Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଯୋଜନା ଓଡିଶାରେ ୩୧,୧୧୮ କୋଟି ଖର୍ଚ୍ଚ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଯୋଜନା ଓଡିଶାରେ ୩୧,୧୧୮ କୋଟି ଖର୍ଚ୍ଚ

ଭୁବନେଶ୍ୱର: ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଯୋଜନା (ପିଏମଜିଏସୱାଇ) ରେ ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା ଗ୍ରାମାଞ୍ଚଳରେ ସଡକ ଓ ସେତୁ ନିର୍ମାଣ ପାଇଁ ୩୧,୧୧୮.୬୮ କୋଟି ଟଙ୍କା ବ୍ୟୟ କରିସାରିଲେଣି । କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ସ୍ୱାଧୀ ନିରଞ୍ଜନା ଜ୍ୟୋତି ଆଜି ଲୋକସଭାରେ ଏହି ସୂଚନା ଦେଇଛନ୍ତି । କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡାଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଏହି ଯୋଜନାରେ ମୟୁରଭଞ୍ଜ ଜିଲ୍ଲାରେ ସର୍ବାଧିକ୨୩୭୨.୬୬ କୋଟି ଟଙ୍କା ବ୍ୟୟ ହୋଇଥିବାବେଳେ କୋରାପୁଟରେ ଦ୍ୱିତୀୟ ସର୍ବାଧିକ ୨୨୩୦.୦୯ କୋଟି ଏବଂ ସୁନ୍ଦରଗଡରେ ୨୦୬୦.୪୬ କୋଟି ଟଙ୍କା ବ୍ୟୟ ହୋଇଛି । ଅନୁରୂପ ଭାବେ ପିଏମଜିଏସ୍‍ୱାଇରେ କଳାହାଣ୍ଡି ଜିଲ୍ଲାରେ ୧୬୧୬.୦୫ କୋଟି ଟଙ୍କା ବ୍ୟୟ ହୋଇଥିବାବେଳେ କେନ୍ଦୁଝରରେ ୧୫୨୧ କୋଟି, ରାୟଗଡାରେ ୧୫୧୭.୩୧ କୋଟି, ଗଞ୍ଜାମରେ ୧୪୫୯.୩୭ କୋଯି, ବାଲେଶ୍ୱରରେ ୧୩୧୨.୬୩ କୋଟି, ପୁରୀରେ ୧୧୯୨.୬୫ କୋଟି, ମାଲକାନଗିରିରେ ୧୧୪୨.୮୯ କୋଟି, ବଲାଙ୍ଗିରରେ ୧୧୩୭.୯୨ କୋଟି, ଗଜପତିରେ ୧୦୩୬.୭୪ କୋଟି ଏବଂ କଟକରେ ୧୦୩୪.୧୦ କୋଟି ଟଙ୍କା ବ୍ୟୟ ହୋଇସାରିଛି । ସବୁଠାରୁ କମ୍‍ ଝାରସୁଗୁଡା ଜିଲ୍ଲାରେ ୨୦୪.୭୮ କୋଟି ଟଙ୍କା ବ୍ୟୟ ହୋଇଥିବାବେଳେ ଏହା ଉପରକୁ ବୌଦ୍ଦରେ ୨୪୬.୮୫ କୋଟି, ଦେବଗଡରେ ୩୪୩.୮୬ କୋଟି ଏବଂ ଜଗତ୍‍ସିଂହପୁର ଜିଲ୍ଲାରେ ୪୯୩.୭୫ କୋଟି ଟଙ୍କା ବ୍ୟୟ ହୋଇଛି । ମୋଟ୍‍ ୧୭,୯୦୦ ଟି ସଡକ ପ୍ରକଳ୍ପରେ ୭୪,୫୩୮ କିଲୋମିଟର ଦୈର୍ଘ୍ୟର ସଡକ ଏବଂ ୭୦୪ଟି ସେତୁ ପିଏମଜିଏସୱାଇର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଚରଣ ଓ ମାଓ ଉପଦ୍ରୁତ ଅଞ୍ଚଳକୁ ସଡକ ସଂଯୋଗ ଯୋଜନାରେ ମଞ୍ଜୁର କରାଯାଇଛି । ଏହି ପ୍ରକଳ୍ପ ମଧ୍ୟରୁ ୧୭,୦୬୯ଟି ଟି ସଡକ ପ୍ରକଳ୍ପ ଏବଂ ୫୫୯ଟି ସେତୁ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାବେଳେ ୮୩୧ଟି ସଡକ ପ୍ରକଳ୍ପ ଏବଂ ୧୪୫ଟି ସେତୁ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି । ପିଏମଜିଏସ୍‍ୱାଇର ପ୍ରଥମ ପର୍ଯ୍ୟାୟରେ ମୋଟ୍‍ ୧୫,୮୦୮ ଟି ସଡକ ଏବଂ ୫୨୩ଟି ସେତୁ ପ୍ରକଳ୍ପ ମଞ୍ଜୁର ହୋଇଥିବାବେଳେ ଏଥିରୁ ମାତ୍ର ୨୧ଟି ସଡକ ଓ ୧୪ଟି ସେତୁ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ବାକି ଅଛି । ସେହିଭଳି ପିଏମଜିଏସ୍‍ୱାଇର ଦ୍ୱିତୀୟ ଚରଣରେ ୬୩୬ଟି ସଡକ ଏବଂ ୩୦ଟି ସେତୁ ମଞ୍ଜୁର ହୋଇଥିବାବେଳେ ଏଥି ମଧ୍ୟରୁ ୬୩୪ଟି ସଡକ ଏବଂ ୨୯ଟି ସେତୁର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଯୋଜନାର ତୃତୀୟ ପର୍ଯ୍ୟାୟରେ ୧୪୦୪ଟି ସଡକ ଏବଂ ୧୪୯ଟି ସେତୁ ପ୍ରକଳ୍ପ ମଞ୍ଜୁର ହୋଇଥିବାବେଳେ ଏଥିରୁ ୬୧୭ଟି ସଡକ ପ୍ରକଳ୍ପ ଏବଂ ୨୧ଟି ସେତୁର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ତେବେ ମାଓ ଅଧ୍ୟୁଷିତ ଅଞ୍ଚଳକୁ ସଡକ ସଂଯୋଗ ଯୋଜନାରେ ୫୨ଟି ସଡକ ଓ ଦୁଇଟି ସେତୁ ପ୍ରକଳ୍ପ ମଞ୍ଜୁର ହୋଇଥିବାବେଳେ ଏଥିରୁ ୩୧ଟି ସଡକ ପ୍ରକଳ୍ପର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ତେବେ ୨୦୨୨-୨୩ ବର୍ଷରେ ୨୦୦୦ କିଲୋମିଟର ପିଏମଜିଏସୱାଇ ସଡକ ନିର୍ମାଣ ପାଇଁ ଥିବା ଲକ୍ଷ୍ୟକୁ ରାଜ୍ୟ ସରକାର ଅତିକ୍ରମ କରିଛନ୍ତି । ତେଣୁ ଚଳିତ ବର୍ଷରେ ରାଜ୍ୟ ସରକାର ଏହି ଯୋଜନା ପାଇଁ ବଜେଟ୍‍ରେ ୧୪୫୦କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ।

Leave a Reply