Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଶୌର୍ଯ୍ୟ ଜାଗରଣ ଯାତ୍ରା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶୌର୍ଯ୍ୟ ଜାଗରଣ ଯାତ୍ରା

ଜୟପୁର : ଶୌଯ୍ୟ ଜାଗରଣ ଯାତ୍ରା ତେନ୍ତୁଳିଗୁମ୍ମା ଶହୀଦ ଲକ୍ଷ୍ମଣ ନାୟକ ଙ୍କ ପୀଠରୁ ଆରମ୍ଭ ହୋଇଛି । ବିଶ୍ୱହିନ୍ଦୁ ପରିଷଦ ବଜରଙ୍ଗ ଦଳ ଓଡିଶା ପଶ୍ଚିମ ପ୍ରାନ୍ତ ତର‘ରୁ ଆୟୋଜିତ ହୋଇଛି ଏହି ଯାତ୍ରା ।ଏହି ଯାତ୍ରାକୁ ବାଙ୍ଗମଠ ଠାରେ ସ୍‌ହଗତ କରାଯାଇ ଏକ ସଭା ଅନୁଷ୍ଠିତ ହୋଇଛି । ଏହି ସଭାରେ ସଂଥ ମଧୁ ସୁଦନ ଦାସ ମହାରାଜ , ସ୍ୱାମୀ ବିଶ୍ୱମିତ୍ରା ନନ୍ଦ ଗିରି, ଗଙ୍ଗା ଧର ନନ୍ଦ, ବିଭାଗ ସମ୍ପାଦକ ନବ କୃଷ୍ଣ ରଥ, ପ୍ରାନ୍ତ ଉପାଧ୍ୟକ୍ଷ ବାବୁ ଭାଇ ବଜରଙ୍ଗି, କାଯ୍ୟକର୍ତା ତେଜେଶ୍ୱର ପଣ୍ଡା ଉପସ୍ଥିତ ଥିଲେ । ହିନ୍ଦୁ ଯୁବକ ମାନଙ୍କ ମଧ୍ୟରେ ନିଜର ପୁବଜ ମାନଙ୍କ ପ୍ରତି ଗୌରବ ବୋଧ ଜାଗ୍ରତ କରାଇବା ଅମର ବଦିଦାନୀ ମାନଙ୍କର ଜୀବନରୁ ପ୍ରରେଣା ନେଇ ନିଜ ଜୀବନକୁ ରାଷ୍ଟ୍ର ଓ ଧର୍ମ ପାଇଁ ସମର୍ପିତ କରିଦେବାରୁ ଭାବ ଜାଗ୍ରତ କରି ସମାଜକୁ ରାମ ମୟ ଓ ସଚେତନ କରିବା ପାଇ ବଜରଙ୍ଗ ଦଳ ଦ୍ୱାରା ସମ୍ପୁଣ୍ଣ ଭାରତରେ ଉକ୍ତ ଜାଗଦରଣ ଯାତ୍ରାର ଯୋଜନା କରାଯାଇଛି । ଏଡିଶା ପଶ୍ଚିମ ପ୍ରାନ୍ତରେ ୨୦୨୩ ସେପଟେମ୍ବର ୨୮ ତାରିଖ ଠାରୁ ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ଏହି ଯାତ୍ରା ଅନୁଷ୍ଠିତ ହେବ । ପ୍ରାନ୍ତର ୫ଟି ସ୍ଥାନରୁ କୋରାପୁଟର ତେନ୍ତୁଳିଗୁମ୍ମା, ନୁଆପଡା, ବୌଦ୍ଧ, ଦେବଗଡ ଓ ବଣାଇଗଡ ଆଦି ଜିଲାରୁ ଏହି ଯାତ୍ରା ବାହାରି ଯାତ୍ରାର ମିଳନ ଓ ସମାପନ କାର୍ଯ୍ୟକ୍ରମ ସମ୍ବଲପୁର ନଗରରେ ଅକ୍ଟୋବର ୮ ତାରିଖରେ ଅନୁଷ୍ଟିତ ହେବ । ଏହି ଯାତ୍ରା ରେ ପ୍ରଭୁ ବଜରଙ୍ଗବଲୀଙ୍କର ଦେବ ବିଗ୍ରହ, ସୁଧୁସନ୍ଥ, ବକ୍ତା, ପ୍ରବଚକ, ଏବଂ ସ୍ଥାନୀୟ ମହାପୁରୁଷ ସ୍ୱାଧିନତା ସଂଗ୍ରାମୀ ମାନଙ୍କର ଡଟୋ ସିଂକୀର୍ତନ ଓ ବାରି ବାଦ୍ୟ ଆଦି ସାମିଲ ହୋଇଛି । ଏହି ଯାତ୍ରାକୁ ଜୟପୁର ଠାରେ ବିଶାଳ ସ୍ୱାଗତ ଓ ସମ୍ବଦ୍ଧନା ଦିଆଯାଇଛି ।

Leave a Reply