Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୋମାଂସ ବୋଝେଇ ଗାଡ଼ି ଜବତ, ଚାଳକ ଥାନାରେ ଅଟକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୋମାଂସ ବୋଝେଇ ଗାଡ଼ି ଜବତ, ଚାଳକ ଥାନାରେ ଅଟକ

ସାଲେପୁର: ଗୋମାଂସ ବୋଝେଇ କରି ଏକ ଅଶୋକ ଲେଲାଣ୍ଡ ଗାଡ଼ିରେ ନେଇଯାଉଥିବାବେଳେ ସ୍ଥାନୀୟ ଲୋକେ ସନେ୍ଦହ କରି ପିକ୍ଅପ୍ ଭ୍ୟାନ୍କୁ ଅଟକାଇବା ସହ ଭ୍ୟାନ୍ ଚାଳକକୁ ଧରି ସାଲେପୁର ପୁଲିସ ଜିମା ଦେବା ଓ ସାଲେପୁର ପୁଲିସ ଗୋମାଂସ ବୋଝେଇ ଗାଡ଼ିଟିକୁ ଜବତ କରିବା ସହ ଗୋମାଂସକୁ ନଦୀପଠାରେ ପୋତିଥିବା ଜଣାଯାଇଛି । ଖବରରୁ ପ୍ରକାଶ ଯେ ଜଗତପୁର ଥାନା ଅନ୍ତର୍ଗତ ପଦ୍ମପୁର ଅଞ୍ଚଳରୁ ଅଶୋକ ଲେଲାଣ୍ଡ ଗାଡ଼ି ନଂଓ.ଡି.୦୫ବି.ଇ.୩୩୦୧ ଯୋଗେ ଗୋମାଂସ ବୋଝେଇ କରି କାଜିହାଟ ଅଞ୍ଚଳକୁ ଯାଉଥିଲା । ଗାଡ଼ିଟି ଦ୍ରୁତଗତିରେ ଯାଉଥିବାରୁ ଗାଡ଼ିକୁ ନେଇ ସାଧାରଣ ଲୋକେ ସନେ୍ଦହ କରି ଗାଡ଼ିଟିକୁ ସାଲେପୁର ଥାନା ଅନ୍ତର୍ଗତ ରାଇସୁଙ୍ଗୁଡ଼ା ବଜାର ନିକଟରେ ଅଟକାଇଥିଲେ । ଅଟକାଇବାପରେ ଗାଡ଼ିରେ ବିପୁଳ ମାତ୍ରାରେ ଗୋମାଂସ ଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଏହି ଘଟଣାକୁ ନେଇ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଲୋକେ ଗାଡ଼ି ଡ୍ରାଇଭରକୁ ଧରି ଘଟଣା ସଂପର୍କରେ ପଚରା ଉଚୁରା କରିଥିଲେ ଓ ଗାଡ଼ି ଡ୍ରାଇଭର ନିଜର ନାମ ମାନସ ରଂଜନ ଦାସ, ଜଗତପୁର ଥାନା ଅଧିନ ତ୍ରିଲୋଚନପୁର ଅଞ୍ଚଳରେ ତାଙ୍କର ଘର ବୋଲି ପ୍ରକାଶ କରିବା ସହ ଏହି ଗୋମାଂସକୁ କାଜିହାଟକୁ ନେଉଥିବା ପ୍ରକାଶ କରିଥିଲେ । ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । ସାଲେପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚô ଗୋମାଂସ ବୋଝେଇ ଗାଡ଼ିକୁ ଜବତ କରିବା ସହ ଗାଡ଼ି ଚାଳକ ମାନସକୁ ଥାନାରେ ଅଟକ ରଖିଛି । ଅପର ପକ୍ଷରେ ଗୋମାଂସ ଗୁଡିକୁ ଜେସି.ବି. ସାହାଯ୍ୟରେ ଗାତ ଖୋଳି ପୋଲିସ ପକ୍ଷରୁ ନଦୀପଠାରେ ପୋତିଦିଆଯାଇଛି । ଏହାନେଇ ସାଲେପୁର ବଜରଙ୍ଗ ଦଳ ପକ୍ଷରୁ ସଦସ୍ୟ କୋଲଣପୁର ଅଞ୍ଚଳର ବିଶାଲ୍ ମହାପାତ୍ର ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ା

Leave a Reply