Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପୋତଚାଳନାରେ ମିଳିଲା ରୌପ୍ୟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପୋତଚାଳନାରେ ମିଳିଲା ରୌପ୍ୟ

ହାଙ୍ଗଝୌ: ଚୀନର ହାଙ୍ଗଝୌରେ ଖେଳାଯାଉଥିବା ଏସୀୟ କ୍ରୀଡାରେ ଭାରତକୁ ମିଳିଲା ଆଉ ଏକ ପଦକ । ପୋତଚାଳନାରେ ନେହା ଠାକୁର ପ୍ରଥମ କରି ଭେଟି ଦେଲେ ରୌପ୍ୟ । ଡିଙ୍ଗି ଓଖଉଇ-୪ ମୋଟ ୧୧ ରେସର ଏକ ପ୍ରତିଯୋଗିତା ଥିଲା । ଏଥିରେ ନେହା ମୋଟ ୩୨ ପଏଣ୍ଟ ହାସଲ କରି ରୋପ୍ୟ ପଦକ ଜିତିଛନ୍ତି । ଚଳିଚ ସଂସ୍କରଣରେ ଏପର୍ଯ୍ୟନ୍ତ ପୋତଚାଳନାରେ କୌଣସି ପଦକ ଆସିନଥିଲା । ନେହା ପ୍ରଥମ କରି ରୌପ୍ୟ ଭେଟି ଦେଇଛନ୍ତି । ତାଙ୍କ ବିଜୟରେ କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏସୀୟ କ୍ରୀଡାର ୧୯ତମ ସଂସ୍କରଣରେ ଭାରତ ଏପର୍ଯ୍ୟନ୍ତ ୧୨ଟି ପଦକ ହାସଲ କରିଛି । ଏଥିରେ ୨ ଟି ସ୍ୱର୍ଣ୍ଣ, ୪ ଟି ରୌପ୍ୟ ଏବଂ ୬ ଟି ବ୍ରୋଞ୍ଜ ପଦକ ରହିଛି । ଗତକାଲି ମହିଳା କ୍ରିକେଟ ଏବଂ ସୁଟିଂରେ ଦୁଇଟି ସୂର୍ଣ୍ଣ ସମେତ ୬ ଟି ପଦକ ଜିତିଥିଲା ଭାରତ । ଆଜିର ପୁରୁଷ ହକି ଗ୍ରୁପ ପର୍ଯ୍ୟାୟର ଦ୍ୱିତୀୟ ମୁକାବିଲାରେ ସିଙ୍ଗାପୁରକୁ ହରାଇଛନ୍ତି ଭାରତୀୟ ହକି ଟିମ୍ ।

Leave a Reply