ଭାରତକୁ ଭଲ ପାଉଥିବା ଏବଂ ନିଜର ସାଂସ୍କୃତିକ ପରିଚୟ ଉପରେ ଗର୍ବ କରୁଥିବା ପ୍ରତ୍ୟେକ ବ୍ୟକ୍ତି ହେଉଛନ୍ତି ହିନ୍ଦୁ

ଭାରତକୁ ଭଲ ପାଉଥିବା ଏବଂ ନିଜର ସାଂସ୍କୃତିକ ପରିଚୟ ଉପରେ ଗର୍ବ କରୁଥିବା ପ୍ରତ୍ୟେକ ବ୍ୟକ୍ତି ହେଉଛନ୍ତି ହିନ୍ଦୁ – ଡକ୍ଟର ମୋହନ ଭାଗବତ ଜୀ
ଗୌହାଟି, ଆସାମ:ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ର ପରମପୂଜନୀୟ ସରସଂଘଚାଳକ ଡକ୍ଟର ମୋହନ ଭାଗବତ ସଂଘର ଶତାବ୍ଦୀ ବର୍ଷ ପାଳନ ପାଇଁ ନଭେମ୍ବର ୧୮ ତାରିଖ ଦିନ ଗୌହାଟି ଗସ୍ତ ସମୟରେ ବୁଦ୍ଧିଜୀବୀ, ବିଦ୍ୱାନ, ସମ୍ପାଦକ, ଲେଖକ ଏବଂ ଉଦ୍ୟୋଗୀମାନଙ୍କର ଏକ ବିଶିଷ୍ଟ ସମାବେଶକୁ ସମ୍ବୋଧିତ କରିଥିଲେ। ଏକ ପାରସ୍ପରିକ ଆଲୋଚନା ଅଧିବେଶନରେ, ସେ ସଂଘର ସଭ୍ୟତାଗତ ଦୃଷ୍ଟିକୋଣ, ସମସାମୟିକ ରାଷ୍ଟ୍ରୀୟ ପ୍ରସଙ୍ଗ ଏବଂ ଉତ୍ତର-ପୂର୍ବ ଅଞ୍ଚଳରେ ଚାଲିଥିବା କାର୍ଯ୍ୟକଳାପ ଉପରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ।

ସେ କହିଥିଲେ ଯେ ଯେଉଁମାନେ ଭାରତକୁ ଭଲ ପାଆନ୍ତି ଏବଂ ନିଜର ଭାରତୀୟ ପରିଚୟ ଉପରେ ଗର୍ବ କରନ୍ତି, ସେମାନଙ୍କର ଉପାସନା ପଦ୍ଧତି ଯାହା ହେଉନା କାହିଁକି ସେହି ପ୍ରତ୍ୟେକ ବ୍ୟକ୍ତି ହିନ୍ଦୁ ଅଟନ୍ତି। “ହିନ୍ଦୁ” ଶବ୍ଦ କେବଳ ଏକ ଧାର୍ମିକ ପରିଭାଷା ନୁହେଁ, ବରଂ ହଜାର ହଜାର ବର୍ଷର ସାଂସ୍କୃତିକ ନିରନ୍ତରତା ଉପରେ ନିର୍ମିତ ଏକ ସଭ୍ୟତାଗତ ପରିଚୟ। “ଭାରତ ଏବଂ ହିନ୍ଦୁ ସମାନାର୍ଥକ।’ ଭାରତକୁ ଏକ ହିନ୍ଦୁ ରାଷ୍ଟ୍ର ଘୋଷଣା କରିବାର କୌଣସି ଆବଶ୍ୟକତା ନାହିଁ, କାରଣ ଏହାର ସଭ୍ୟତାଗତ ଆତ୍ମା ସ୍ୱୟଂ ଏହା ପ୍ରକାଶ କରେ।

ସଂଘର ମୂଳ ଦର୍ଶନ-ବ୍ୟବସ୍ଥା ଉପରେ, ସେ କହିଥିଲେ ଯେ ସଂଘ କାହାକୁ ବିରୋଧ କରିବା କିମ୍ବା କ୍ଷତି କରିବା ପାଇଁ ପ୍ରତିଷ୍ଠିତ ହୋଇନାହିଁ, ବରଂ ବ୍ୟକ୍ତି ନିର୍ମାଣ ଏବଂ ଭାରତକୁ ବିଶ୍ୱ ଗୁରୁ କରିବା ଲକ୍ଷ୍ୟରେ ସମାଜକୁ ସଂଗଠିତ କରିବା ପାଇଁ ସୃଷ୍ଟି ହୋଇଛି । ସଂଘକୁ ବୁଝିବା ପାଇଁ ଶାଖାରେ ଯୋଗଦେବାକୁ ସେଅନୁରୋଧ କରିଥିଲେ। “ସଂଘ ହେଉଛି ବିବିଧତା ମଧ୍ୟରେ ଭାରତକୁ ଏକତ୍ର କରିବାର ପଦ୍ଧତି।”

ସେ ପଞ୍ଚ ପରିବର୍ତ୍ତନ – ସାମାଜିକ ସମରସତା, କୁଟୁମ୍ଭ ପ୍ରବୋଧନ, ନାଗରିକ କର୍ତ୍ତବ୍ୟ, ସ୍ୱବୋଧ ଏବଂ ପରିବେଶ ସୁରକ୍ଷାର ମହତ୍ୱ୍ୱ ଉପରେ ବିସ୍ତାରିତ ଭାବେ ପ୍ରକାଶ କରିଥିଲେ। କୁଟୁମ୍ବ ପ୍ରବୋଧନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ସେ କହିଥିଲେ ଯେ ପ୍ରତ୍ୟେକ ଭାରତୀୟ ପରିବାର ସେମାନଙ୍କର ପୂର୍ବପୁରୁଷଙ୍କ କାହାଣୀଗୁଡ଼ିକୁ ମନେ ରଖିବା ଉଚିତ ଏବଂ ନୂତନ ପିଢ଼ିମାନଙ୍କ ମଧ୍ୟରେ ସାମାଜିକ ଏବଂ ରାଷ୍ଟ୍ରୀୟ ଉତ୍ତର ଦାୟିତ୍ୱର ଭାବନା ସୃଷ୍ଟି କରିବା ଉଚିତ। ଲଚିତ ବରଫୁକନ ଏବଂ ଶ୍ରୀମନ୍ତ ଶଙ୍କରଦେବଙ୍କ ଭଳି ମହାପୁରୁଷମାନେ ଯଦିଓ ଗୋଟିଏ ରାଜ୍ୟରେ ଜନ୍ମଗ୍ରହଣ କରିଛନ୍ତି, ତଥାପି ସେମାନେ ସମଗ୍ର ଦେଶ ପାଇଁ ପ୍ରେରଣାର ଉତ୍ସ।

ଆସାମର ଜନସଂଖ୍ୟାଗତ ଚ୍ୟାଲେଞ୍ଜ ଏବଂ ସାଂସ୍କୃତିକ ସଂରକ୍ଷଣ ସହିତ ଜଡିତ ପ୍ରଶ୍ନର ଉତ୍ତରରେ ସେ ଆତ୍ମବିଶ୍ୱାସ, ସତର୍କତା ଏବଂ ନିଜ ଭୂମି ଓ ପରିଚୟ ପ୍ରତି ଦୃଢ଼ ପ୍ରତିବଦ୍ଧତାର ବାର୍ତ୍ତା ଦେଇଥିଲେ। ସେ ଅନୁପ୍ରବେଶକାରୀ ସନ୍ତୁଳିତ ଜନସଂଖ୍ୟା ନୀତିର ଆବଶ୍ୟକତା ଏବଂ ବିଭାଜନକାରୀ ଧାର୍ମିକ ପରିବର୍ତ୍ତନର ପ୍ରୟାସ ବିରୁଦ୍ଧରେ ସତର୍କ ରହିବାର ଆବଶ୍ୟକତା ବିଷୟରେ କହିଥିଲେ। ସେ ଯୁବପିଢ଼ିଙ୍କ ମଧ୍ୟରେ ସାମାଜିକ ଗଣମାଧ୍ୟମର ସଂଯମ ବ୍ୟବହାର ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ।

ସ୍ୱାଧୀନତା ସଂଗ୍ରାମରେ ସଂଘର ସ୍ୱୟଂସେବକଙ୍କ ଭୂମିକା ବିଷୟରେ ଉଲ୍ଲେଖ କରି ସେ କହିଥିଲେ ଯେ ଡକ୍ଟର ହେଡଗେୱାର ଅସହଯୋଗ ଆନ୍ଦୋଳନ ଏବଂ ନାଗରିକ ଅମାନ୍ୟ ଆନ୍ଦୋଳନ ସମୟରେ ଜେଲ ଯାଇଥିଲେ ଏବଂ ୧୯୪୨ ର ଭାରତ ଛାଡ ଆନ୍ଦୋଳନରେ ମଧ୍ୟ ଦେଶ ସାରା ଅଗଣିତ ସ୍ୱୟଂସେବକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ଉତ୍ତର-ପୂର୍ବାଞ୍ଚଳକୁ ଭାରତର ଏକତାରେ ବିବିଧତାର ଏକ ଉଜ୍ଜ୍ୱଳ ଉଦାହରଣ ଭାବରେ ବର୍ଣ୍ଣନା କରି ସେ କହିଛନ୍ତି ଯେ ଏହାର ବିବିଧତା ଆମର ଅନ୍ତର୍ନିହିତ ଏକତାକୁ ପ୍ରତିଫଳିତ କରେ। ଲଚିତ ବର୍ଫୁକନ ଏବଂ ଶ୍ରୀମନ୍ତ ଶଙ୍କରଦେବଙ୍କ ପରି ବିଭୂତିମାନେ ଆଞ୍ଚଳିକ ନୁହେଁ ବରଂ ରାଷ୍ଟ୍ରୀୟ ଐତିହ୍ୟ ।

ଅଧିବେଶନର ଶେଷରେ ଡକ୍ଟର ଭାଗବତ ସମାଜର ସମସ୍ତ ବର୍ଗ, ବିଶେଷକରି ଉପସ୍ଥିତ ବିଶିଷ୍ଟ ନାଗରିକମାନଙ୍କୁ ରାଷ୍ଟ୍ର ନିର୍ମାଣର ଏହି ମହାନ କାର୍ଯ୍ୟରେ ନିଃସ୍ୱାର୍ଥପର ଭାବରେ ଯୋଗଦାନ ଦେବାକୁ ଅନୁରୋଧ କରିଥିଲେ।

Leave a Reply