Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଏସିଆନ୍ ଗେମ୍ସରେ ସୂର୍ଣ୍ଣ ପଦକ ଜିତିଲା ଭାରତୀୟ ମହିଳା କ୍ରିକେଟ୍ ଦଳ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଏସିଆନ୍ ଗେମ୍ସରେ ସୂର୍ଣ୍ଣ ପଦକ ଜିତିଲା ଭାରତୀୟ ମହିଳା କ୍ରିକେଟ୍ ଦଳ

ମୁମ୍ବାଇ : ବାଜି ମାରିନେଲା ମହିଳା କ୍ରିକେଟ୍ ଦଳ । ସୁନା ଝିଅ ଜିତିଲା ସୁନା ପଦକ । ଏସୀଆନ୍ ଗେମ୍ସରେ ସୂର୍ଣ୍ଣ ପଦକ ଜିତିଲା ଭାରତୀୟ ମହିଳା କ୍ରିକେଟ୍ ଦଳ । ଫାଇନାଲରେ ଶ୍ରୀଲଙ୍କାକୁ ହରାଇ ଏହି ପଦକ ହାସଲ କରିଛି ଭାରତୀୟ ଦଳ । ୧୯ ରନ୍‌ରେ ବାଜି ମାରିଲା ଭାରତୀୟ ମହିଳା ଦଳ । ଫାଇନାଲ ମ୍ୟାଚ୍‌ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତୀୟ ମହିଳା ଦଳ । ନିର୍ଦ୍ଧାରିତ ୨୦ ଓଭର ବ୍ୟାଟିଂ ୭ ୱିକେଟ୍ ହରାଇ ୧୧୬ ରନ୍ କରିବାରେ ସକ୍ଷମ ହୋଇଥିଲା । ଏଥିରେ ସ୍ମୃତି ମନ୍ଦାନା ସର୍ବାଧିକ ୪୬ ରନ୍ କରିଥିବା ବେଳେ ରୋଡ୍ରିଗୁସ୍ ୪୨ ରନ୍ କରିଥିଲେ । ବାକି ଆଉ କୌଣସି ବ୍ୟାଟସମ୍ୟାନ୍ ୨ ଅଙ୍କ ଛୁଇଁ ପାରିନଥିଲେ । ତେବେ ୧୧୭ ରନ୍‌ର ଟାର୍ଗେଟ ନେଇ ବ୍ୟାଟିଂକୁ ଓହ୍ଲାଇଥିଲା ଶ୍ରୀଲଙ୍କା ଦଳ । କିନ୍ତୁ ଭାରତୀୟ ବୋଲରଙ୍କ ଆଗରେ ତିଷ୍ଠି ପାରିନଥିଲେ ଶ୍ରୀଲଙ୍କା ବ୍ୟାଟର । ଶ୍ରୀଲଙ୍କା ପକ୍ଷରୁ ହାସିନି ପେରେରା ସର୍ବାଧିକ ୨୫ ରନ୍ କରିଥିବା ବେଳେ ନିଲାକ୍ଷୀ ଡି ସିଲ୍‌ଭା ୨୩, ଓସାଡି ରଣସିଂହ ୧୯ ରନ୍‌, ଚାମ୍‌ରୀ ଆଟାପାଟ୍ଟୁ ୧୨ ରନ୍ କରିଥିଲେ । ବାକି ଆଉ କୌଣସି ବ୍ୟାଟସମ୍ୟାନ୍ ଦୁଇ ଅଙ୍କ ସ୍କୋର ଛୁଇଁପାରିନଥିଲେ । ଶେଷରେ ଫାଇନାଲରେ ମ୍ୟାଚ୍‌ରେ ବାଜି ମାରିନେଇଛି ଭାରତୀୟ ଟିମ୍ । ଶ୍ରୀଲଙ୍କା ଦଳକୁ ୧୯ ରନ୍‌ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛି ଭାରତୀୟ ମହିଳା ଟିମ୍ । ତେବେ ଏସୀୟ କ୍ରୀଡାରେ ଏବେ ଯାଏଁ ଭାରତୀୟ ଟିମ୍ ମୋଟ ୨ଟି ସ୍ୱର୍ଣ୍ଣ ପଦକ ଜିତିଛି । ସୋମବାର ସକାଳେ ସୁଟିଂରେ ଗୋଟିଏ ସୁନା ପଦକ ଜିତିଥିବା ବେଳେ ମଧ୍ୟାହ୍ନରେ କ୍ରିକେଟ୍‌ରେ ଆଉ ଗୋଟିଏ ସୁନା ପଦକ ଜିତିଛି । ମୋଟ ୨ଟି ସ୍ୱର୍ଣ୍ଣ ପଦକ ହାତେଇଛି ଭାରତ ।

Leave a Reply