୍ୟାସ୍ ସିଲିଣ୍ଡର ସବସିଡି ବୃଦ୍ଧି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଉଜ୍ଜ୍ୱଳା ଗ୍ୟାସ୍ ସିଲିଣ୍ଡର ସବସିଡି ବୃଦ୍ଧି

ନୂଆଦିଲ୍ଲୀ: ମୁଦ୍ରାସ୍ଫୀତି ସମୟରେ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେଲେ ସରକାର । ଉଜ୍ୱଳା ଯୋଜନା ଅଧୀନରେ ନିଆଯାଇଥିବା ଏଲପିଜି ସିଲିଣ୍ଡର ଉପରେ ସବସିଡି ବୃଦ୍ଧି କରିଛନ୍ତି କେନ୍ଦ୍ରସରକାର । ଏଣିକିସିଲିଣ୍ଡର୍ ପିଛା ୩୦୦ ଟଙ୍କା ସବସିଡି ମିଳିବ । ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା ଅଧୀନରେ ୯.୬ କୋଟି ହିତାଧିକାରୀ ଏହି ସୁବିଧାର ଲାଭବାନ ହୋଇପାରିବେ । କ୍ୟାବିନେଟ ନିଷ୍ପତ୍ତି ପରେ ସିଲିଣ୍ଡର ପିଛା ୩୦୦ ଟଙ୍କା ସବସିଡି ଘୋଷଣା କରାଯାଇଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକ ପରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇଛନ୍ତି । ଉଜ୍ୱଳା ହିତାଧିକାରୀମାନେ ବର୍ତ୍ତମାନ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡର ପାଇଁ ୭୦୩ ଟଙ୍କା ଦେଉଥିବାବେଳେ ଏହାର ବଜାର ମୂଲ୍ୟ ୯୦୩ ଟଙ୍କା ରହିଛି ।କେନ୍ଦ୍ର କ୍ୟାବିନେଟର ଏହି ନିଷ୍ପତ୍ତି ପରେ ସେମାନେ ୬୦୩ ଟଙ୍କାରେ ସିଲିଣ୍ଡର ପାଇବେ । କିଛିଦିନ ପୂର୍ବରୁ ଉଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ସିଲିଣ୍ଡର ପିଛା ୨୦୦ ଟଙ୍କା ସବସିଡି ମିଳିଥିଲା ।

Leave a Reply