Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରରେ ହିନ୍ଦୀ ଦିବସ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରରେ ହିନ୍ଦୀ ଦିବସ

କେନ୍ଦୁଝର: ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, କେନ୍ଦୁଝରଗଡ଼ ହିନ୍ଦୀ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ପରିଚାଳନା ସମିତିର ସଭାପତି ଡଃ ସୁନିଲ କୁମାର ରଥଙ୍କ ସଭାପତିତ୍ୱ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ପରିଚାଳନା ସମିତିର ସଂପାଦକ ସୁଧାଶୁଂ ଶେଖର ପଣ୍ଡା, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆର ଶାଖା ପରିଚାଳକ ଆଶିଷ କୁମାର, ବ୍ୟାଙ୍କ ଅଫ୍ ଇଣ୍ଡିଆର ରାଜଭାଷା ଅଧିକାରୀ ଦେବ ଜୟଶ୍ୱାଲ, ପ୍ରଧାନାଚାର୍ଯ୍ୟ ରାଜେନ୍ଦ୍ର ପ୍ରସାଦ ଅଗସ୍ତି ଯୋଗ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ଓ କବିତା ଆବୃତ୍ତି ପ୍ରତିଯୋଗିତା କରାଯାଇଥିଲା । ଏଥିରେ କୃତୀ ଛାତ୍ରଛାତ୍ରୀମାନେ ହେଲେ ଶତାବ୍ଦୀ ମହାନ୍ତି, ମୌସୁମୀ ଆଚାର୍ଯ୍ୟ ଓ ଶ୍ୱେତାଶ୍ରୀ ମିଶ୍ର ଭାଷଣ ପ୍ରତିଯୋଗିତାରେ ୧ମ, ୨ୟ ଓ ୩ୟ ସ୍ଥାନ, ଲାବଣ୍ୟବତୀ ମହାନ୍ତ, ଅନ୍ତରା ପ୍ରିୟଦର୍ଶନୀ ଓ ସାଇପ୍ରିତମ ରଣା ପ୍ରବନ୍ଧ ପ୍ରତିଯୋଗିତାର ୧ମ, ୨ୟ ଓ ୩ୟ ସ୍ଥାନ ଅଧିକାର କରି ଅତିଥିଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ ।

Leave a Reply