Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଇସ୍ରୋର ସୌର ମିଶନ୍ : ଆଦିତ୍ୟ-ଏଲ୍‌୧ର ସଫଳ ଉତ୍‌କ୍ଷେପଣ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଇସ୍ରୋର ସୌର ମିଶନ୍ : ଆଦିତ୍ୟ-ଏଲ୍‌୧ର ସଫଳ ଉତ୍‌କ୍ଷେପଣ

ନୂଆଦିଲ୍ଲୀ: ଆଦିତ୍ୟ ମିଶନର ସଫଳ

ଉତକ୍ଷେପଣ । ଏହି ସଫଳତା ସହ ସୂର୍ଯ୍ୟଙ୍କ ଉପରେ

ଅନୁଧ୍ୟାନ କ୍ଷେତ୍ରରେ ଆଉ ପାଦେ ଆଗେଇଛି ଇସ୍ରୋ ।

ଶ୍ରୀହରିକୋଟା ସତୀଶ ଧାବନ ଲଞ୍ଚ୍ ପ୍ୟାଡରୁ ସଫଳତା

ପୂର୍ବକ ଉତକ୍ଷେପଣ ହୋଇଛି ଆଦିତ୍ୟ-ଏଲୱାନ୍ ।

ରକେଟ ପିଏସଏଲଭି-ସି୫୭ ମାଧ୍ୟମରେ ମହାକାଶକୁ

ଯାଇଛି ଏହି ମହାକାଶଯାନ । ପୂର୍ବ ନିର୍ଦ୍ଧାରିତ ସମୟ

ଅନୁସାରେ ଆଜି ପୂର୍ବାହ୍ନ ୧୧ଟା ୫୦ ମିନିଟରେ

ଆଦିତ୍ୟ-ଏଲୱାନ୍ ଉତକ୍ଷେପଣ କରାଯାଇଛି । ଏହି

ମିଶନ୍ ମାଧ୍ୟମରେ ଅନେକ ଲକ୍ଷ୍ୟ ରଖିଛି ଇସ୍ରୋ ।

ଚନ୍ଦ୍ରଯାନର ସଫଳ ଯାତ୍ରା ପରେ କିପରି ସୌର ମିଶନ

ସଫଳ ହେବ ସେଥିପାଇଁ ବୈଜ୍ଞାନିକଙ୍କ ସମେତ ପୂରା

ଦେଶବାସୀ ଆଶାବାଦୀ ଅଛନ୍ତି । ଉତକ୍ଷେପଣର ୧୨୭

ଦିନ ପରେ ଲକ୍ଷ୍ୟପଥରେ ପହଞ୍ଚିବ ଆଦିତ୍ୟ-ଏଲୱାନ୍ ।

ଅର୍ଥାତ୍ ବୈଜ୍ଞାନିକମାନେ ଯେଉଁ ରହସ୍ୟ ଜାଣିବାକୁ

ଆଶା ରଖିଛନ୍ତି ତାହା ଆଗାମୀ ୪ ମାସ ପରେ ଅର୍ଥାତ୍‌

ଜାନୁଆରୀରେ ପୂରା ହୋଇପାରିବ । କାରଣ, ବର୍ତ୍ତମାନ

ଆଦିତ୍ୟ-ଏଲୱାନ୍ କକ୍ଷପଥରେ ଅବସ୍ଥାପିତ ହେବ ।

ସେଠାରୁ ପୃଥିବୀକୁ ଚାରି ଥର ପରିକ୍ରମା କରି ଲକ୍ଷ୍ୟ

ସ୍ଥଳ ଲାଗ୍ରାଞ୍ଜ ପଏଣ୍ଟ ଦିଗରେ ଅଗ୍ରସର ହେବ । ଏହା

ପରେ ହାଲୋ ଅର୍ବିଟରେ ରହି ସୂର୍ଯ୍ୟଙ୍କ ଉପରେ

ଅନୁଧ୍ୟାନ କରିବ । ଲାଗ୍ରାଞ୍ଜ ପଏଣ୍ଟର ଚତୁର୍ପାଶ୍ୱକୁ ହାଲୋ

ଅର୍ବିଟ ବୋଲି କୁହାଯାଏ । ଆଦିତ୍ୟା-ଏଲୱାନ ସମ୍ପୂର୍ଣ୍ଣ

ରୂପେ ସୂର୍ଯ୍ୟଙ୍କ ନିକଟକୁ ଯିବ ନାହିଁ । ଏହା ପ୍ରଥମ

ଲାଗ୍ରାଞ୍ଜ ପଏଣ୍ଟରେ ରହି ଅନୁଧ୍ୟାନ କରିବ । ପୃଥିବୀଠୁ

ସୂର୍ଯ୍ୟଙ୍କ ଦୂରତା ୧୫ କୋଟି କିଲୋମିଟର ହୋଇଥିବା

ବେଳେ ଏହା ୧୫ ଲକ୍ଷ କିଲୋମିଟର ଦୂରରୁ ରହି

ଅନୁସନ୍ଧାନ କରିବ । ଏହି ପଏଣ୍ଟକୁ ଲାଗ୍ରାଞ୍ଜ ପଏଣ୍ଟ

ବୋଲି କୁହାଯାଏ । ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ପାଞ୍ଚଟି

ଲାଗ୍ରାଞ୍ଜ ପଏଣ୍ଟ ରହିଛି । ପ୍ରଥମ ଲାଗ୍ରାଞ୍ଜ ପଏଣ୍ଟର

ଦୂରତା ୧୫ ଲକ୍ଷ କିଲୋମିଟର । ଲାଗ୍ରାଞ୍ଜ ପଏଣ୍ଟ ହିଁ

ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ଥିବା ଏକ ସ୍ଥାନ, ଯେଉଁଠାରେ

ଦୁଇ ବସ୍ତୁ ମଧ୍ୟରେ ମାଧ୍ୟାକର୍ଷଣ ଶକ୍ତି କାମ କରିଥାଏ ।

Leave a Reply