ବାଂଲାଦେଶରେ ହିନ୍ଦୁଙ୍କୁ ନିର୍ଯାତନା ଓ ହତ୍ୟା ପ୍ରତିବାଦରେ କେନ୍ଦ୍ରାପଡ଼ା ବିଶ୍ବ ହିନ୍ଦୁ ପରିଷଦର ବିକ୍ଷୋଭ
କେନ୍ଦ୍ରାପଡ଼ା : ଚଳିତମାସ୧୮ ତାରିଖରେ ବାଂଲାଦେଶରେ ଶ୍ରମିକ ଭାବେ କାମ କରୁଥିବା ଦିପୁଚନ୍ଦ୍ର ଦାସଙ୍କୁ କଟ୍ଟରପନ୍ଥୀ ମୁସଲମାନଙ୍କ ଦ୍ବାରା ନିର୍ମମ ମାଡ଼ ମାରି ଗଛରେ ବାନ୍ଧି ଜୀବନ୍ତ ଅବସ୍ଥାରେ ନିଆଁ ଲଗାଇ ହତ୍ୟା କରାଯାଇଥିଲା। ଏଥସହିତ ସେହି ହତ୍ୟାକୁ ଗଣପର୍ବ ଭଳି ପାଳନ କରାଯାଇଥିଲା। ସେହି ଘଟଣାର ପ୍ରତିବାଦରେ ବିଶ୍ୱହିନ୍ଦୁ ପରିଷଦ ବଜରଙ୍ଗ ଦଳ ପକ୍ଷରୁ ବୁଧବାର ଅପରାହ୍ନରେ ନୂଆ ବସ୍ୟାଣ୍ଡରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ବାଂଲାଦେଶର ହିନ୍ଦୁ ହତ୍ୟାକାରୀ ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନସ ଓ ବାଂଲାଦେଶ ଅସ୍ଥିରତାର ମୁଖ୍ୟ ଖଳନାୟକ୍ ଆସିବ ମୁନିରର କୁଶପୁତ୍ତଳିକା ଦାହ କରାଯାଇଥିଲା। ଉକ୍ତ ଘଟଣାକୁ ବିଶ୍ୱହିନ୍ଦୁ ପରିଷଦ ବଜରଙ୍ଗ ଦଳ ତୀବ୍ର ନିନ୍ଦା କରିବା ସହ ସରକାରଙ୍କ ନିକଟରେ ୩ଟି ଦାବି ରଖିଛି।
ସେହି ଦାବିଗୁଡ଼ିକ ହେଉଛି ବାଂଲାଦେଶୀ ହିନ୍ଦୁ ମାନଙ୍କ ସୁରକ୍ଷା ନିମନ୍ତେ ଉକ୍ତ ଘଟଣାକ୍ରମ ଉପରେ ଭାରତ ସରକାର ସିଧାସଳଖ ହସ୍ତକ୍ଷେପ କରନ୍ତୁ ଏବଂ ଉକ୍ତ ଘଟଣାର ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ବିଶ୍ବ ସମୁଦାୟ ସାମ୍ନାରେ ଫାଶୀ ଦିଆଯାଉ। ଆମ ଦେଶ ଓ ରାଜ୍ୟରେ ରହୁଥିବା ରୋହିଙ୍ଗିଆ ବାଂଲାଦେଶୀଙ୍କୁ ବିଦା କରାଯାଉ। ଭାରତ ସରକାର ବାଂଲାଦେଶୀ ଅତ୍ୟାଚାରୀତ ହିନ୍ଦୁଙ୍କୁ ସସମ୍ମାନେ ଭାରତକୁ ଆଣି ସ୍ଥାୟୀ ବାସିନ୍ଦାର ସ୍ବୀକୃତି ଦିଅନ୍ତୁ । ବିକ୍ଷୋଭ ପ୍ରଦର୍ଶନରେ ବିଶ୍ୱହିନ୍ଦୁ ପରିଷଦ ପୂର୍ବ ପ୍ରାନ୍ତ ସଂଘଠନ ମନ୍ତ୍ରୀ ଶରତ କୁମାର ପ୍ରଧାନ ଯୋଗ ଦେଇ ବିକ୍ଷୋଭ ବିଷୟରେ ସମ୍ପୂର୍ଣ ତଥ୍ୟ ରଖୁବା ସହ ଘଟଣାକୁ ତୀବ୍ର ନିନ୍ଦା କରିବା ସହ ହିନ୍ଦୁମାନଙ୍କୁ ଏକଜୁଟ୍ ହୋଇ ରହିବା ପାଇଁ କହିଥିଲେ।
ବିଭାଗ ସମ୍ପାଦକ ବିରେନ୍ଦ୍ର ସାମଲ, ଜିଲା ସଭାପତି ଅଦ୍ଵୈତ ସ୍ବାଇଁ, ଜିଲା ସମ୍ପାଦକ ଚିତ୍ତ ରଞ୍ଜନ ଖୁଣ୍ଟିଆ, ସହ ସମ୍ପାଦକ ସନ୍ତୋଷ ସାହୁ, ବଜରଙ୍ଗ ଦଳ କେନ୍ଦ୍ରାପଡ଼ା ଜିଲା ସଂଯୋଜକ ଶୁଭ୍ରାଂଶୁ ଶେଖର ରାଉତ, ଦୂର୍ଗା ବାହିନୀ ସଂଯୋଜିକା ଆଶାଲତା ମଲ୍ଲିକ, ବଜରଙ୍ଗ ଦଳ କେନ୍ଦ୍ରାପଡ଼ା ଜିଲା ସହ ସଂଯୋଜକ ୟସପାଲ୍ ସୁତାର, ନୀଳକଣ୍ଠ ସ୍ବାଇଁ, ଉପ ସଭାପତି ପ୍ରଦୀପ କିଶୋର ନାୟକଙ୍କ ସମେତ ବହୁ ସଂଖ୍ୟକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।