Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଶ୍ୱ ଚାଳନାରେ ଭାରତକୁ ସ୍ୱର୍ଣ୍ଣ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଶ୍ୱ ଚାଳନାରେ ଭାରତକୁ ସ୍ୱର୍ଣ୍ଣ

ହାଙ୍ଗଝୌ: ଚାଇନାରେ ଚାଲିଥିବା

୧୯ତମ ଏସିଆନ ଗେମ୍ସରେ ଇତିହାସ ରଚିଛି

ଭାରତ । ୪୧ ବର୍ଷ ପରେ ପ୍ରଥମଥର ପାଇଁ

ଭାରତକୁ ଅଶ୍ୱ ଚାଳନାରେ ମିଳିଛି ସ୍ୱର୍ଣ୍ଣ । ୧୯୮୨

ଠାରୁ ଏଯାଏ ଭାରତ କେବେ ହେଲେ ଅଶ୍ୱ

ଚାଳନାରେ ସ୍ୱର୍ଣ୍ଣ ପଦକ ଜିତି ନଥିଲା । ହେଲେ

ଆଜି ଚାଇନାରେ ଅଶ୍ୱ ଚାଳନାର ଟିମ ଇଭେଣ୍ଟରେ

ଭାରତକୁ ଗୋଲ୍ଡ ମେଡାଲ ମିଳିଛି ।

ଭାରତ ୨୦୯.୨୦୫ ପଏଣ୍ଟ ସହ ପ୍ରଥମ

ସ୍ଥାନରେ ରହିଥିବା ବେଳେ ଚାଇନା

୨୦୪.୮୮୨ ପଏଣ୍ଟ ସହ ରୌପ ପଦକ ଓ

ହଂକଂ ଚାଇନା ୨୦୪.୮୨ ପଏଣ୍ଟ ସହ ବ୍ରୋଞ୍ଜ

ପଦକରେ ସନ୍ତୁଷ୍ଟ ହୋଇଛି ।

ଭାରତ ପକ୍ଷରୁ ସୁଦୀପ୍ତି ହାଜେଲା, ହ୍ରିଦୟ

ବିପୁଲ ଛେଡା, ଅନୁଶ ଗାରୱାଲ୍ଲା ଓ ଦିବ୍ୟାକରିତି

ସିଂହଙ୍କୁ ନେଇ ଗଠିତ ଟିମ ଅଶ୍ୱ ଚାଳନାର

ଡ୍ରେସଏଜ ଇଭେଣ୍ଟରେ ଐତିହାସିକ ସ୍ୱର୍ଣ୍ଣ

ଜିତିଛନ୍ତି । ଏହା ଡ୍ରେସଏଜ ଇଭେଣ୍ଟରେ ଭାରତର

ପ୍ରଥମ ସ୍ୱର୍ଣ୍ଣ । ସେହିପରି ଭାରତ ଅଶ୍ୱ ଚାଳନା

କ୍ରୀଡ଼ାରେ ୪ର୍ଥ ଥର ପାଇଁ ସ୍ୱର୍ଣ୍ଣ ଜିତିଛି ।

ଏହାପୂର୍ବରୁ ୧୯୮୨ ଏସିଆନ ଗେମ୍ସରେ ଭାରତ

ଅଶ୍ୱ ଚାଳନାରେ ୩ଟି ସ୍ୱର୍ଣ୍ଣ ଜିତିଥିଲା ।ଦିଲ୍ଲୀରେ

ଅନୁଷ୍ଠିତ ୧୯୮୨ ଏସିଆନ ଗେମ୍ସରେ ଭାରତର

ରଘୁବୀର ସିଂହ ବ୍ୟକ୍ତିଗତ ଅଶ୍ୱ ଚାଳନା

ଇଭେଣ୍ଟରେ ଚାମ୍ପିୟନ ହୋଇଥିଲେ । ସେ ମଧ୍ୟ

ଗୁଲାମ ମହମ୍ମଦ ଖାନ, ବିଶାଲ ସିଂହ ଓ ମିଖା

ସିଂହଙ୍କୁ ନେଇ ଗଠିତ ଭାରତୀୟ ଟିମ ପାଇଁ ମଧ୍ୟ

ସ୍ୱର୍ଣ୍ଣ ପଦକ ପକ୍କା କରିଥିଲେ ।

ଏହାବାଦ ଅଶ୍ୱ ଚାଳନାର ବ୍ୟକ୍ତିଗତ ଟେଣ୍ଟ

ପେଗିଙ୍ଗ ଇଭେଣ୍ଟରେ ଭାରତ ପାଇଁ ରୂପିନ୍ଦର ସିଂହ

ବ୍ରାର ଗୋଲ୍ଡ ପଦକ ହାତେଇଥିଲେ । ଏସିଆନ

ଗେମ୍ସର ଉକ୍ତ ସଂସ୍କରଣରେ ଏହି ଇଭେଣ୍ଟକୁ

ସାମିଲ କରାଯାଇଥିଲା ଓ ଭାରତ ପାଇଁ ରୂପିନ୍ଦର

ସ୍ୱର୍ଣ୍ଣ ପଦକ ମଧ୍ୟ ଜିତିଥିଲେ ।

୨୦୧୮ ଜାକାର୍ତ୍ତା ଠାରେ ଅନୁଷ୍ଠିତ

ଏସିଆନ ଗେମ୍ସରେ ଭାରତର ଫୌଦ ମିର୍ଜା ଅଶ୍ୱ

ଚାଳନାର ବ୍ୟକ୍ତିଗତ ଇଭେଣ୍ଟରେ ରୌପ ପଦକ

ଜିତିଥିଲେ । ଏହାବାଦ ଟିମ ଇଭେଣ୍ଟରେ

ରାକେଶ କୁମାର, ଆଶିଷ ମଲିକ, ଜିତେନ୍ଦ୍ର ସିଂହ

ଓ ମିର୍ଜା ମିଳିତ ଭାବେ ବ୍ରୋଞ୍ଜ ପଦକ ହାତେଇ

ଥିଲେ । କିନ୍ତୁ ୧୯୮୨ ପରେ ଦେଶକୁ ସ୍ୱର୍ଣ୍ଣ

ମିଳି ନଥିଲା ।

ଅଶ୍ୱ ଚାଳନାରେ ଭାରତ ଆଜି ସ୍ୱର୍ଣ୍ଣ ଜିତିବା

ପରେ ଦେଶର ପଦକ ସଂଖ୍ୟା ୧୪କୁ ବୃଦ୍ଧି

ପାଇଛି । ଏଥିରେ ୩ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ

୭ଟି ବ୍ରୋଞ୍ଜ ପଦକ ରହିଛି ।

ଆଜି ଗୋଟିଏ ଦିନରେ ଭାରତ ଗୋଟିଏ

ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ

ପଦକ ଜିତିଛି । ଆଜି ଅଶ୍ୱ ଚାଳନାରେ ସ୍ୱର୍ଣ୍ଣ

ମିଳିଥିବା ବେଳେ ପୋତଚାଳନାରେ ନେହା

ଠାକୁର ରୌପ୍ୟ ପଦକ ଜିତିଥିଲେ । ସେହିପରି

ପୁରୁଷ ୱିଣ୍ଡ ସଫର ଇଭେଣ୍ଟରେ ଭାରତର

ଇବାଦତ ଅଲୀ ବ୍ରୋଞ୍ଜ ପଦକ ଜିତିଛନ୍ତି ।

Leave a Reply