ମୟୂରଭଞ୍ଜର ସାଂସ୍କୃତିକ ପରମ୍ପରାର ପ୍ରତୀକ ହେଉଛି ଛଉ ନୃତ୍ୟ 

ବାରିପଦାସେପ୍ଟେମ୍ବର ୧୫   ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଭିନ୍ନ ସ୍ଥାନରେ ଜନସାଧାରଣ ଓ କାର୍ଯ୍ୟକର୍ତ୍ତାମାନେ ସ୍ୱାଗତ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ସକାଳେ ବାଲେଶ୍ୱର ଷ୍ଟେସନରେ ପହଞ୍ଚିବା ପରେ ବେତନଟୀ ଦେଇ ସରକାରୀ ଓ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ମୟୂରଭଞ୍ଜ ବାରିପଦା ଅଭିମୁଖେ ଯାତ୍ରା କରିଥିଲେ । ଶ୍ରୀ ପ୍ରଧାନଙ୍କୁ ବାଲେଶ୍ଵର, ରେମୁଣା, ବଡ଼ସାହି, ମୋରଡ଼ା ଓ ବେତନଟୀ ସମେତ ଅନେକ ସ୍ଥାନରେ ସାଧାରଣ ନାଗରିକ ଓ କାର୍ଯ୍ୟକର୍ତ୍ତାମାନେ ସ୍ୱାଗତ କରିଥିଲେ । ଗସ୍ତକାଳରେ ଶ୍ରୀ ପ୍ରଧାନ ବାରପିଦାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ବାରିପଦାରେ ‘ମୟୂରଭଞ୍ଜ ଆଥଲେଟିକ୍ ଆସୋସିଏସନ’ର ପ୍ରଶାସନିକ ଭବନ ଉଦଘାଟନ, ବାରିପଦା ଛଉ ପେଣ୍ଡାଲ ପ୍ରକଳ୍ପ ଓ ବାରିପଦାରେ ଜୁବୁଲି ପାର୍କ ଓ ଝିଞ୍ଜିରୀ ବନ୍ଧର ପୁନଃ ନବୀକରଣ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ କେନ୍ଦ୍ରମନ୍ତ୍ରୀ ।

ଏହା ଉପରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ମୟୂରଭଞ୍ଜ ଜିଲ୍ଲାର ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ବଦ୍ଧ ପରିକର । ବାରିପଦାରେ ‘ମୟୂରଭଞ୍ଜ ଆଥଲେଟିକ୍ ଆସୋସିଏସନ’ର ପ୍ରଶାସନିକ ଭବନ ଆମର ଯୁବ ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରିବା ତଥା କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।  ମୟୂରଭଞ୍ଜର ସାଂସ୍କୃତିକ ପରମ୍ପରାର ପ୍ରତୀକ ହେଉଛି ଛଉ ନୃତ୍ୟ । ବାରିପଦା ଛଉ ପେଣ୍ଡାଲ ସହ ପାର୍ଶ୍ୱରେ ଥିବା ପଡ଼ିଆର ଉନ୍ନତିକରଣ ହେବ । ଆଗାମୀ ଦିନରେ ଏହି ପ୍ରକଳ୍ପ ଛଉ ନୃତ୍ୟ ସମେତ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଏକ ସୁନ୍ଦର ଭିତ୍ତିଭୂମି ଯୋଗାଇବ । ମୟୂରଭଞ୍ଜର ବାରିପଦାରେ ଜୁବୁଲି ପାର୍କ ଓ ଝିଞ୍ଜିରୀ ବନ୍ଧର ପୁନଃ ନବୀକରଣ ପ୍ରକଳ୍ପ ସହରର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହିତ ଏହି ସ୍ଥାନକୁ ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବ ।

ବାରିପଦାରେ ଜନଜାତି ସମ୍ପ୍ରଦାୟର ଭଉଣୀମାନଙ୍କ ସହିତ ପାରମ୍ପରିକ ନୃତ୍ୟ ‘କରମା ନାଚ’ରେ ସାମିଲ ହୋଇ ଖୁସିବ୍ୟକ୍ତ କରିଥିଲେ ।

Leave a Reply