ଯାଜପୁର ଜିଲ୍ଲାର ଶ୍ରୀରାମପୁର ଖଣ୍ଡ ଅର୍ଥଙ୍ଗା ମଣ୍ଡଳ ର ଉଦଘାଟନ କାର୍ଯ୍ୟକ୍ରମ
ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ର 100 ବର୍ଷ ପୁର୍ତ୍ତୀ ଉପଲକ୍ଷେ ଯାଜପୁର ଜିଲ୍ଲାର ଶ୍ରୀରାମପୁର ଖଣ୍ଡ ଅର୍ଥଙ୍ଗା ମଣ୍ଡଳ ର ଉଦଘାଟନ କାର୍ଯ୍ୟକ୍ରମ ସେପ୍ଟେମ୍ବର ୨୬ ତାରିଖ ଦିନ ବାଲିପାଟଣା ହାଇସ୍କୁଲ ପଡିଆ ରେ ଅନୁଷ୍ଠିତ ହୋଇଯାଇଛି. ଏଥିରେ ମୁଖ୍ୟ ବକ୍ତା ରୂପେ ଯାଜପୁର ଜିଲ୍ଲା ର ସହ ଜିଲ୍ଲା ବୌଦ୍ଧିକ ପ୍ରମୁଖ ଆଦରଣୀୟ ଅଜୟ କୁମାର ପୃଷ୍ଟି ଯୋଗ ଦେଇଥିଲେ. ସଂଘ ର ପ୍ରାରମ୍ଭ, 100 ବର୍ଷ ର ଯାତ୍ରା କିପରି କଠିନ ଥିଲା ଏବଂ ଭବିଷ୍ୟତ ରେ ସଂଘ ର ସମାଜ ପାଇଁ କଣ କାମ କରିବ ସେ ବିଷୟରେ ବର୍ଣ୍ଣନା କରିଥିଲେ, ଯାଜପୁର ଜିଲ୍ଲାର ସହ ଜିଲ୍ଲା କାର୍ଯ୍ୟବାହ ସନ୍ଦୀପ କୁମାର ବିଶ୍ଵାଳ ମଧ୍ଯ ଏହି କାର୍ୟ୍ଯକ୍ରମରେ ଯୋଗ ଦେଇଥିଲେ ା ଏଥିରେ ଅର୍ଥଙ୍ଗା ମଣ୍ଡଳ ର ୫ ଟି ପଂଚାୟତ ର ୧୫ ଟି ଗ୍ରାମ ର ୫ ଟି ଶାଖା ଓ ୧ ଟି ସାପ୍ତାହିକ ମିଳନ ର ୪୨ ଜଣ ସ୍ଵୟଂସେବକ ଯୋଗ ଦେଇଥିଲେ. କାର୍ଯ୍ୟକ୍ରମ ଶେଷ୍ ରେ ପ୍ରାର୍ଥନା କରାଯଇଥିଲା. ଏହି କାର୍ଯ୍ୟକ୍ରମ ରେ ସିଦ୍ଧାର୍ଥ ଶଙ୍କର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ. ଏଥିରେ ମଣ୍ଡଳ ର କାର୍ଯ୍ୟକର୍ତ୍ତା ନିରାକାର ସାହୁ , ଜୟନ୍ତ ବେହେରା ଦେବାଶିଷ ସିଅ, ସ୍ଵାଧୀନ ରାଉତ, ଧର୍ମେନ୍ଦ୍ର ଗୁଇଁ, ମିଥୁନ କୁଣ୍ଡ, ନିଗମାନନ୍ଦ ଭାଇ ସହଯୋଗ କରିଥିଲେ.