ସମୟ ପୂର୍ବରୁ ବୁଢ଼ା କରେ ନିଦ୍ରାହୀନତା

ସବୁବେଳେ ସମ୍ପୂର୍ଣ୍ଣ ନିଦ୍ରା ଯିବା ଉଚିତ୍ । ନଚେତ୍ ଏହା ହୃଦୟକୁ ସମୟ ପୂର୍ବରୁ ବୁଢ଼ା କରିଦିଏ । ଏକ ସଦ୍ୟ ଗବେଷଣାରୁ ଜଣାପଡ଼ିଛି, ୫୦ ବର୍ଷ ବୟସ ପରେ ବ୍ୟକ୍ତିର ନିଦରେ ଦେଢ଼ ଘଣ୍ଟାର ହ୍ରାସ ଆସିଥାଏ । ହୃତ୍‌ପିଣ୍ଡ ପାଇଁ ସବୁଠୁ ବିପକାରକମାନଙ୍କ ମଧ୍ୟରୁ ନିଦ୍ରାଭାବ ପ୍ରଥମ ନମ୍ବରରେ ରହିଥାଏ । ନିଦ୍ରାହୀନତା ଦେଖାଦେଲେ ସୁସ୍ଥ ରହିବା ଆଶା ହ୍ରାସ ପାଇଥାଏ ଏବଂ ମଣିଷ ଶୀଘ୍ର ବୁଢ଼ା ହୋଇଯିବା ଆଶଙ୍କା ବଢ଼ିଯାଏ । ଜୟପୁରର ନାରାୟଣ ମଲ୍ଟିସ୍ପେଶାଲିଟି ହସ୍ପିଟାଲ୍‌ରେ ଏହି ଗବେଷଣା କରାଯାଇଥିଲା । ଗବେଷଣାରୁ ଜଣାପଡ଼ିଲା ପର୍ଯ୍ୟାପ୍ତ ନିଦର ଅଭାବ, ବ୍ୟାୟାମ୍ ଅଭାବ, ମଧୁମେହ, ଧୂମପାନ ଏବଂ ଉଚ୍ଚରକ୍ତଚାପ ହୃତ୍‌ପିଣ୍ଡ ପାଇଁ ସବୁଠୁ ହାନିକାରକ କାରକ । ତନ୍ମଧ୍ୟରୁ ନିଦ୍ରାଭାବ ବିଶେଷଭାବେ ହୃଦୟ ଉପରେ ପ୍ରଭାବ ପକାଇଥାଏ । ଗବେଷକଙ୍କ ଅନୁସାରେ, ମୋବାଇଲ୍‌ଠାରୁ ଦୂରତା, ଇମେଲ୍‌, ମେସେଜ୍‌ର ଚିନ୍ତାକୁ ଟାଳିପାରିଲେ ଏହି ସମସ୍ୟାରୁ ମଧ୍ୟ ରକ୍ଷାପାଇହେବ । ତା’ସହ ପ୍ରତିଦିନ ଅଧଘଣ୍ଟାର ବ୍ୟାୟାମ୍‌, ସନ୍ଧ୍ୟାରେ ଚା’ କଫିଠୁ ଦୂରତା ଏବଂ ଦିନକୁ ଅତିକମ୍‌ରେୂ ୭ ଘଣ୍ଟା ନିଦ୍ରା ଯିବା ହୃତ୍‌ପିଣ୍ଡ ସୁସ୍ଥ ରଖିବାକୁ କାଫି ।

Leave a Reply