Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କଂଗ୍ରେସକୁ ଚଳାଉଛନ୍ତି ସହରୀ ନକ୍ସଲ: ପ୍ରଧାନମନ୍ତ୍ରୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କଂଗ୍ରେସକୁ ଚଳାଉଛନ୍ତି ସହରୀ ନକ୍ସଲ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ମଧ୍ୟପ୍ରଦେଶରେ ଆଜି ଜୋରଦାର ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଭୋପାଲରେ ଆୟୋଜିତ କାର୍ଯ୍ୟକର୍ତ୍ତା ମହାକୁମ୍ଭରେ ସାମିଲ ହୋଇ କଂଗ୍ରେସକୁ ସମାଲୋଚନା କରିଛନ୍ତି । ମଧ୍ୟପ୍ରଦେଶରେ କଂଗ୍ରେସ ଯଦି କ୍ଷମତାକୁ ଆସିବା, ତା’ହେଲେ ଦଳ ଏହାକୁ ପୁଣି ଥରେ ବିମାରୁ ରାଜ୍ୟ (ଆର୍ôଥକ ସ୍ତରରେ ଦୁର୍ବଳ ବା ଦରିଦ୍ର‌୍ୟ ରାଜ୍ୟ) କରିଦେବ ବୋଲି ମୋଦି କହିଛନ୍ତି । ମଧ୍ୟପ୍ରଦେଶର ପ୍ରଥମଥର ଭୋଟରମାନେ ବେଶ ଭାଗ୍ୟବାନ । କାରଣ ସେମାନେ କେବଳ ବିଜେପି ସରକାରକୁ ଦେଖିଛନ୍ତି । ସେମାନେ କଂଗ୍ରେସର ଖରାପ ସରକାରକୁ ଦେଖି ନାହାନ୍ତି । ସ୍ୱାଧୀନତା ପରେ କଂଗ୍ରେସ ଦୀର୍ଘ ଦିନ ଧରି ଏଠାରେ ଶାସନ କରୁଥିଲା । ଦଳ ଏହି ରାଜ୍ୟକୁ ବିମାରୁରେ ପରିଣତ କରି ଦେଇଥିଲା ବୋଲି ମୋଦି ଦାବି କରିଛନ୍ତି । ଜନ ସଂଘର ସହ ପ୍ରତିଷ୍ଠାତା ଦିନଦୟାଲ ଉପାଧ୍ୟାୟଙ୍କ ଜନ୍ମ ବାର୍ଷିକ ଉପଲକ୍ଷେ କାର୍ଯ୍ୟକର୍ତ୍ତା ମହାକୁମ୍ଭ ଆୟୋଜନ କରାଯାଇଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “କଂଗ୍ରେସ ହେଉଛି ଗୋଟିଏ ବଂଶବାଦୀ ପାର୍ଟି । ଦୁର୍ନୀତି ଓ ତୁଷ୍ଟୀକରଣ ହିଁ ଦଳର ଇତିହାସ । ଏହା ଏକ କଳଙ୍କ ଲାଗିଥିବା ଲୁହା । ବର୍ଷାରେ ରହିଲେ ଏହା ଶେଷ ହୋଇଯିବ । କଂଗ୍ରେସ ସବୁ ବେଳେ ନକାରାତ୍ମକ ଭାବନାର ପ୍ରଚାର କରୁଛି ଓ ଦେଶର ସଫଳତାକୁ ଗ୍ରହଣ କରୁନାହିଁ । ସେମାନେ ଦେଶକୁ ବିଂଶ ଶତାବ୍ଦୀକୁ ନେଇ ଯିବାକୁ ଚେଷ୍ଟା କରୁଛନ୍ତି ।” ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ନାଁ ନ ନେଇ ତାଙ୍କୁ ସମାଲୋଚନା କରିଛନ୍ତି । କଂଗ୍ରେସ ନେତାମାନେ ରୁପାର ଚାମଚ ଧରି ଜନ୍ମ ହୋଇଛନ୍ତି । ସେମାନଙ୍କ ପାଇଁ ଗରିବ ଲୋକଙ୍କ ଜୀବନ ଦୁଃସାହାସିକ ପର୍ଯ୍ୟଟନ ଓ ପିକନିକ । ସେମାନଙ୍କ ପାଇଁ ଗରିବ ଲୋକଙ୍କ ଚାଷ ଜମି ଭିଡିଓ ଶୁଟିଂ ଓ ଫଟୋ ସେସନ୍ସର ସ୍ଥାନ ।” ମହିଳା ସଂରକ୍ଷଣ ବିଲ୍ ସମ୍ପର୍କରେ ମୋଦି କହିଛନ୍ତି, “କଂଗ୍ରେସ ଓ ଏହାର ଘମଣ୍ଡିଆ ମେଣ୍ଟ (ବିରୋଧୀଙ୍କ ଇଣ୍ଡିଆ ମେଣ୍ଟ) ବାଧ୍ୟବାଧକତାରେ ମହିଳା ସଂରକ୍ଷଣ ବିଲ୍‌କୁ ସମର୍ଥନ କରିଛନ୍ତି । କଂଗ୍ରେସ ଓ ଘମଣ୍ଡିଆ ମେଣ୍ଟ ମହିଳା ସଂରକ୍ଷଣ ବିଲ୍‌କୁ ବିରୋଧ କରିବାକୁ ସାହାସ କରିପାରିଲେ ନାହିଁ । କାରଣ ମହିଳାମାନେ ଏବେ ସବୁ ବୁଝୁଛନ୍ତି ଓ ଜାଣୁଛନ୍ତି ।

Leave a Reply