ଆରଏସଏସର ସଂଘଶିକ୍ଷା ବର୍ଗ ପାଇଁ ପ୍ରସ୍ତୁତି ବୈଠକ
କଟକ/ ଭୁବନେଶ୍ୱର,୫/୪:ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଓଡିଶା ପୂର୍ବ ପ୍ରାନ୍ତର ସଂଘଶିକ୍ଷା ବର୍ଗ ପାଇଁ ପ୍ରସ୍ତୁତି ବୈଠକ ରବିବାର ଦିନ କଟକ ଗତିରାଉତ ପାଟଣା ସ୍ଥିତ ଶିଶୁବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି ।
ଏହି ସଂଘଶିକ୍ଷା ବର୍ଗ ଆସନ୍ତା ମେ ୯ ତାରିଖ ଦିନ ଆରମ୍ଭ ହୋଇ ୨୪ ତାରିଖ ଦିନ ସମାରୋପ ହେବ । ୧୫ ବର୍ଷ ବୟସରୁ ୪୦ ବର୍ଷ ବୟସର କାର୍ଯ୍ୟକର୍ତ୍ତାମାନଙ୍କୁ ନେଇ ସଂଘଶିକ୍ଷା ବର୍ଗ (ସାମାନ୍ୟ) ଓ ୪୦ ବର୍ଷ ବୟସରୁ ୬୫ ବର୍ଷର କାର୍ଯ୍ୟକର୍ତ୍ତାମାନଙ୍କୁ ନେଇ ‘ସଂଘ ଶିକ୍ଷାବର୍ଗ (ବିଶେଷ) ଅନୁଷ୍ଠିତ ହେବ । ସଂଘ ଶିକ୍ଷା ବର୍ଗ (ସାମାନ୍ୟ)ରେ ଓଡିଶା ପୂର୍ବ ପ୍ରାନ୍ତର ସମସ୍ତ ଜିଲ୍ଲାରୁ କାର୍ଯ୍ୟକର୍ତ୍ତାମାନେ ଭାଗ ନେଉଥିବା ବେଳେ ସଂଘ ଶିକ୍ଷାବର୍ଗ (ବିଶେଷ) କ୍ଷେତ୍ର ସ୍ତରରେ ଅନୁଷ୍ଠିତ ହେଉଥିବାରୁ ଏଥିରେ ଓଡିଶା ପୂର୍ବ ଓ ପଶ୍ଚିମ ପ୍ରାନ୍ତର କାର୍ଯ୍ୟକର୍ତ୍ତାମାନେ ଭାଗନେବେ । ବିଶେଷ ବର୍ଗର ସର୍ବାଧିକାରୀ ଭାବେ ବେଲେଶ୍ୱର ସାହୁ ଓ ସାମାନ୍ୟ ବର୍ଗର ସର୍ବାଧିକାରୀ ରୂପେ ବିଶ୍ୱମ୍ବର ପାଣିଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି ।
ଏହି ପ୍ରସ୍ତୁତି ବୈଠକରେ ସହକ୍ଷେତ୍ର ପ୍ରଚାରକ ଜଗଦୀଶ ପ୍ରସାଦ ଖାଡଙ୍ଗା,ଓଡିଶା ପୂର୍ବ ପ୍ରାନ୍ତର ସହସଂଘଚାଳକ ମନସୁଖଲାଲ ସେଠିଆ, ପ୍ରାନ୍ତ କାର୍ଯ୍ୟବାହ ଡ.ଅନୀଲ ମିଶ୍ର, ପ୍ରାନ୍ତ ପ୍ରଚାରକ ବିପିନ ପ୍ରସାଦ ନନ୍ଦ ଓ ସହ ପ୍ରାନ୍ତ ପ୍ରଚାରକ ଅସିତ କୁମାର ସାହୁ,ସହପ୍ରାନ୍ତ କାର୍ଯ୍ୟବାହ ଇଂ ସୁଦର୍ଶନ ଦାସ ଓ ରବିନାରାୟଣ ପଣ୍ଡାଙ୍କ ସମେତ ଉଭୟ ପ୍ରାନ୍ତର ସମସ୍ତ ବରିଷ୍ଠ ପଦାଧିକାରୀ ଓ କାର୍ଯ୍ୟକର୍ତ୍ତମାନେ ଉପସ୍ଥିତ ଥିଲେ ।
ଏହି ପ୍ରଶିକ୍ଷଣ ବର୍ଗଗୁଡ଼ିକରେ ସାମାଜିକ ଜାଗରଣ ଏବଂ ସାମାଜିକ ପରିବର୍ତ୍ତନ ଉପରେ ପ୍ରଶିକ୍ଷଣ ଦିଆଯାଏ। ଏହି ବର୍ଗ ମାଧ୍ୟମରେ ପ୍ରାମାଣିକତା, ଦେଶଭକ୍ତି, ଅନୁଶାସନ ଏବଂ ସ୍ନେହ ଭାବନା ବିକଶିତ କରିବାର ସୁଯୋଗ ମିଳିଥାଏ।