Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କର ଆତଙ୍କବାଦ ଉପରେ ଦୋମୁହାଁ ନୀତି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କର ଆତଙ୍କବାଦ ଉପରେ ଦୋମୁହାଁ ନୀତି

ନ୍ୟୁୟର୍କ : ମିଳିତ ଜାତିସଂଘର ୭୮ ତମ ସାଧାରଣ ଅଧିବେଶନରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ନିଜ ଉଦବୋଧନରେ ଏକାଧାରରେ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କ ଦୋମୁହାଁ ନୀତିକୁ ଅତ୍ୟନ୍ତ ଶାଣିତ ଭାଷାରେ ନିନ୍ଦା କରିଛନ୍ତି । ବିଶେଷକରି ଆତଙ୍କବାଦ ପ୍ରସଙ୍ଗରେ ସେମାନଙ୍କ ନୀତିକୁ ସେ ଦୃଢ଼ ସମାଲୋଚନା କରିଛନ୍ତି । ସେ ନିଜ ଉଦବୋଧନରେ କୌଣସି ଦେଶର ନାଁ ନନେଇ କାନାଡା ଯେପରି ଭାବେ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ନିଜ ଦେଶରେ ପ୍ରୋତ୍ସାହନ ଓ ସମର୍ଥନ କରୁଛି ତାହାକୁ ନିନ୍ଦା କରିଛନ୍ତି । ଶ୍ରୀ ଜୟଶଙ୍କର କହିଛନ୍ତି ତୁଛ ରାଜନୀତି ପାଇଁ ଆତଙ୍କବାଦୀଙ୍କୁ କେବେ ସମର୍ଥନ କରାଯାଇନପାରେ । ଜୟଶଙ୍କର ସେତିକିରେ ଅଟକି ନଯାଇ କାନାଡାକୁ ପରୋକ୍ଷରେ ସମର୍ଥନ କରୁଥିବା ଓ ଉସୁକାଉଥିବା ଆମେରିକା, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ପରି ରାଷ୍ଟ୍ରଙ୍କ ଖଲିସ୍ତାନୀ ଆତଙ୍କବାଦକୁ ନେଇ ଯେଉଁ ପରିଭାଷା ଦର୍ଶାଉଛନ୍ତି ତାହା ଉପରେ ଭାରତ ଘୋର ଆପତ୍ତି ଉଠାଇଛି । ଜୟଶଙ୍କର କହିଛନ୍ତି ଯେ, ଯେଉଁ ହାତଗଣତି କେତୋଟି ଦେଶ ଜାତିସଂଘରେ ନୀତି ନିର୍ଦ୍ଧାରଣ କରୁଛନ୍ତି ପ୍ରଥମେ ସେ ନୀତିକୁ ନିଜ ଉପରେ ପ୍ରୟୋଗ କରନ୍ତୁ । ପରୋକ୍ଷରେ ସେମାନେ ଆତଙ୍କବାଦ ନାଁରେ ଆଫଗାନିସ୍ତାନ ଓ ଇରାନରେ ପଶି ନରସଂଘାର କରୁଥିବା ବେଳେ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଏହି ଦେଶମାନେ ଆତଙ୍କବାଦୀ ଭାବେ ପରିଗଣିତ କରିବାକୁ କୁଣ୍ଠା ପ୍ରକାଶ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ ଦର୍ଶାଇଛନ୍ତି । ଠିକ ସେହିପରି ନିକଟରେ ଚୀନ ଯେପରି ମ୍ୟାପ ଜାରିକରି ଅରୁଣାଚଳକୁ ନିଜ ଅଞ୍ଚଳରେ ଦର୍ଶାଇବାର ଧୃଷ୍ଟତା କରିଛି ତାହାକୁ ଆକ୍ଷେପ କରି ଭାରତ କହିଛି ଯେ, ପ୍ରତ୍ୟେକ ଦେଶ ଅନ୍ୟର ସୀମା ଓ ସାର୍ବଭୌମତ୍ୱକୁ ସମ୍ମାନ କରିବା କଥା । ଭାରତ ପ୍ରଶାନ୍ତ ମହାସାଗରେ ମଧ୍ୟ ଚୀନର ବିସ୍ତାରବାଦୀ ନୀତିକୁ ପରୋକ୍ଷରେ ଜୟଶଙ୍କର କଡା ସମାଲୋଚନା କରିଛନ୍ତି ଓ ଜାତିସଂଘ ସମସ୍ତ ଦେଶର ସାର୍ବଭୌମତ୍ୱ ରକ୍ଷା କରିବା ଦିଗରେ ଉତ୍ତରଦାୟିତ୍ୱ ନେବାର ମଞ୍ଚ ହେଉ ବୋଲି ସେ ଆହ୍ୱାନ କରିଛନ୍ତି । ଜୟଶଙ୍କର ଏହି ମିଳିତ ଜାତିସଂଘ ଗ୍ଲୋବାଲ ସାଉଥର ଗରିବ ଦେଶମାନଙ୍କୁ ଅବହେଳିତ କରିଆସିଛି ତେଣୁ ଭାରତ ଏହାର ନବକଳେବର ଦାବି କରିଛି । ଯେଉଁଥିରେ ପ୍ରତ୍ୟେକ ବର୍ଗ ବିଶେଷ କରି ଗରିବ ରାଷ୍ଟ୍ରଙ୍କ ଅସୁବିଧାର ସମାଧାନର ରାସ୍ତା ବାହାରିବ ତାହା ଉପରେ ତତ୍ପରତା ଦେଖାଯିବା ଉଚିତ ବୋଲି ଦାବି କରିଛି । ଭାରତ ଜି-୨୦ର ସଫଳ ଆୟୋଜନରେ ଆଫ୍ରିକା ମହାଦେଶକୁ ଏଥିରେ ସାମିଲ କରି ଏଥିରେ ଉଦାହରଣ ସୃଷ୍ଟି କରିଥିଲା । ଭାରତ ବିଶ୍ୱ ମିତ୍ରର ଆଧାର ସୃଷ୍ଟିକରିବା ଓ ସମସ୍ତ ରାଷ୍ଟ୍ର ପରସ୍ପର ମଧ୍ୟରେ ପୁନଃ ଆସ୍ଥା ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଭାରତ ଏହାର ଜି-୨୦ ଶିଖର ସମ୍ମିଳନୀ ରେ ଯେଉଁ ଥିମ ରଖିଥିଲା ଗୋଟିଏ ପରିବାର ଗୋଟିଏ ଭବିଷ୍ୟତ ଏହା ଉପରେ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ । ସେ ଭାରତର ‘ନମସ୍ତେ’ଦ୍ୱାରା ସମସ୍ତ ବିଶ୍ୱକୁ ସମ୍ବୋଧନ କରି ସମସ୍ତଙ୍କ ମନ କିଣିଥିଲେ । ମୋଟାମୋଟି କୌଣସି ରାଷ୍ଟ୍ରର ନାଁ ନନେଇ ଅଥବା କୌଣସି ଦ୍ୱିପାକ୍ଷିକ ବିଷୟକୁ ଆଗକୁ ନଆଣି ସମଗ୍ର ବିଶ୍ୱର ମଙ୍ଗଳକାମନା ଦିଗରେ ଜୟଶଙ୍କରଙ୍କ ଏହି ଉଦବୋଧନ ଓ ଭାରତର ଆଭିମୁଖ୍ୟ ସମସ୍ତଙ୍କୁ ଆକର୍ଷଣ କରିବା ସହ ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା । ଭାରତ ଆମେରିକା ସମେତ ପାଶ୍ଚାତ୍ୟରାଷ୍ଟ୍ରମାନଙ୍କୁ ଯେପରି ଭାବେ ନାଁ ନନେଇ ଆଇନା ଦେଖାଇଥିଲା ଓ କଡାଭାଷାରେ ସମାଲୋଚନା କରିଥିଲା ତାହା ମଧ୍ୟ ଭାରତର ଦୃଢ ନେତୃତ୍ୱର ପରିଚୟ ଦେଇଛି ବୋଲି କୁଟନୀତିଜ୍ଞମାନେ ଆଲୋଚନା କରୁଛନ୍ତି । ତେବେ ଭାରତର ଏପରି ଆକ୍ରମଣ ସାଙ୍ଗକୁ କାନାଡାକୁ ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀ ମଧ୍ୟ ସିଧାସଳଖ ଭାବେ କଡା ସମାଲୋଚନା କରିଛନ୍ତି । କାନାଡା ଆତଙ୍କବାଦୀଙ୍କ ସଂରକ୍ଷଣ ରାଷ୍ଟ୍ର ଭାବେ ସେ କହିଛନ୍ତି ।

Leave a Reply