Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସମୁଦ୍ରର ଦୁଇ କିମି ତଳେ ଏକ ମହାଦ୍ୱୀପ ଠାବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସମୁଦ୍ରର ଦୁଇ କିମି ତଳେ ଏକ ମହାଦ୍ୱୀପ ଠାବ

ନୂଆଦିଲ୍ଲୀ : ୩୭୫ବର୍ଷ ପରେ ଭୂବୈଜ୍ଞାନିକମାନେ ଏପରି ଏକ ମହାଦ୍ୱୀପର ସନ୍ଧାନ କରିଛନ୍ତି ଯାହା ସମସ୍ତଙ୍କ ନଜରର ଆଢ଼ୁଆଳରେ ରହିଥିଲା । ଭୂବୈଜ୍ଞାନିକ ଓ ଭୂମିକମ୍ପ ବୈଜ୍ଞାନିକମାନେ ଅନୁସନ୍ଧାନ କରି ସମୁଦ୍ରର ଦୁଇ କିମି ତଳେ ଏକ ମହାଦ୍ୱୀପ ଠାବ କରିଛନ୍ତି । ଗବେଷକମାନେ ସମୁଦ୍ର ତଳେ ଖୋଜି ଥିବା ଚଟାଣର ନମୂନାର ପ୍ରାପ୍ତ ତଥ୍ୟକୁ ଉପଯୋଗ କରି ଏହି ମହାଦ୍ୱୀପର ସନ୍ଧାନ ପାଇଛନ୍ତି । ଏହି ମହାଦ୍ୱୀପର ନାମ ସେମାନେ ଜେଲାଣ୍ଡିଆ ବୋଲି ରଖିଛନ୍ତି । ଏହି ମହାଦ୍ୱୀପ ୧.୮୯ନିୟୁତ ବର୍ଗମାଇଲର ଏକ ବିଶାଳ ମହାଦ୍ୱୀପ ବୋଲି ବୈଜ୍ଞାନିକମାନେ କହିଛନ୍ତି । ଏହା ମାଡଗାସ୍କାର ଠାରୁ ୬ଗୁଣ ବଡ ବୋଲି ସୂଚନା ମିଳିଛି । ଗବେଷକମାନେ କହିଛନ୍ତି ଯେ, ଏହି ମହାଦ୍ୱୀପକୁ ମିଶାଇ ବିଶ୍ୱରେ ଏବେ ମହାଦ୍ୱୀପ ସଂଖ୍ୟା ୮ରେ ପହଞ୍ôଚଛି । ଏହି ନୂଆ ମହାଦ୍ୱୀପ ଜେଲାଣ୍ଡିଆର ୯୪% ପାଣି ତଳେ ରହିଛି । ଯେଉଁଥିରେ ନ୍ୟୁଜିଲାଣ୍ଡ ଭଳି ଦ୍ୱୀପ ରହିଛି । ନ୍ୟୁଜିଲାଣ୍ଡର କ୍ରାଉନରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ ଜିଏଏସ୍ ସାଇନ୍ସର ଜଣେ ବୈଜ୍ଞାନିକ କହିଛନ୍ତି ଯେ, ବହୁତ ସ୍ପଷ୍ଟ ଚିଜକୁ ସ୍ପଷ୍ଟ କରିବା ପାଇଁ କେତେ ସମୟ ଲାଗେ ତାହା ଏହି ନୂଆ ମହାଦେଶ ଆବିଷ୍କାରର ଉଦାହରଣ ହୋଇପାରେ । ସେମାନଙ୍କ ଅନୁସାରେ ଜେଲାଣ୍ଡିଆ ପାଖାପାଖି ୫୫୦ ନିୟୁତ ବର୍ଷ ପରେ ଗୋଣ୍ଡୱାନା ଭୂମିର ଅଂଶ ବିଶେଷ ରହିଥିଲା । ତେବେ ଭୂଗର୍ଭର ଗତିବିଧି ଯୋଗୁଁ ଏହା ପୃଥକ ହୋଇ ସମୁଦ୍ରରେ ମିଶିଯାଇଛି । ତେବେ ଏହା କିପରି ଗୋଣ୍ଡମାନାରୁ ପୃଥକ ହେଲା ସେ ନେଇ ଗବେଷଣା ଆରମ୍ଭ ହୋଇଛି । ଜେଲାଣ୍ଡିଆ ମହାଦ୍ୱୀପ ପ୍ରଥମଥର ପାଇଁ ୧୬୪୨ ମସିହାରେ ସାମ୍ନାକୁ ଆସିଥିଲା । ଡଚ୍ ବ୍ୟବସାୟୀ ତଥା ନାବିକ ଏବଲ ଟ୍ୟାସ୍କମ୍ୟାନ୍ ଗ୍ରେଟ୍ ସାଉଦର୍ଣ୍ଣ ମହାଦ୍ୱୀପ ସନ୍ଧାନରେ ନ୍ୟୁଜିଲାଣ୍ଡର ଦକ୍ଷିଣ ଆଇଲ୍ୟାଣ୍ଡରେ ପହଞ୍ôଚଥିବା ବେଳେ ତାଙ୍କୁ ସ୍ଥାନୀୟ ଲୋକେ ଏ ସଂପର୍କରେ ସୂଚନା ଦେଇଥିଲେ । ସେବେଠାରୁ ବୈଜ୍ଞାନିକମାନେ ଏହି ମହାଦ୍ୱୀପକୁ ଖୋଜିବା ପାଇଁ ଏପର୍ଯ୍ୟନ୍ତ ୪୦୦ବର୍ଷ ଲଗାଇ ଦେଇଛନ୍ତି । ବୈଜ୍ଞାନିକମାନେ କହିଛନ୍ତି ଯେ, ଏହାର ଅଧ୍ୟୟନ କରିବା ସବୁଠାରୁ କାଠିକର ପାଠ ରହିଥିଲା । ବୈଜ୍ଞାନିକମାନେ ସମୁଦ୍ର ତଳୁ ଆଣିଥିବା ଚଟାଣ ଓ ପଙ୍କର ଅଧ୍ୟୟନ କରୁଛନ୍ତି । ଏହାର ଏକ ନକ୍ସା ମଧ୍ୟ ତିଆରି କରିଛନ୍ତି । ଆଗାମୀ ଦିନରେ ଗବେଷଣା ପରେ ଏନେଇ ସବୁ କିଛି ସ୍ପଷ୍ଟ ହେବ ବୋଲି କୁହାଯାଇଛି । ବୈଜ୍ଞାନିକମାନେ କହିଛନ୍ତି ଯେ ଏହି ମହାଦ୍ୱୀପର ଚଟାଣ ନମୁନାରୁ ପଶ୍ଚିମ ଆଣ୍ଟାର୍କଟିକାର ଭୂଗର୍ଭୀୟ ପାର୍ଟନ ଜଣାପଡ଼ିଥାଏ । ଯାହା ନ୍ୟୁଜିଲାଣ୍ଡର ପଶ୍ଚିମତଟରୁ ଦୂରରେ କାମ୍ପାବେଲ ପ୍ଲାଟ୍ୟୁ ପାଖ ଏକ ସବ୍‌ଡକ୍ସନ ଜୋନ୍‌ର ସମ୍ଭାବନାର ସଂକେତ ଦେଇଥାଏ । ତେବେ ଗବେଷକମାନଙ୍କୁ ଏହି କ୍ଷେତ୍ରର ଚୁମ୍ବକୀୟ କ୍ଷମତା ମିଳିନାହିଁ ା

Leave a Reply