Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଏସିଆନ ଗେମ୍ସ : ଆଥଲେଟିକ୍ସରେ ୨ ସ୍ୱର୍ଣ୍ଣ ସହ ୯ ପଦକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଏସିଆନ ଗେମ୍ସ : ଆଥଲେଟିକ୍ସରେ ୨ ସ୍ୱର୍ଣ୍ଣ ସହ ୯ ପଦକ

ଇତିହାସ ରଚିଲେ ଅବିନାଶ ସାବଲେ, ଭାରତର ପଦକ ସଂଖ୍ୟା ୫୩କୁ ବୃଦ୍ଧି

ହାଙ୍ଗଝୋ(ଚୀନ): ଚଳିତ ଏସିଆନ

ଗେମ୍ସରେ ଭାରତୀୟ ପ୍ରତିଯୋଗୀ ବିଜୟ

ଧାରା ବଜାୟ ରଖିଥିବା ବେଳେ ଅଷ୍ଟମ

ଦିବସରେ ଅକ୍ତିଆର କରିଛନ୍ତି ଆଉ ତିନି

ସ୍ୱର୍ଣ୍ଣ ପଦକ । ସେହିପରି ଆଜି

ଆଥଲେଟିକ୍ସରେ ଭାରତ ୨ ସ୍ୱର୍ଣ୍ଣ ,୪

ରୌପ୍ୟ ଓ ୩ କାଂସ୍ୟ ସହ ମୋଟ ୯ ପଦକ

ହାସଲ କରିଛି । ଭାରତର ୨୪ ବର୍ଷୀୟ

ଆଥଲେଟ ଅବିନାଶ ସାବଲେ ପ୍ରଥମ

ଭାରତୀୟ ଭାବେ ପୁରୁଷ ୩,୦୦୦ମିଟର

ଷ୍ଟିପଲଚେଜରେ ସ୍ୱର୍ଣ୍ଣ ପଦକ ହାସଲ କରି

ନୂଆ ଇତିହାସ ରଚିଛନ୍ତି । ଜାତୀୟ

ରେକର୍ଡଧାରୀ ସାବଲେ ଚଳିତ ଏସିଆନ

ଗେମ୍ସରେ ଭାରତ ପାଇଁ ପ୍ରଥମ ଆଥଲେଟିକ

ସ୍ୱର୍ଣ୍ଣ ପଦକ ପାଇଥିବା ବେଳେ ତେଜିନ୍ଦର

ପାଲ ସିଂ ତୁର୍ ପୁରୁଷ ସଟ୍‌ପୁଟ ଓ ପୁରୁଷ

ଟ୍ରାପ ସୁଟିଂ ଟିମ୍ ଇଭେଣ୍ଟରେ ପୃଥିବୀରାଜ

ତୋନ୍ଦେମ୍ୟାନ, କିନାନ ଚେନାଇ ଓ

ଜୋରାଭର ସିଂ ସାନ୍ଧୁଙ୍କୁ ନେଇ ଗଠିତ

ଭାରତୀୟ ଦଳ ମଧ୍ୟ ଭାରତ ପାଇଁ ଆଉ

ଏକ ସ୍ୱର୍ଣ୍ଣ ପଦକ ଅକ୍ତିଆର କରିବାରେ

ସଫଳ ହୋଇଛନ୍ତି । କୁଏତ ରୌପ୍ୟ ଓ

ଏସିଆନ ଗେମ୍ସ ଆୟୋଜକ ଚୀନ ଏହି

ଇଭେଣ୍ଟରେ ରୌପ୍ୟ ଓ କାଂସ୍ୟ ପଦକ

ହାସଲ କରିଛନ୍ତି । ସେହିପରି ମନିଷା କିର,

ପ୍ରୀତି ରଜକ ଓ ରାଜେଶ୍ୱରୀ କୁମାରୀଙ୍କୁ ନେଇ

ଗଠିତ ଭାରତୀୟ ଦଳ ମହିଳା ଟ୍ରାପ ଦଳଗତ

ଇଭେଣ୍ଟରେ ହାସଲ କରିଛନ୍ତି ରୌପ୍ୟ

ପଦକ । ଚୀନ ଟିମ ଏହି ଇଭେଣ୍ଟରେ ସ୍ୱର୍ଣ୍ଣ

ପଦକ ସହ ବିଶ୍ୱ ଓ ଗେମ୍ସ ରେକର୍ଡ ପ୍ରତିଷ୍ଠା

କରିଛନ୍ତି । ସେହିପରି କାଜାଖସ୍ତାନକୁ ମିଳିଛି

କାଂସ୍ୟ ପଦକ । ସଟପୁଟର ତେଜିନ୍ଦର

ପାଲସିଂ ତୁର ଚଳିତ ଏସିଆନ୍ ଗେମ୍ସରେ

୨୦.୩୬ ମିଟର ଥ୍ରୋ କରି ତାଙ୍କର

ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସାଉଦି ଆରବର

ମହମଦ ଦାୟୋଦା ତୋଲୋଙ୍କୁ

(୨୦.୧୮ ମିଟର)ପଛରେ ପକାଇ

କ୍ରମାଗତ ଦ୍ୱିତୀୟ ଥର ପାଇଁ ସ୍ୱର୍ଣ୍ଣ ପଦକ

ହାସଲ କରିବାରେ ସଫଳ ହୋଇଛନ୍ତି ।

ତେଜିନ୍ଦର ମଧ୍ୟ ୨୦୧୮ ଜାକର୍ତ୍ତା

ଏସିଆଡରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ

ଜିତିଥିଲେ । ତେବେ ୨୦୧୮ ଏସିଆଡରେ

ତେଜିନ୍ଦର ୨୦.୭୫ ମିଟର ଥ୍ରୋ କରି

ଗେମ୍ସ ରେକର୍ଡ ପ୍ରତିଷ୍ଠା କରିଥିଲେ ।

ସେହିପରି ପ୍ରଥମ ଭାରତୀୟ ଆଥଲେଟ

ଭାବେ ୩୦୦୦ ଷ୍ଟିପଲ ଚେଜରେ ସ୍ୱର୍ଣ୍ଣ

ପଦକ ଜିତିଥିବା ଅବିନାଶ ସାବଲେ ଏହି

ଦୂରତ୍ୱକୁ ୮ ମିନିଟ,୧୯.୫୦ ସେକେଣ୍ଡ

ସମୟ ନେଇଥିଲେ । ଏହି ସଫଳତା ସହିତ

୨୦୧୮ ଜାକର୍ତ୍ତା ଏସିଆଡରେ ଏହି

ଇଭେଣ୍ଟକୁ ୮:୨୨.୭୯ ସମୟ ନେଇ

ଗେମ୍ସ ରେକର୍ଡ ପ୍ରତିଷ୍ଠା କରିଥିବା ଇରାନର

ହୋସେନ କେହାନିଙ୍କୁ ଅତିକ୍ରମ କରି ନୂଆ

ରେକର୍ଡ ପ୍ରତିଷ୍ଠା କରିଛନ୍ତି । ଏହା ସହିତ

ମହିଳା ବକ୍ସିଂରେ ନିଖତ ଜାରିନ

ସେମିଫାଇନାଲରେ ପରାସ୍ତ ହୋଇ କାଂସ୍ୟ

ପଦକ ପାଇଛନ୍ତି । ଡବଲ ବିଶ୍ୱ ଚାମ୍ପିଅନଶିପ

ସ୍ୱର୍ଣ୍ଣ ପଦକ ବିଜୟିନୀ ଜାରିନ ମହିଳା ୫୦

କେଜି କ୍ୟାଟଗୋରୀ ସେମିଫାଇନାଲ

ଲଢ଼େଇରେ ଥାଇଲାଣ୍ଡର ରକସତ

ଚୁଥାମାତଙ୍କ ଠାରୁ ୧-୨ରେ ପରାଜିତ

ହୋଇଥିଲେ ।ସେହିପରି ମହିଳା ୧୦୦

ହର୍ଡଲ୍ସରେ ଜ୍ୟୋତି ୟାରାଜୀ ମଧ୍ୟ ଭାରତ

ପାଇଁ ଆଉ ଏକ ରୌପ୍ୟ ପଦକ ଜିତଛନ୍ତି ।

ସେ କାଂସ୍ୟ ପଦକ ଜିତଥିଲେ । ମାତ୍ର

ରୌପ୍ୟ ପଦକ ପାଇଥିବା ଚୀନର ୟୁ ୟାନୀ

ଫଲ୍ସ ଷ୍ଟାର୍ଟ ପାଇଁ ସେ ଅଯୋଗ୍ୟ ଘୋଷିତ

ହେବାରୁ ୟାରାଚୀଙ୍କୁ ରୌପ୍ୟ ପଦକ ପ୍ରଦାନ

କରା ଯାଇଥିଲା । ଏହା ବ୍ୟତିତ ପୁରୁଷ

ବ୍ୟାଡମିଣ୍ଟନ ଫାଇନାଲରେ ଚୀନ ଠାରୁ ୨-

୩ରେ ହାରି ଭାରତ ରୌପ୍ୟ ପଦକ ପାଇଛି ।

ସେହିପରି ସୀମା ପୁନିଆ ମହିଳା ଡିସକସ

ଥ୍ରୋରେ ଓ ନନ୍ଦିନୀ ଅଗସରା ମହିଳା

ହେପଟାଥଲନ ଇଭେଣ୍ଟରେ କାଂସ୍ୟ ପଦକ

ପାଇଥିବା ବେଳେ ଆଥଲେଟିକ୍ସରେ ଅଜୟ

କୁମାର ସରୋଜ ପୁରୁଷ ୧୫୦୦ମିଟର

ରେସରେ ରୌପ୍ୟ ଓ ଜିନସନ ଜନସନ

କାଂସ୍ୟ ପଦକ ପାଇଛନ୍ତି । ପୁରୁଷ

ଲଙ୍ଗଜମ୍ପରେ ମୁରଲୀ ଶ୍ରୀଶଙ୍କର ମଧ୍ୟ ଭାରତ

ପାଇଁ ରୌପ୍ୟ ପଦକ ଅକ୍ତିଆର କରିବା

ଫଳରେ ଭାରତର ପଦକ ସଂଖ୍ୟା ୫୦

ଅତିକ୍ରମ କରିଛି । ରବିବାର ଅନ୍ୟତମ ସଫଳ

ଆଥଲେଟ ଭାବେ ହରମିଲନ ବେନ୍ସ ମହିଳା

୧୫୦୦ ମିଟର ରେସରେ ରୌପ୍ୟ ପଦକ

ହାସଲ କରିଛନ୍ତି । ଭାରତ ଆଜି ସୁଦ୍ଧା ୧୩

ସ୍ୱର୍ଣ୍ଣ,୨୧ ରୌପ୍ୟ ଓ ୧୯ କାଂସ୍ୟ ସହିତ

ମୋଟ ୫୩ ପଦକ ହାସଲ କରିଛି । ସବୁଠାରୁ

ଉଲ୍ଲେଖନୀୟ ବିଷୟ ହେଲା ଯେ ସୁଟର

ମାନେ ଭାରତ ପାଇଁ ଅକ୍ତିଆର କରିଛନ୍ତି

ସବୁଠାରୁ ଅଧିକ ପଦକ । ଆଜି ପର୍ଯ୍ୟନ୍ତ

ସଫଳତା ଧାରା ବଜାୟ ରଖି ସୁଟଣ ମାନେ

୭ ସ୍ୱର୍ଣ୍ଣ, ୯ ରୌପ୍ୟ ଓ ୬ କାଂସ୍ୟ ସହ

ମୋଟ ୨୨ ପଦକ ହାସଲ କରିଛନ୍ତି ।

ସେହିପରି ଅନ୍ୟ ୬ ସ୍ୱର୍ଣ୍ଣ ପଦକ

ଅ।।ଥଲେଟିକ, ମହିଳା କ୍ରିକେଟ, ଅଶ୍ୱଚାଳନା,

ସ୍କ୍ୱାଶ, ଟେନିସ ଇଭେଣ୍ଟରୁ ମିଳିଛି ।

Leave a Reply