Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତରେ ଖଲ୍ଲିସ୍ତାନୀମୁଭମେଣ୍ଟକୁ ରୋକିବା ଲାଗି ଏନଆଇଏ ଆଉଏକ ବଡ଼ ପଦକ୍ଷେପ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତରେ ଖଲ୍ଲିସ୍ତାନୀମୁଭମେଣ୍ଟକୁ ରୋକିବା ଲାଗି ଏନଆଇଏ ଆଉଏକ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ: ଖଲ୍ଲିସ୍ତାନୀ ଆତଙ୍କବାଦୀ ହରଦୀପନିଜ୍ଜାରର ମୃତ୍ୟୁକୁ ନେଇ ଭାରତ-କାନାଡାସଂପର୍କରେ ତିକ୍ତତା ଆସିଥିବା ବେଳେ ବଡ଼ପଦକ୍ଷେପ ନେଇଛି ଏନଆଇଏ । କାନାଡାରଆତଙ୍କୀ ଗ୍ୟାଙ୍ଗଷ୍ଟର ସହ ସଂପର୍କରେ ଥିବା ୪୩କୁଖ୍ୟାତ ଅପରାଧୀଙ୍କ ତାଲିକା ଜାରି କରିଛିଏନଆଇଏ । ଏଥିସହ ଭାରତରେ ଖଲ୍ଲିସ୍ତାନୀମୁଭମେଣ୍ଟକୁ ରୋକିବା ଲାଗି ଏନଆଇଏ ଆଉଏକ ବଡ଼ ପଦକ୍ଷେପ ନେଇଛି ।ୱାଣ୍ଟେଡ୍ ଆତଙ୍କବାଦୀଙ୍କୁ ଧରାଇଦେଲେ୧୦ ଲକ୍ଷ ଟଙ୍କାର କ୍ୟାସ୍ ପ୍ରାଇଜ୍ ଘୋଷଣା କରିଛି ଏନଆଇଏ । ଆତଙ୍କବାଦୀ ହରୱିନ୍ଦର ସିଂ ସାନ୍ଧୁ ଓରଫ ରିଣ୍ଡା ଏବଂ ଲଖବୀର ସିଂହ ସାନ୍ଧୁ ଓରଫ ଲାଣ୍ଡାକୁ ଧରାଇବା ଲାଗି ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ୟାସ୍ ପ୍ରାଇଜ୍ ଘୋଷଣା କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା । ସେହିପରି ଏମାନଙ୍କର ଅନ୍ୟ ୩ ସହଯୋଗୀଙ୍କ ନାଁରେ ମଧ୍ୟ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଛ ୁରସ୍କାର ରାଶି ଘୋଷଣା କରିଛି ଏନଆଇଏ । ଅପରାଧୀମାନଙ୍କର ଫଟୋ ସହ ତାଲିକା ଜାରି କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା । ଏଥିସହ ଏ ସମସ୍ତ ଅପରାଧୀଙ୍କର ସଂପତ୍ତି ବିଷୟରେ ଜଣାଇବାକୁ ଲୋକଙ୍କୁ ଅନୁରୋଧ କରିଛି ଏନଆଇଏ । ଯଦି କୌଣସି ବ୍ୟକ୍ତି ଏହି ଏନଆଇଏ ଜାରି କରିଥିବା ଅପରାଧୀଙ୍କର ସଂପତ୍ତି ବିଷୟରେ କୌଣସି ତଥ୍ୟ ପାଆନ୍ତି ତେବେ ଜଣାଇବାକୁ ଅନୁରୋଧ କରିଛି ଏନଆଇଏ । ତଥ୍ୟ ପ୍ରଦାନ ଲାଗି ଏନଆଇଏ ଏକ ହ୍ୱାଟସଆପ୍ ନମ୍ବର ମଧ୍ୟ ଶେଆର କରିଛି । ଏଥିସହ ସୂଚନାଦାତାଙ୍କ ପରିଚୟ ଗୋପନ ରଖାଯିବ ବୋଲି ଏନଆଇଏ ସ୍ପଷ୍ଟ କରିଛି । ଏନଆଇଏର ଏହି ଲିଷ୍ଟରେ ଟପରେ ରହିଛି ଲରେନ୍ସ ବିଷ୍ନୋଇ । ସେହିପରି ଯଶଦୀପ ସିଂହ, କାଲା ଜଠେରୀ ଓରଫ ସନ୍ଦୀପ, ବୀରେନ୍ଦ୍ର ପ୍ରତାପ ଓରଫ କାଲ ରାଣା ଏବଂ ଯୋଗୀନ୍ଦର ସିଂହର ଫଟୋ ସହ ଲିଷ୍ଟ ଜାରି କରିଛି ଏନଆଇଏ । ଏହି ଲିଷ୍ଟରେ ଏନଆଇଏ କହିଛି ଯେ ଏମାନଙ୍କ ମଧ୍ୟରୁ ଅନେକ ଗ୍ୟାଙ୍ଗଷ୍ଟର କାନାଡାରେ ରହୁଛନ୍ତି ।

Leave a Reply