ମାତୃଭାଷାରେ ଶିକ୍ଷା ସମୟର ଆବଶ୍ୟକତା

ସମ୍ବଲପୁରସେପ୍ଟେମ୍ବର ୧୩  ଓଡ଼ିଶାବାସୀଙ୍କ ସୁଖ, ସମୃଦ୍ଧି ଓ ସମ୍ପନ୍ନତା ବଢାଇବା ପାଇଁ ବିଶ୍ୱବିଦ୍ୟାଳୟ ଚିନ୍ତା କରିବା ଆବଶ୍ୟକ । କେବଳ ଏତିକି ନୁହେଁ, ମାତୃଭାଷାରେ ଶିକ୍ଷାଦାନ କରିବା ଉପରେ ମଧ୍ୟ ଶିକ୍ଷାୟତନକୁ ଯଥେଷ୍ଟ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ଶନିବାର ସମ୍ବଲପୁର ବିଶ୍ୱବିଦ୍ୟାଳୟର ୩୫ତମ ସମାବର୍ତ୍ତନ ସମାରୋହରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଓଡ଼ିଶା ମାନ୍ୟବର ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳାଧିପତି ଡଃ. ହରିବାବୁ କମ୍ଭମପାଟିଙ୍କ ସହ ଏହି ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ଏହି ସମାବର୍ତ୍ତନ ଉତ୍ସବ ନୂତନ ଯାତ୍ରାର ଅୟମାରମ୍ଭ । ଆଜିର ଦିନରେ ଡିଗ୍ରୀ ଏବଂ ପଦକ ପାଇଥିବା ଛାତ୍ରଛାତ୍ରୀ ଓ ଗବେଷକମାନଙ୍କୁ ଅଭିନନ୍ଦନ । ସମ୍ବଲପୁର ବିଶ୍ଵବିଦ୍ୟାଳୟ ସହ ମୋର ସମ୍ପର୍କ ବହୁତ ପୁରୁଣା । ସମ୍ବଲପୁର ବିଶ୍ୱବିଦ୍ୟାଳୟ ରାଜ୍ୟର ଅନ୍ୟତମ ପୁରୁଣା ଅନୁଷ୍ଠାନ । ପିଏମ ଉଷା ତରଫରୁ ମେରୁ ଅଧୀନରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ୧୦୦ କୋଟି ଟଙ୍କା ଦିଆଯାଇଛି । ରାଜ୍ୟ ବଜେଟରୁ ସମ୍ବଲପୁର ବିଶ୍ଵବିଦ୍ୟାଳୟକୁ ପ୍ରାୟ ୪୭ କୋଟି ଟଙ୍କା ବିଭିନ୍ନ ପ୍ରକାର ଉନ୍ନତିମୂଳକ କାର‌୍ୟ୍ୟ ପାଇଁ ପ୍ରଦାନ କରାଯାଇଛି । ସମ୍ବଲପୁର ୟୁନିଭରସିଟିର ସିଉଟ ପାଇଁ ୧୦ କୋଟି ଟଙ୍କା ଏଆଇ ଲ୍ୟାବ ଓ ଇ-ଲାଇବ୍ରେରୀ ପାଇଁ ଦିଆଯାଇଛି । ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଭିତ୍ତିଭୂମି ଓ ଗବେଷଣା ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ନିକଟରେ ୧୫୭ କୋଟି ଟଙ୍କା ଦେଇଛନ୍ତି ।

Leave a Reply