ନୂଆଦିଲ୍ଲୀ: ଇରାନ ଯୁଦ୍ଧ ପାଇଁ ଦୁନିଆରେ ତୈଳ ସଂକଟ ସୃଷ୍ଟି ହୋଇଥିବା ବେଳେ ଭାରତର ପ୍ରଶଂସା ହେଉଛି । ଆଉ ପଡ଼ୋଶୀ ଭାରତର ପ୍ରଶଂସା ଶୁଣି ପାକିସ୍ତାନ ଜଳୁଛି । ପାକିସ୍ତାନର ବିଶେଷଜ୍ଞ କମର ଚିମା ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ସମାଲୋଚନା କରିଛନ୍ତି ।
କମର ଚିମା କହିଛନ୍ତି, “ଇରାନ ଯୁଦ୍ଧ ପାଇଁ ସଂକଟ ଆସିଛି । ଆଉ ସଂକଟ ଘଡ଼ିରେ ଭାରତ ବନ୍ଧୁ ସାଜି ଦକ୍ଷିଣ ଏସିଆ ରାଷ୍ଟ୍ରଗୁଡ଼ିକର ସହାୟତା କରୁଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ଵକୁ ସମସ୍ତେ ପ୍ରଶଂସା କରୁଛନ୍ତି ।